କଟକ: ଦିପାବଳୀ ରାତିରେ ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇବାକୁ କେନ୍ଦ୍ର କରି ମହିଳା ପୋଲିସ ଅଫିସରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ କଟକ କମିଶନରେଟ୍ ପୋଲିସ ସୋମବାର ଦିନ ୪ ଜଣଙ୍କୁ ଗିରଫ କରିଛି lସୂଚନା ଅନୁସାରେ, ରବିବାର ଦିପାବଳୀ ଉତ୍ସବ ସମୟରେ କଟକର ନୂଆସଡ଼କ ଅଞ୍ଚଳରେ ବାଣ ଫୁଟାଇବାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ସହକାରୀ ପୋଲିସ କମିଶନର (ଏସିପି) ଅନନ୍ୟା ଅବସ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା। ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇବାକୁ ବାରଣ କରିବା ସହ ଲୋକଙ୍କୁ ବୁଝାଇବାକୁ ସେ ଚେଷ୍ଟା କରିଥିଲେ। ଏହାକୁ ନେଇ କିଛି ଲୋକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା l ପରବର୍ତ୍ତୀ ସମୟରେ ଏହା ସଂଘର୍ଷର ରୂପ ନେଇଥିଲା। ଘଟଣା ସ୍ଥଳରେ ଥିବା ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଲାଲବାଗ ଥାନା ପୋଲିସ ତଦନ୍ତ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାସ୍ଥଳର ସିସିଟିଭି ଫୁଟେଜ ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଯାଞ୍ଚ କରି ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ପୂର୍ବରୁ ଏହି ମାମଲାରେ ପୋଲିସ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।ଅଭିଯୁକ୍ତଙ୍କ ବିରୋଧରେ ୧୩ଟି ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ଲାଲବାଗ ଥାନା ପୋଲିସ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ବେଆଇନ ସମାବେଶ, ମାରପିଟ୍, ଗାଳିଗୁଲଜ ଓ ଧମକ ଦେବା ଭଳି ୧୩ଟି ସଂଗୀନ ଧାରାରେ ମାମଲା ରୁଜୁ କରିଛି । ଏହି ଘଟଣାରେ ସଂପୃକ୍ତ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସର ଚଢ଼ାଉ ଜାରି ରଖିଛି ।
Dear Madam, Dear Sir, do you want to know which of several potential mates interested in dating you will be your best mate? Can you build a long-lasting relationship, or even a marriage, with that mate? Our ROMANTIC COMPATIBILITY REPORT will give you precise, accurate, and highly detailed answers to these questions: Who will be your best mate from several potential mates who are interested in dating you? Can you build a long-lasting relationship, or even a marriage, with that mate? You can get your ROMANTIC COMPATIBILITY REPORT at https://wexxstudio.com/22-romantic-compatibility-report.html. We look forward to hearing from you. Have a great day. Best regards, Brian WRIGHT Eng., WEXXSTUDIO, sales@wexxstudio,https://wexxstudio.com