ନୂଆଦିଳ୍ଲୀ: ଇରାନକୁ ଟ୍ରମ୍ପଙ୍କ ଧମକ । ଆମକୁ ଆକ୍ରମଣ କଲେ ଛାଡିବୁନୁ । ଆମେରିକା ସେନାର ପୁରା ଶକ୍ତି ଇରାନକୁ ଧ୍ବଂସ କରିଦେବ ବୋଲି ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇରାନ ଉପରେ ରାତାରାତି ହୋଇଥିବା ଆକ୍ରମଣ ସହ ଆମେରିକାର କୌଣସି ସମ୍ପର୍କ ନାହିଁ ।ଯଦି ଆମେରିକା ଉପରେ ଇରାନ ଆକ୍ରମଣ କରିବାକୁ ଚେଷ୍ଟା କରେ ଆମେରିକାର ସଶସ୍ତ୍ରବାହିନୀ ଏହାର ସମ୍ପୂର୍ଣ୍ଣ ଶକ୍ତି ସହ ମଇଦାନକୁ ଓହ୍ଲାଇବେ । ଏଭଳି ଆକ୍ରମଣ ପୂର୍ବରୁ ଇରାନ କେବେ ଦେଖିନଥିବ ବୋଲି କହି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଏହା ସହ କହିଛନ୍ତି ସେ ସହଜରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚୁକ୍ତି କରି ରକ୍ତାକ୍ତ ସଂଘର୍ଷକୁ ଶେଷ କରିପାରିବେ ।
Post Views: 13