କଟକ : ବୁଧବାର ଏସସିବି ମେଡିକାଲରେ ଏକ ଅଘଟଣ ଘଟିଛି । ମେଡିକାଲ ଛାତରୁ ସିଲିଂ ଖସିପଡ଼ିଯିବାରୁ ଜଣେ ରୋଗୀ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାଇ ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରୁ ସିଲିଂ ଖସି ଜଣେ ରୋଗୀଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଅଘଟଣ ଘଟିବା ପରେ ତୁରନ୍ତ ରୋଗୀ ଜଣଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ସରକାରୀ ହସ୍ପିଟାଲରେ ବାରମ୍ବାର ଏଭଳି ଘଟଣା ଘଟିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁ ରୋଗୀଙ୍କ ମୁଣ୍ଡରେ ସିଲିଂ ଖସିଲା, ସେ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି l
Post Views: 25









