May 31, 2026 12:09 am

ଛାତ୍ର – ପୋଲିସ ମୁହାଁମୁହିଁ: ଲଦାଖ

ଲଦାଖ: ରାସ୍ତାକୁ ଓହ୍ଲାଇଲେ ଯୁବ ପିଢ଼ି । ଲଦାଖରେ ନେପାଳ ଭଳି ସ୍ଥିତି । ଆଜି ଲେହ-ଲଦାଖରେ ଯୁବ ପ୍ରଦର୍ଶନକାରୀଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ରାସ୍ତାରେ ପ୍ରତିବାଦ କରୁଥିବା ଜେନ୍-ଜିମାନେ ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ପଥର ମାଡ଼ କରିଛନ୍ତି। ଏହା ସହ ଏକ ପୋଲିସ ଗାଡ଼ିକୁ ମଧ୍ୟ ଜାଳି ଦିଆଯାଇଥିବା ଜଣାପଡ଼ିଛି। ଖବର ଅନୁସାରେ, ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଲେହରେ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି । ପୋଲିସ ଗାଡ଼ିକୁ ପୋଡ଼ି ଦେଇଛନ୍ତି ପ୍ରତିବାଦକାରୀ । ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଛାତ୍ରମାନେ ପୋଲିସ ସହିତ ସଂଘର୍ଷ କରିଥିଲେ । ସଂଘର୍ଷ ସମୟରେ ଏକ ସିଆରପିଏଫ୍ ଗାଡ଼ି ପୋଡ଼ିଦେଲେ । ଘଟଣାସ୍ଥଳରେ ସିଆରପିଏଫ୍ କର୍ମଚାରୀ ଏବଂ ପୋଲିସ ମୁତୟନ ଅଛନ୍ତି, କିନ୍ତୁ ପରିସ୍ଥିତି ଗୁରୁତର ହେଉଥିବା ପରି ମନେହେଉଛି । ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଏହି ପ୍ରଦର୍ଶନ କରାଯାଉଛି ।