February 26, 2026 10:05 am

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ; ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ

ମାଲକାନଗିରି: ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲାକିନଗିରିରେ । ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ। ଆଜି ଓଡ଼ିଶାର ଜଣେ OSRTC ବସ୍ ଡ୍ରାଇଭରଙ୍କ ହୃଦଘାତ ହୋଇଥିଲା, କିନ୍ତୁ ସେ ସାହସର ସହିତ ପ୍ରଥମେ ବସ୍‌ଟିକୁ ସୁରକ୍ଷିତ ଭାବରେ ରାସ୍ତା କଡ଼କୁ ସାଇଡ କରିଦେଇଥିଲେ। ଫଳରେ ବସ୍‌ରେ ଥିବା ସମସ୍ତ ୨୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ମୃତ ଡ୍ରାଇଭର ପି ସାଇକୃଷ୍ଣ ବୋଲି ଚିହ୍ନଟ କରାଯାଇଛି। ଖବର ଅନୁସାରେ OSRTC ବସ୍‌ଟି ବିଜୟନଗରମରୁ ମାଲକାନଗିରି ଆସୁଥିବା ବେଳେ ରାତି ପ୍ରାୟ ୨.୩୦ ସମୟରେ ଡ୍ରାଇଭର ପି.ସାଇକୃଷ୍ଣଙ୍କୁ ହୃଦଘାତ ହୋଇଥିଲା । କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ରାସ୍ତା କଡରେ ବସଟିକୁ ସାଇଡ୍ କରିଦେଇଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଇ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡ୍ରାଇଭରଙ୍କ ଘର ମାଲକାନଗିରିରେ। ବସରେ ୨୫ ଜଣ ଯାତ୍ରୀ ଥିଲେ। ଆଉ ସେମାନେ ଅଳ୍ପକେ ବର୍ତ୍ତିଗଲେ।