December 6, 2025 5:45 pm

ହକି ଏସିଆ କପରେ ଭାରତ ର ବିଜୟ ଅଭିଯାନ

ବିହାର ରାଜଗୀରେ ଆରମ୍ଭ ହୋଇଥିବା ହକି ଏସିଆ କପରେ ଭାରତୀୟ ଦଳ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମୁକାବିଲା ଚୀନକୁ ୪-୩ ଗୋଲରେ ହରାଇଛି ଭାରତ । ପ୍ରଥମ ମ୍ୟାଚରେ ଅଧିନାୟକ ହରମନପ୍ରୀତ ସିଂହ ହ୍ୟାଟ୍ରିକ୍ ଗୋଲ୍ କରିଥିଲେ ଏବଂ ଜୁଗରାଜ ସିଂହ ଗୋଟିଏ ଗୋଲ୍ କରିଥିଲେ l ଶୁକ୍ରବାର ଅପରାହ୍ନ ୩ଟାରେ ଆୟୋଜକ ଦଳ ଭାରତ ଏବଂ ଚୀନ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଭାରତକୁ ଝଟକା ଲାଗିଥିଲା । ଚୀନ ଗୋଟିଏ ଗୋଲ୍ କରି ଭାରତକୁ ଚକମା ଦେଇଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଭାରତ ଏକଦମ ଜୋସ ସହିତ ଫେରିଥିଲା । ଟିମ୍ ଇଣ୍ଡିଆ ୨ ମିନିଟରେ ୨ଟି ଗୋଲ୍ କରି ସ୍ଥିତିକୁ ମଜବୁତ କରିଥିଲା । ଯୁଗରାଜ ୧୮ ମିନିଟରେ ଏବଂ ହରମନପ୍ରୀତ ୨୦ ମିନିଟରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଏହା ପରେ ୩୩ ମିନିଟ୍ ଏବଂ ୪୭ ମିନିଟରେ ପେନାଲ୍‌ଟି କର୍ଣ୍ଣରେ କ୍ୟାପଟେନ୍ ସିଂ ଗୋଲ୍ କରି ଦଳର ସ୍ଥିତିକୁ ମଜବୁତ କରିଦେଇଥିଲେ । ଚୀନ ପକ୍ଷରୁ ଲିୟୋ ଡୁ ଶିନ୍ହାଓ, ଚେନ ବେନହାଇ ଏବଂ ଗାଓ ଜୀଶେଙ୍ଗେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ l