February 26, 2026 3:24 am

ଜୁଲାଇ ୨୦୨୬ ସୁଦ୍ଧା ଉତ୍ତରାଖଣ୍ଡରୁ ମଦ୍ରାସା ବୋର୍ଡ ହେବ ଉଚ୍ଛେଦ

ନୂଆଦିଲ୍ଲୀ: ଜୁଲାଇ ୨୦୨୬ ସୁଦ୍ଧା ମଦ୍ରାସା ବୋର୍ଡକୁ ଉଚ୍ଛେଦ କରିବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ସରକାର। ନୂତନ ବ୍ୟବସ୍ଥା ଅନୁଯାୟୀ, ଉତ୍ତରାଖଣ୍ଡ ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ପରାଗ ମଧୁକର ଧକାତେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗତ ବିଧାନସଭା ଅଧିବେଶନରେ ମଦ୍ରାସା ବୋର୍ଡକୁ ଉଚ୍ଛେଦ କରିବାର ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ କହିଥିଲେ ଯେ ଚଳିତ ବର୍ଷ ଜୁଲାଇରୁ ସମସ୍ତ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନକୁ ଉତ୍ତରାଖଣ୍ଡ ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ଅଧୀନକୁ ଅଣାଯିବ । ସେମାନଙ୍କର ମାନ୍ୟତା ଉତ୍ତରାଖଣ୍ଡ ସ୍କୁଲ ଶିକ୍ଷା ବୋର୍ଡ ଦ୍ୱାରା ଦିଆଯିବ । ପରାଗ ମଧୁକର ଧକାତେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୋର୍ଡରେ ପ୍ରଫେସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ନିର୍ଣ୍ଣୟ କରିବେ । ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷକମାନଙ୍କୁ ବୋର୍ଡରେ ସାମିଲ କରାଯାଇଛି ।