December 6, 2025 2:51 pm

ବାଲି ପାଇଁ ଏମ୍‌ଏସ୍‌ପି ଲାଗୁ କରିବେ ସରକାର

ଭୁବନେଶ୍ୱର: ପ୍ରଥମଥର ପାଇଁ ବାଲିରେ ଲାଗୁ ହେବ ଏମ୍‌ଏସ୍‌ପି । ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ । ସରକାର ନିର୍ଦ୍ଧାରିତ କରିଥିବା ଏମ୍‌ଏସ୍‌ପି ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ । ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି ପାରିବେ ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।