ରାଜଧାନୀରେ ଡଗ୍‌ ସୋ’ ଆରମ୍ଭ, ଭାଗ ନେଲେ ୮ ରାଜ୍ୟରୁ ୮୩ କୁକୁର

ଭୁବନେଶ୍ୱର: ଓଡ଼ିଶା କେନେଲ୍ କ୍ଲବ୍(ଭୁବନେଶ୍ୱର) ପକ୍ଷରୁ ଶୁକ୍ରବାର ଓୟୁଏଟିସ୍ଥିତ ଭେଟେରନାରୀ ପଡ଼ିଆରେ ଆରମ୍ଭ ହୋଇଛି ସର୍ବଭାରତୀୟ ଡଗ୍ ସୋ ଚାମ୍ପିଅନସିପ୍ । ପ୍ରଥମ ଦିନରେ ‘ଦି ଜର୍ମାନ ସେଫର୍ଡ ଡଗ୍ କନଫେଡେରେସନ୍(କଳିଙ୍ଗ ଚାପ୍ଟର)’ ପକ୍ଷରୁ ଅଷ୍ଟମ ଜର୍ମାନ ସେଫର୍ଡ କୁକୁରଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ହୋଇଥିଲା । ଏହି ପ୍ରଦର୍ଶନୀକୁ ଓୟୁଏଟିର କୁଳପତି ପ୍ରଫେସର ଡ. ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସେହିପରି ଜର୍ମାନୀରୁ ଆସିଥିବା ଜୋସେନ୍ ପ୍ରଲ୍ … Read more

ବିଦ୍ୟାଳୟରେ ସାଇନ୍ ବୋର୍ଡ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ର ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବଡ ଭୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡ଼ିଯାଇ ଏପରି ଅଘଟଣ ଘଟିଥିବା ଖବର ମିଳିଛି । ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଲେ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର ଶିବ ଚରଣ ଲୋହାରଙ୍କ ପୁଅ ଅଭିର ଲୋହାର(୭)। ଅନ୍ୟ ଦୁଇଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର … Read more

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସର ବାତାବରଣକୁ ସୋଆ ଗୁରୁତ୍ୱ ଦିଏ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର ସମ୍ମାନ ଊର୍ଦ୍ଧ୍ୱକୁ ଯିବାପାଇଁ ଛାତ୍ରଛାତ୍ରୀମାନେ ଶୈକ୍ଷିକ ଦାୟିତ୍ୱ ଓ ଶୃଙ୍ଖଳା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ପ୍ରଥମ ବାର୍ଷିକ ଉତ୍ସବ ‘ଏନିଗ୍‌ମା ୨୦୨୫’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ର‌୍ୟାଗିଂ ଏକ ଧର୍ତବ୍ୟ ଅପରାଧ । … Read more

ଟାଟା ପାୱାର ର ବେଆଇନ ଭାବେ ପଇସା ଶୋଷଣ

ଭୁବନେଶ୍ୱର: ଏକ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ଶାସନ ସଚିବ ଜନ ଜାଗରଣର ସଭାପତି ବିଜୟ ପଟ୍ଟନାୟକ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ବେଆଇନ ଭାବେ ଟାଟା ପାୱାର ଶୋଷଣ କରୁଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଓଇଆରସି ୪ବର୍ଷ ହେବ ବିଦ୍ୟୁତ ଦର ବୃଦ୍ଧି କରିନାହିଁ । କିନ୍ତୁ ବେଆଇନ ଭାବେ ଅତିରିକ୍ତ ସିକ୍ୟୁରିଟି ପାଇଁ ପଇସା ଆଦାୟ କରୁଛି । ଏହି ସିକ୍ୟୁରିଟି ଟଙ୍କା ଆଦାୟ କରିବା ନିୟମ ବିରୁଦ୍ଧ ବୋଲି ବିଜୟ … Read more

ଓଡ଼ିଶାର ସଙ୍ଗମ କୁମାର ସାହୁ ହେବେ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି

କଟକ: ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କ ନାମ ସୁପାରିଶ କରିଛି । ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ କଲେଜିୟମ୍ ଦେଶର ବିଭିନ୍ନ ହାଇକୋର୍ଟରେ ଖାଲି ପଡ଼ିବାକୁ ଥିବା ପାଞ୍ଚ ଜଣ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିଶ କରିଛି, ସେଥିମଧ୍ୟରେ ଜଷ୍ଟିସ୍ ସାହୁଙ୍କ ନାମ ରହିଛି।ଓଡ଼ିଶା ରାଜ୍ୟ ବାର୍‌ କାଉନସିଲରେ ଜଷ୍ଟିସ୍ ସାହୁ ୧୯୮୯ ମସିହାରେ ଆଇନଜୀବୀ ଭାବେ ନାମ ଲେଖାଇଥିଲେ ଏବଂ ଅପରାଧିକ … Read more

ବଡ଼ ଦିନ ଉପଲକ୍ଷେ ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ଭୁବନେଶ୍ୱର: ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ ବଡ଼ ଦିନ ଉପଲକ୍ଷେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆର ବୋର୍ଡ ଅଫ୍ ଡାଇରେକ୍ଟର ଡିଷ୍ଟିଙ୍ଗୁଇସ୍‌ଡ ସଦସ୍ୟା ଶ୍ରୀମତି ଉପାସନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସିକ୍କିମ୍‌ର … Read more

କିସ୍ ଛାତ୍ର ହତ୍ୟା ଘଟଣାରେ ଜେଲ ଗଲେ ୮ ଅଭିଯୁକ୍ତ

ଭୁବନେଶ୍ୱର: କିସ୍ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ମାମଲାରେ ଇନଫୋସିଟି ଥାନା ପୋଲିସ ଗତକାଲି ୮ ଜଣଙ୍କୁ ଗିରଫ କରିଥିଲା । ସେମାନେ ଅତିରିକ୍ତ ସିଇଓ ପ୍ରମୋଦ କୁମାର ପାତ୍ର, ଶିକ୍ଷକ ବିନୟ କୁମାର ଗୋଛି, ସିନିଅର୍ ଏକାଡେମିକ୍ କୋର୍ଡିନେଟର୍ ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, କିସ୍ ସେକେଣ୍ଡାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ନାୟକ, ଛାତ୍ରାବାସର ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର, ସୁପରଭାଇଜର୍ ଶୁଭକାନ୍ତ ବେହେରା ଓ ସହକାରୀ ଶିକ୍ଷୟତ୍ରୀ … Read more

ଏମ୍‌ସ କୁ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର

ଭୁବନେଶ୍ୱର: ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ସର୍ଭିସ୍ ରୋଡକୁ ଆହୁରି ଚଉଡା କରାଯିବ। ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ। ଏପରି ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ (NHI) ଏନେଇ ପ୍ରାଥମିକ ସର୍ଭେ ବି କରିସାରିଛି । ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ … Read more

କେନ୍ଦୁଝର ଅତିଥି ଅଧ୍ୟାପିକାଙ୍କ ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ମାଇନିଂ କଲୋନୀରେ ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ରେମୁଣା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ପ୍ରିୟଙ୍କା ଦାଶ(୨୯)। ସେ ୨ ବର୍ଷ ହେଲା ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ପ୍ରିୟଙ୍କାଙ୍କ ଦାଦା ହେମେନ୍ଦ୍ର ପ୍ରସାଦ ଦାଶ ଓ ଖୁଡ଼ୀ ପଦ୍ମଜା ଦାଶ ଝିଆରୀଙ୍କୁ ବଳାତ୍କାର … Read more

ରାଜ୍ୟରେ ଜାନୁଆରୀ ୬ରୁ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜାନୁଆରୀ ୬ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ। ଏ ବର୍ଷ ପକ୍ଷୀ ଗଣନା … Read more