June 26, 2025 6:55 pm

ସ୍ଥଗିତ ହେଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା

ନୂଆଦିଲ୍ଲୀ: ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନେଇ ଯାଉଥିବା ଆକ୍ସିଅମ୍-୪ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହି ନାସା ମିଶନରେ ଚାରି ଜଣ ସଦସ୍ୟ ଅଛନ୍ତି। ପ୍ରାରମ୍ଭରେ, ଏହି ମିଶନ ପାଇଁ ମେ ୨୯ ତାରିଖରେ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ନାସା ବିଭିନ୍ନ କାରଣ ପାଇଁ ଏହାକୁ ସ୍ଥଗିତ ରଖିଆସୁଛି। ବର୍ତ୍ତମାନ ଜୁନ୍ ୨୨ ତାରିଖ ଏହି ମିଶନର ଉତକ୍ଷେପଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଏବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ … Read more

ଆଜିଠୁ ଭାରତ ବନାମ ଇଂଲଣ୍ଡ ଲଢ଼େଇ

ଭାରତୀୟ କ୍ରିକେଟ୍‌ରେ ଆନୁଷ୍ଠାନିକ ଭାବେ ଗିଲ୍ ଯୁଗର ଶୁଭାରମ୍ଭ ହେବ । ୨୫ ବର୍ଷୀୟ ଶୁବମନ ଗିଲ୍‌ଙ୍କ ନେତୃତ୍ବରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳା ଖେଳି ନୂଆ ଅଭିଯାନ ଆରମ୍ଭ କରିବ। ଦୁଇ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଗିଲ୍ ଆନୁଷ୍ଠାନିକ ଭାବେ ଏହି ଟେଷ୍ଟ୍‌ରୁ ଭାରତୀୟ କ୍ରିକେଟ୍‌ର ମଙ୍ଗ ଧରିବେ। ମୁଖ୍ୟ ପ୍ରଶିକ୍ଷକ ତଥା … Read more

ଓଏମସି ପକ୍ଷରୁ ସିକଲସେଲ୍ ନିରାକରଣ ସଚେତନତା ଅଭିଯାନ

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଓଏମସିର କାର୍ଯ୍ୟକ୍ଷମ ଖଣି ଅଞ୍ଚଳରେ ସିକଲସେଲ ସଚେତନତା ବ୍ୟାପକ କରିବା ଲକ୍ଷ୍ୟରେ ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ “ଆରୋଗ୍ୟବାହିନୀ” ଶିବିରର ଆୟୋଜନ ହୋଇଯାଇଛି । ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ‘ଆରୋଗ୍ୟବାହିନୀ’ – କୋରାପୁଟ, କେନ୍ଦୁଝର, ଯାଜପୁର ଏବଂ ବଡ଼ବିଲ ଖଣି ଅଞ୍ଚଳ ସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡା ଠାରେ ଏହି ସଚେତନତା ଶିବିର ଆୟୋଜନ କରିଥିଲା । ଏହି ସିକଲସେଲ୍ ବା ରକ୍ତ ଶିକୁଳି … Read more

କଟକ ସହର ରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ହାଇକୋର୍ଟ ଙ୍କ ଉଦବେଗ ପ୍ରକାଶ

କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷକରି ସହରର ବିପର୍ଯ୍ୟସ୍ତ ପରିମଳ ସହ ଦୂଷିତ ଖାଦ୍ୟ ବିକ୍ରି ଓ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ସମ୍ପର୍କରେ ଆଡଭୋକେଟ କମିଟି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ହାଇକୋର୍ଟ କଟକ ମହାନଗର ନିଗମ(ସିଏମସି) ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ତଲବ କରିଛନ୍ତି । ଝାଡାବାନ୍ତି ଓ ହଇଜା ନିରାକରଣ ପାଇଁ କଣ ପ୍ରତିକାରମୂଳକ ପଦକ୍ଷେପ … Read more

ଯୁବକଙ୍କୁ ଥାନାରେ ଅଟକ ରଖି ଆଇଆଇସି ନିଲମ୍ବିତ

ବାଲେଶ୍ୱର: ଜଣେ ଯୁବକଙ୍କୁ ବିନା କୌଣସି ଏଫଆଇଆରରେ ଥାନାରେ ଅମାନୁଷିକ ନିର୍ଯାତନା ଦେଇଥିବା ଅଭିଯୋଗରେ ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କ ବିରୋଧରେ ଏତଲା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଯୁବକଙ୍କୁ ହାତଗୋଡ଼ ବାନ୍ଧି ନିର୍ଯାତନା ଦିଆଯାଉଥିଲା । ଖବର ପାଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଥାନାରେ ପହଞ୍ଚିଥିଲେ । ଏନେଇ ବାଲେଶ୍ଵର ଏସପିଙ୍କୁ ସିଧାସଳଖ ଭିଡିଓ କଲ୍ କରି ଜଣାଇଥିଲେ । ତାଙ୍କ ହସ୍ତକ୍ଷେପ ପରେ ଏବଂ ଏସପିଙ୍କ … Read more