December 6, 2025 8:52 pm

ଚିକିତ୍ସା ପାଇଁ ଭୁବନେଶ୍ୱରରେ ଅନୁପସ୍ଥିତ ରହିବେ ନବୀନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳର ନେତା ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ସେ ଆସନ୍ତା 20 ତାରିଖରେ ମୁମ୍ବାଇ ଗସ୍ତ କରିବେ ଏବଂ 22 ତାରିଖରେ ତାଙ୍କର ଚିକିତ୍ସା ହେବ। ସେ ମୁମ୍ବାଇର ପ୍ରଖ୍ୟାତ ହସପିଟାଲ କୋକିଳାବେନ ଧିରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ତାଙ୍କର ଚିକିତ୍ସା ବ୍ୟବସ୍ଥା ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ବୁଝାବୁଝି କରୁଛନ୍ତି। ତେବେ ତାଙ୍କ ଅନୁପସ୍ଥିତରେ ବିଜେଡିର ଦୈନ୍ୟନ୍ଦିନ କଥା କିଏ ବୁଝିବ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ନବୀନ ବାହାରକୁ ଗଲେ ଦଳ ଭିତରେ ବିଦ୍ରୋହର ସ୍ୱର ଉଠୁଛି। ତେବେ ଏସବୁକୁ ଧ୍ୟାନରେ ରଖି ନବୀନ ଯିବା ପୂର୍ବରୁ ସେ ନେଇ ସମସ୍ତ କାର୍ଯ୍ୟ କରିସାରିଛନ୍ତି। ଏ ନେଇ ନବୀନ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ତରଫରୁ ପ୍ରକାଶିତ ଏବଂ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ହୋଇଛି। ଏଥିରେ କୁହାଯାଇଛି ଯେ, ମୋର ଅନୁପସ୍ଥିତରେ ବିଜେଡିର ରାଜନୈତିକ ବ୍ୟାପାର କମିଟ ଦଳୀୟ ବ୍ୟାପାର ଉପରେ ନିଷ୍ପତି ଗ୍ରହଣ କରିବେ। ଏଥିସହିତ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ମଧ୍ୟ ବିଜେଡି ଅଫିସରେ ରହି ବିଭିନ୍ନ ଛାମୁଆ ସଂଗଠନ ସହିତ ସମନ୍ୱୟ ରଖିବେ।