December 6, 2025 11:42 am

ମହିଳା ବିଶ୍ୱକପ୍‌ :ଫାଇନାଲ ରେ ଭାରତ

ମୁମ୍ବାଇ: ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୩୩୯ ରନର ଟାର୍ଗେଟକୁ ଜେମିମା ରୋଡ୍ରିଗ୍ସଙ୍କ ଅପରାଜିତ ୧୨୭ ରନର ପାଳି ବଳରେ ଭାରତ ୪୮.୩ ଓଭରରେ ୫ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଏହି ବିଜୟ ସହ ଭାରତ ତୃତୀୟ ଥର ପାଇଁ ମହିଳା ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଡିଫେଣ୍ଡିଂ ତଥା ୭ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ବିଶ୍ୱକପ୍‌ରେ ବିଜୟଧାରା ଭଙ୍ଗ ହୋଇଛି। ଆସନ୍ତା ୨ ତାରିଖରେ ଖେଳାଯିବାକୁ ଥିବା ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା କଡା ମୁକାବିଲା ହେବ।