December 6, 2025 3:17 pm

ରାସନକାର୍ଡ ହିତାଧିକାରୀମାନଙ୍କର ବଢିପାରେ ଚାଉଳର ପରିମାଣ

ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ବିଚାର କରୁଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିବାନୁସରେ , ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏ ବିଷୟରେ ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ରାଜ୍ୟର ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ଚିନ୍ତା କରାଯାଉଛି … Read more

୨୧ ନୁହେଁ ୨୦ରେ ପାଳନ ହେବ ଦୀପାବଳି, ସ୍ପଷ୍ଟ କଲେ ମୁକ୍ତିମଣ୍ଡପ ପଣ୍ଡିତ

ପୁରୀ: ଆସନ୍ତା ୨୧ ମଙ୍ଗଳବାର ପରିବର୍ତ୍ତେ ୨୦ ତାରିଖ ସୋମବାର ଦିନ ଦୀପାବଳି ପାଳନ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଣ୍ଡିତ ମହାସଭା ସ୍ପଷ୍ଟ କରିଛି । ପୂର୍ବରୁ ଦୀପାବଳି ପାଳନ ତାରିଖକୁ ନେଇ ଦ୍ୱନ୍ଦ୍ୱକୁ ଦୂର କରିଛି ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ରହିଥିଲା । ଏ ନେଇ ଆଜି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ … Read more

ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କା ସାମଗ୍ରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଟାଉନ ଥାନା ସିନେମା ଛକରେ ୪ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଛି । ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟି ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଘଟିବା ପରେ ଉପର ମହଲାରେ ବାଣ ଗଚ୍ଛିତ ଥିବାରୁ ନିଆଁ ଅଧିକ ବ୍ୟାପିଥିଲା । ନିଆଁ … Read more

ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶାର ପଦକ୍ଷେପ: ଆଉ ୧୦ଟି ବିଭାଗରେ ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ସୃଷ୍ଟି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି । ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା ରିପୋର୍ଟ ପ୍ରଦାନ କରେ। ସମାନତା, ବୃତ୍ତିଗତ ତଦାରଖ ଏବଂ ସାଧାରଣ ଖର୍ଚ୍ଚର ତଦାରଖ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଭ୍ୟନ୍ତରୀଣ ଅଡିଟ୍ କର୍ମଚାରୀଙ୍କୁ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀଭୂତ କରାଯାଇଛି।ବର୍ତ୍ତମାନର … Read more

ପ୍ରଥମ ପର୍ଯ୍ୟାୟରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍ ଦେଇଛି ବିଜେପି । ସେହିପରି ରାମ କୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ପ୍ରାର୍ଥୀ କରିଛି । ଦୀର୍ଘ ଦିନ ହେଲା ବିହାରରେ ଏନଡିଏ … Read more

ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

ଭୁବନେଶ୍ୱର: ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ବିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର । ଏଥିପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ମଙ୍ଗଳବାର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଏପ୍ରସଙ୍ଗରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରକଳ୍ପ ଭାବେ ବିକଶିତ ହେବାକୁ ଥିବା ଏହି କେନ୍ଦ୍ର ଓଡ଼ିଶାର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଭାବେ ସାନଘାଗରା ଠାରେ … Read more