February 26, 2026 10:03 pm

ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ

ନୟାଗଡ: ଖୁଣ୍ଟୁବନ୍ଧସ୍ଥିତ ନୟାଗଡ଼ ଜିଲ୍ଲା ଜେଲରେ ଏଭଳି ଘଟଣା ଘଟିଛି । ସୁପରିଟେଣ୍ଡେଣ୍ଟ ଓ ଜେଲ୍ କର୍ମଚାରୀଙ୍କୁ କଏଦୀ ଆକ୍ରମଣ କରିଛନ୍ତି। ଯାହାଫଳରେ ୪ ଜଣ ୱାର୍ଡରଙ୍କ ସମେତ ଜେଲ୍ ସୁପରିଟେଣ୍ଡେଣ୍ଟ ଆହତ ହୋଇଛନ୍ତି । ସେପଟେ ଜେଲ୍ ପରିସରରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷରେ ଏକାଧିକ କଏଦୀ ଆହତ ହୋଇଛନ୍ତି। ଏନେଇ ଜେଲ ସୁପରିଟେଣ୍ଡେଣ୍ଟ ବାବୁଲି ବାରିକ ନୟାଗଡ଼ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ରବିବାର ଲକଅପ ବେଳେ ଭାପୁର ଅଂଚଳର ବିଚାରାଧୀନ କଏଦୀ ବିଷ୍ନୁ ପ୍ରସାଦ ସାହୁ ଉତ୍ପାତ କରିଥିଲେ। ଆଉ ଏହା ଧୀରେ ଧୀରେ ଗୋଷ୍ଠୀ ସଂଘର୍ଷ ପାଲଟିଥିଲା। ଆଇନ ମନ୍ତ୍ରୀ କହିଛନ୍ତି, ଜେଲ୍ ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି। ଅଘଟଣ ରୋକିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।