April 13, 2026 12:11 am

ମହିଳା ବିଶ୍ୱକପ ୨୦୨୫: ପାକିସ୍ତାନକୁ ହରାଇଲା ଭାରତ

କଲମ୍ବୋ:ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରି ଏକ ବିଶାଳ ବିଜୟ ହାସଲ କରିଛି। କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍‌ର ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା। ଜବାବରେ ପାକିସ୍ତାନ ଦଳ ୧୫୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।ଭାରତର କ୍ରାନ୍ତି ଗୌଡ଼ ତିନୋଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍‌ ହାସଲ କରି ପାକିସ୍ତାନୀ ବ୍ୟାଟିଂ ଧ୍ୱଂସ କରିଥିଲେ। ବ୍ୟାଟିଂରେ ହରଲିନ୍‌ ଦେଓଲ୍‌ଙ୍କ ୪୬ ରନ୍‌ ଓ ରିଚା ଘୋଷ୍‌ଙ୍କ ୨୦ ବଲ୍‌ରେ ୩୫ ରନ୍‌ର ଦ୍ରୁତ ଇନିଂସ୍‌ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା।ମ୍ୟାଚ୍‌ ପୂର୍ବରୁ ଟସ୍‌ ସମୟରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଓ ପାକିସ୍ତାନ ଅଧିନାୟକ ଫାତିମା ସାନା କରମର୍ଦ୍ଦନ କରି ନଥିଲେ। ମ୍ୟାଚ୍‌ ଶେଷ ହେବା ପରେ ମଧ୍ୟ ଉଭୟ ଦଳର ଖେଳାଳିମାନେ କରମର୍ଦ୍ଦନ କରିନଥିଲେ ।ଏହି ବିଜୟ ସହ ଭାରତ ମହିଳା ଦିନିକିଆ କ୍ରିକେଟ୍‌ରେ ପାକିସ୍ତାନ ବିପକ୍ଷରେ ୧୨-୦ରେ ଆଗୁଆ ରହିଛି।