May 30, 2026 10:25 pm

CMC ବୈଠକରେ ଗଣ୍ଡଗୋଳ;ବୈଠକ ଅଧାରୁ ପଳେଇଲେ ମେୟର ଓ କମିଶନର

କଟକ: କଟକରେ ସିଏମସି କାଉନସିଲ ବୈଠକ ବସିଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର। ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି। ପରିଣାମ ସ୍ୱରୂପ କାଉନସିଲ ବୈଠକ ଅଧାରୁ ବନ୍ଦ ରହିଛି। ଉଭୟ ପକ୍ଷଙ୍କୁ ବୁଝାଇବା ଲାଗି ମେୟର ଯେତେ ଚେଷ୍ଟା କରିଥିଲେ ସୁଧା ପରିସ୍ଥିତି ସୁଧୁରିନଥିଲା। ଶେଷରେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଚେୟାର ଛାଡି ଗୃହରୁ ପଳାଇଥିଲେ ମେୟର ସୁବାଷ ସିଂହ ଓ କମିଶନର। ବୈଠକରେ ଅଚଳାବସ୍ଥା ଜାରି ହେବାରୁ ବୈଠକ ବନ୍ଦ ରହିଛି।
ସୂଚନା ଥାଉକି, ଆଜି ସିଏମସି କାଉନସିଲ ବୈଠକ ବସିଥିଲା। ବୈଠକରେ ବାଲିଯାତ୍ରା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। ତେବେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲେ ବିଜେଡି ଓ ବିଜେପିର କର୍ପୋରେଟର। ଏତିକି ବେଳେ ଜଣେ ସଦସ୍ୟ ବୈଠକରେ ଅପ ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ବୈଠକରେ ହଙ୍ଗାମା ପରିସ୍ଥିତି ହୋଇଥିଲା। ଏମିତିକି ବୈଠକରେ ଚେୟାର ବି ଉଡିଥିଲା।