June 26, 2025 11:05 pm

ଆଜିଠୁ ୫ ଦିନିଆ ବିଦେଶ ଯାତ୍ରାରେ ପ୍ରଧାନମନ୍ତ୍ରୀ

ନୂଆଦିଳ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜିଠାରୁ ୫ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି । ଅପରେସନ ସିନ୍ଦୂର ପରେ ପିଏମଙ୍କ ପ୍ରଥମ ବିଦେଶ ଗସ୍ତ । କାନାଡ଼ା, କ୍ରୋଏସିଆ ଓ ସାଇପ୍ରସ ଗସ୍ତରେ ଯିବେ ମୋଦି । କାନାଡ଼ାରେ ଆୟୋଜିତ G7 ବୈଠକରେ ସାମିଲ ହେବେ ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଜୁନ୍ ୧୫ ରୁ ଜୁନ୍ ୧୯ ମଧ୍ୟରେ ସାଇପ୍ରସ୍, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ପ୍ରମୁଖ ବିଶ୍ୱ ଅଂଶୀଦାରମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ଏବଂ ରଣନୈତିକ ସହଭାଗୀତାକୁ ମଜବୁତ କରିବା ।ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ସାଇପ୍ରସ୍ ଯିବେ । ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସାଇପ୍ରସକୁ ପ୍ରଥମ ଗସ୍ତ ହେବ । ଏହା ପରେ ସେ କାନାଡାରେ G-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ତା’ପରେ ସେ କ୍ରୋଏସିଆ ଯିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ନିକୋସ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ ।