IAS ସ୍ତରରେ ଅଦଳବଦଳ କଲେ ଓଡିଶା ସରକାର

ଭୁବନେଶ୍ୱର: ଆଇଏଏସ ସ୍ତର ରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନ୍‌. ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି। ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମର ଏମ୍‌ଡି ହୋଇଥିବା ବେଳେ ସୁରେନ୍ଦ୍ର କୁମାର ମୀନା ST/SC ବିକାଶ ବିଭାଗର ଅତିରିକ୍ତ ସଚିବ ଓ ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।ବିଏମ୍‌ସି କମିଶନର ଚଞ୍ଚଲ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି … Read more

କଟକ ଗଣ୍ଡଗୋଳ ଘଟଣାରେ ୮ଜଣଙ୍କୁ ଗିରଫ କଲା ପୋଲିସ

କଟକ :କଟକ ଗଣ୍ଡଗୋଳ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‍ ଦେବଦତ୍ତ ସିଂହ । ଆଗକୁ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ବୋଲି ସେ କହିଛନ୍ତି । ୩ଟି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୋଲିସ । ବିନା ଅନୁମତିରେ ଶୋଭାଯାତ୍ରା ବହାର କରିବା, ବେଆଇନ ଭାବେ ସହର ପରିକ୍ରମା କରି ଏକାଠି ହେବା, ପୋଲିସ ଉପରେ ଆକ୍ରମଣ … Read more

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହେଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ପୂର୍ବରୁ ମଙ୍ଗଳବାର ଦିନ ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରତିକ୍ରିୟା ଦେଇ କହିଛନ୍ତି, “ବାଚସ୍ପତି ସବୁ ଦଳର ସହଯୋଗ ଲୋଡିଲେ ସାମ୍ଭିଧାନିକ ଵିଧି ବ୍ୟବସ୍ଥା ଅନୁସାରେ ଆମେ ସହଯୋଗ କରିବୁ । ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ରହିଛି । ଚାଷୀ ଓ ସାର ସମସ୍ୟା ସହ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ, ମହିଳା ବିରୋଧୀ … Read more

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୯୧୩ଟି ନବନିର୍ମିତ ଅଙ୍ଗନୱାଡିର ଉଦଘାଟନ କଲେ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର … Read more

ବାତ୍ୟା ଆଶଙ୍କାକୁ ନେଇ IMD ମୁଖ୍ୟଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଅକ୍ଟୋବରରେ ବାତ୍ୟାକୁ ନେଇ ସଠିକ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏବେଯାଏଁ ବାତ୍ୟାର କୌଣସି ସୂଚନା ମିଳିନଥିବା ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପ ସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଏସବୁ ସମୟରେ ପ୍ରତିବର୍ଷ ସାଧାରଣତଃ ବଙ୍ଗୋପସାଗର ଏବଂ ଆରବ ସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ । ତା ଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ । … Read more

ନେପାଳରେ ଫସିଛନ୍ତି ୨୩ ଓଡ଼ିଆ ପର୍ଯ୍ୟଟକ

ଭୁବନେଶ୍ୱର: ନେପାଳରେ ଫସିଛନ୍ତି ଯାଜପୁରର ୨୩ ପର୍ଯ୍ୟଟକ । ନେପାଳରେ ଏବେ ବିସ୍ଫୋରକ ସ୍ଥିତି ଉପୁଜିଛି । ଜେନ-ଜିଙ୍କ ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଉଛି । ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇଥିବା ୨୩ଜଣ ଯାଜପୁର ଅଞ୍ଚଳର ତୀର୍ଥଯାତ୍ରୀ ଫସି ରହିଛନ୍ତି । ୨ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକିଛନ୍ତି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ … Read more

ଦେହରେ ନିଆଁ ଲଗାଇ ଆଇନଜୀବୀ ଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଦେହରେ ନିଆଁ ଲଗାଇ ଜଳି ଗଲେ ଆଇନଜୀବୀ । ମୃତକ ଜଣକ ହେଲେ ପାଣ୍ଡରା ଅଞ୍ଚଳ ର ୪୬ ବର୍ଷୀୟ ଦୀପକ ସାହୁ । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି । ହେଲେ ସେ କାହିଁକି ଆତ୍ମହତ୍ୟା ନିଷ୍ପତ୍ତି ନେଲେ , ଆତ୍ମାହୁତି ପଛର କାରଣ କ’ଣ, ତାହା ସ୍ପଷ୍ଟ ହୋଇନାହିଁ । ଦୀପକ ମାନସିକ ରୋଗରେ ଆକ୍ରାନ୍ତ ଥିବା … Read more

ଜଳିଗଲା ଆମ ବସ, ଚଳନ୍ତା ଅବସ୍ଥାରେ ଲାଗିଥିଲା ନିଆଁ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ବସ (ଓଡି-୩୩, ୟୁ-୭୩୪୯) ଜଗତପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଗଡ଼ିଖୋର୍ଦ୍ଧା ଛକ ନିକଟରେ ହଠାତ୍ ବସର ଇଞ୍ଜିନରୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ଆଜି ମଧ୍ୟାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ଗଡ଼ଖୋର୍ଦ୍ଧା ଛକରେ ଏକ ଚଳନ୍ତା ଆମ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ବସଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।ମିଳିଥିବା ଖବରରୁ ଜଣାପଡ଼ିଛି ଯେ, ଶଟ୍‌ସର୍କିଟ୍‌ରୁ ଯୋଗୁ ନିଆଁ ଲାଗିଥାଇପାରେ, … Read more

ଧର୍ମଘଟ ପ୍ରତ୍ୟାହୃତ,ଆଜିଠୁ ଗଡିବ ବସ୍‌

ଭୁବନେଶ୍ୱର: ଆଜି ଠାରୁ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍‌ରେ ଘରୋଇ ବସ୍‌ ଗଡ଼ିବ। ଏନେଇ ଶୁକ୍ରବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ପୁରୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘର … Read more

ଘୋଷଣା ହେବ ୧୨ ନୂଆ NAC

ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସି ଘୋଷଣା କରିବାକୁ ଯୋଜନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସି ଘୋଷଣା ହେବ । ଆସନ୍ତୁ ନଜର ପକାଇବା, ତାଲିକାରେ ଥିବା କିଛି ଏନଏସସି ଉପରେ । ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ … Read more