February 26, 2026 10:39 am

ଶ୍ରୀମନ୍ଦିର ଭାଙ୍ଗିଦେବା ପାଇଁ ମିଳିଛି ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଲେଖା

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ପୋଷ୍ଟର। ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା ନଜର ଆସିଛି। ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା, ଲେଖା ହୋଇଛି। ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ବାଲି ସାହି ପ୍ରବେଶ ପଥ ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା ଠାକୁରାଣୀଙ୍କ କାନ୍ଥରେ କେହି ଦୃର୍ବୁତ୍ତ ଏଭଳି ଧମକପୂର୍ଣ୍ଣ ଲେଖା ଲେଖିଛି।
ସୂଚନା ଅନୁସାରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । କଡ଼ା ସୁରକ୍ଷା ବଳୟରେ ଥାଇ ବି ବାରମ୍ୱାର ପ୍ରଶ୍ନ ଉଠୁଛି । କେତେବେଳେ ଡ୍ରୋନ ଉଡୁଛି ତ ଆଉ କେତେବେଳେ ଧମକ । ଏହାରି ଭିତରେ ଶ୍ରୀମନ୍ଦିର ଆତଙ୍କୀ ହମଲା ନେଇ ଆସିଛି ଧମକ୍ । ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକ ପୂର୍ଣ୍ଣ ଲେଖାରେ ଲେଖାଯାଇଛି ଯେ,ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଏପରି ଘଟଣା ପରେ ବଢିଛି ସୁରକ୍ଷା । ପୋଲିସ ପ୍ରଶାସନ ଆଲର୍ଟ ରହିଛି । ପ୍ରକୃତ ସତ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।