February 26, 2026 10:43 pm

ରାଜଭବନର ନାଁ ହେଲା ‘ଲୋକଭବନ’

ଭୁବନେଶ୍ୱର: ରାଜଭବନର ନାଁ ହେଲା ଲୋକଭବନ। କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ କରାଯାଇଛି। ତେଣୁ ସୋମବାର ଠାରୁ ଏହା ସରକାରୀ ଭାବରେ କାର୍ଯ୍ୟ କାରି ହେବ ଏନେଇ ‘X’ ରେ ସୂଚନା ଦେଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ସେ କହିଛନ୍ତି, ‘‘ରାଜଭବନ ଏବେ ଲୋକଭବନ ହୋଇଛି, ଏହା ଓଡ଼ିଶା ପାଇଁ ଏକ ମାଇଲଖୁଣ୍ଟ। ରାଜଭବନ ଏବେ ଲୋକଭବନ ହେବା ପ୍ରକୃତରେ ଲୋକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଛି।’’ ସୂଚନାଯୋଗ୍ୟ, ପୂର୍ବରୁ ସରକାର ରାଜ୍ୟ ସଚିବାଳୟ ନାଁ ବଦଳାଇ ଲୋକସେବା ଭବନ କରିଥିଲେ।