April 12, 2026 2:03 am

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି; ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର। ଜଳ ସମ୍ପଦ ବିଭାଗର ୫ଟି ଟେଣ୍ଡରକୁ ଅନୁମତି ମିଳିଛି। ପାର୍ବତୀଗିରି ମେଗା ଜଳପ୍ରକଳ୍ପକୁ ଗୁରୁତ୍ଵ ଦିଆଯାଇଛି। ଏହି ଜଳ ପ୍ରକଳ୍ପ ଦ୍ଵାରା ୬୧୨୦ ହେକ୍ଟର ଜମି ଜଳସେଚିତ ହେବ। ଏହାଦ୍ଵାରା ସମ୍ବଲପୁରର ୧୪ଟି ଗାଁ ଉପକୃତ ହେବେ। ସେହିପରି ଅଟଳ ବସଷ୍ଟାଣ୍ଡ ପାଇଁ ୩୪୦୦ କୋଟିର ବ୍ୟୟ ଅଟକଳ କରାଯାଇଛି। ୩୧୮ଟି ବସଷ୍ଟାଣ୍ଡର ଉନ୍ନତୀକରଣ ହେବ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। କ୍ୟାବିନେଟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣା ନୀତି ୨୦୨୬କୁ ଅନୁମୋଦନ ମିଳିଛି। ଏହି ନୀତିରେ ପ୍ରକଳ୍ପ ସରିବା ପରେ ତାର ରକ୍ଷଣାବେକ୍ଷଣା ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି। ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କ’ଣ ଦାୟିତ୍ୱ ରହିବ, ମନିଟରିଙ୍ଗ କେମିତି ହେବ, କେତେ ଟଙ୍କା ଦିଆଯିବ ସବୁ କିଛି ନୀତିରେ ଉଲ୍ଲେଖ ରହିଛି। ଏହା ବାଦ୍ ୩୪୦୦ କୋଟି ଅଟଳ ବସଷ୍ଟାଣ୍ଡ ଯୋଜନାକୁ କ୍ୟାବିନେଟ ମୋହର ବାଜିଛି। ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ବସଷ୍ଟାଣ୍ଡ osrtc ସମନ୍ୱୟରେ କରାଯିବ। ଏହା ସହ ଜଳସମ୍ପଦ ବିଭାଗର ୫ ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ବଡମ୍ବାର ୭୬ ଗାଁ, ନରସିଂହପୁର ଓ ତିଗିରିଆର ୫ଟି ଲେଖାଏଁ ଗାଁର ମୋଟ ୩୬୦୦ ହେକ୍ଟର ଜମିରେ ପାଣି ମାଡ଼ିବ। ସେହିପରି ୨୦୪ କୋଟିର ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପରେ ସମ୍ବଲପୁରରେ ୬୨୧୦ ହେକ୍ଟର ଜମି ଜଳସେଚିତ ହେବ।