ପାଣ୍ଡିଆନ ଆମର ନେତା ନୁହନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା ଏକାଠି ଭୋଜିଭାତ କରିବା ପରେ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା। ନେତାମାନେ ଏକାଠି ହୋଇ ଆଞ୍ଚଳିକ ଦଳ ଗଠନ ପାଇଁ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଭି.କେ. ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ବିଜେଡି ସଭାପତି କରାଯିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଥମେ ମୁହଁ ଖୋଲିଥିଲେ। ପାଣ୍ଡିଆନ ଆମ ନେତା ନୁହନ୍ତି ବୋଲି ସମ୍ବିତ କହିଥିଲେ। … Read more

ଏପ୍ରିଲ ୧ରୁ ବଦଳିବ ଜମିର ବେଞ୍ଚମାର୍କ ମୂଲ୍ୟ ।

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟ (BMV) ର ଦ୍ୱିବାର୍ଷିକ ସଂଶୋଧନ ପାଇଁ ଏକ ବିସ୍ତୃତ ସୂଚନା ବା SOP ଜାରି ହୋଇଛି ।ଏହି ନୂଆ ନିୟମ ପ୍ରତି ଦୁଇ ବର୍ଷରେ ଥରେ ଏପ୍ରିଲ ୧ ତାରିଖରୁ ଲାଗୁ ହେବ।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ମୂଲ୍ୟାଙ୍କନ କମିଟି’ (DVC) ଓ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଉପ-ଜିଲ୍ଲା ମୂଲ୍ୟାଙ୍କନ କମିଟି’ (SDVC) ଗଠନ କରାଯିବ । … Read more

ହାଇଦ୍ରାବାଦ ନିବେଶକ ସମ୍ମିଳନୀ ସଫଳ; ୧୩ଟି MOU ସ୍ବାକ୍ଷର

ଭୁବନେଶ୍ୱର: ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ୧୩ଟି ଏମଓୟୁ ସହ ୬୭ ହଜାର କୋଟିର ନିବେଶ ପ୍ରସ୍ତାବ ମିଳିଛି । ଇନଭେଷ୍ଟର ମିଟରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମିଳନୀରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଦୁଇଟି ରାଉଣ୍ଡ ଟେବୁଲ ବୈଠକ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ବୈଠକରେ ଫାର୍ମା ଓ ଡିଫେନ୍ସରେ ନିବେଶ ନେଇ ଆଲୋଚନା … Read more

ଓଡିଶା ପଛୁଆ ବର୍ଗ ଆୟୋଗ ପୁନର୍ଗଠନ ପାଇଁ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ଅନୁରୋଧ କରିଛନ୍ତି । ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । … Read more

ବିଜେଡିର ଉତ୍ତରାଧିକାରୀକୁ ନେଇ ପୁଣି ମୁହଁ ଖୋଲିଲେ ଶ୍ରୀମୟୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ଚର୍ଚ୍ଚା । କିଛି ଦିନର ବ୍ୟବଧାନ ପରେ ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ନେତ୍ରୀ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀକୁ ନେଇ କଲେ ଆକ୍ଷେପ । ବିଜେଡି ଯୁବନେତାଙ୍କ ବଣଭୋଜିର ଗୁମର ଖୋଲିଦେଲେ ଶ୍ରୀମୟୀ ମିଶ୍ର । କିଏ କାହା ଟିମ୍‌ରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା । ବିଜେଡି ମୁଖିଆ କାହାକୁ … Read more

ପ୍ରଣବ ବଳବନ୍ତରାୟଙ୍କ ନାମରେ ସରକାରୀ ଜମି ମାଡ଼ି ବସିଥିବା ଅଭିଯୋଗ

ଭୁବନେଶ୍ୱର: ଗଡ଼ମଧୁପୁର ମୌଜାରେ ଜମି ଜବରଦଖଲ ଅଭିଯୋଗରେ ଧର୍ମଶାଳା ତହସିଲ୍‌ ପକ୍ଷରୁ ପ୍ରଣବଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି । ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀର ଖାତା ନଂ ୩୩୬ ପ୍ଲଟ ନମ୍ବର ୧୧୧୮ରେ ଥିବା ଫାର୍ମ ହାଉସ୍ ବିନା ଅନୁମତିରେ ସରକାରୀ ଜମି ଜବରଦଖଲ କରିଥିବା ଦର୍ଶାଯାଇଛି । ଓଡିଶା ଭୂମି ଅନଧିକାର ଦଖଲ ନିବାରଣ ଅଧିନିୟମ ୧୯୭୨ର ଧାରା ୪ ଏବଂ ୬ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମଧ୍ୟ ପ୍ରଣବଙ୍କ ବିରୋଧରେ ରହିଛି ସରକାରୀ ଜମି … Read more

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କୋରାପୁଟ: ଆଜି ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଘୋଷଣା କରିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ ଟାରେ ହେଲିକପ୍ଟର ଯୋଗେ ବିଶାଖାପାଟଣାରୁ ଆସି କୋରାପୁଟ ବିଏସ୍‌ଏଫ ହେଲିପ୍ୟାଡ୍‌ରେ ପହଞ୍ଚିବେ ପରେ ସେଠାରୁ କାର୍‌ରେ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ ହାଉସ୍‌ଠାରେ ପ୍ରାୟ ୨ ଘଣ୍ଟା ଧରି … Read more

ITER (SOA) ରେ ICRAMERD – ୨୦୨୫ ଆୟୋଜିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଡିସେମ୍ବର ୧୯ ଓ ୨୦ ଦୁଇ ଦିନ ଧରି ୬ଷ୍ଠ ଇନ୍‌ଟରନ୍ୟାସନ୍‌ନାଲ୍ କନ୍‌ଫରେନ୍ସ ଅନ୍ ରିସେଂଟ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଂଟ ୨୦୨୫ (ଆଇସିଆର୍‌ଏଏମ୍‌ଇଆରଡି) ଆୟୋଜିତ ହୋଇଯାଇଛି । ହାଇବ୍ରିଡ ମୋଡରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ସାରା ବିଶ୍ୱରୁ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରର ବ୍ୟକ୍ତି ବିଶେଷ ଭାଗ ନେଇଥିଲେ । ଆଇଟିଇଆରର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର … Read more

ରାଜ୍ୟବ୍ୟାପୀ ବିଜେଡି ପାଳିବ ୨୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହେବ। ଏହା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଶନିବାର ଦିନ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, … Read more

PUC ନଥିଲେ ମିଳିବନି ତେଲ: ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର: ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି । ଏ ସଂକ୍ରାନ୍ତରେ ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖାଯାଇଛି । ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର … Read more