ଏମ୍‌ଭି ଦ’ ପାଟ୍ରନ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପ: ପାରାଦୀପ ବନ୍ଦରରୁ ଏକ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଜାନୁଆରି ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏକ ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଏମଭି ଦି ପାଟ୍ରନ ଟିମ ଆଇଏମଓ-୯୪୮୧୪୩୯)ଜାହାଜ ବିରୋଧରେ କରାଯାଇଛି। ପ୍ରତିପକ୍ଷ ଏମଭି ଦି ପାଟ୍ରନ ଟିମକୁ ହାଇକୋର୍ଟଙ୍କ … Read more

୨୯ ତାରିଖ ରେ ରାଜ୍ୟ ସାରା ଆନ୍ଦୋଳନ କରିବ କଂଗ୍ରେସ: ଭକ୍ତ ଦାସ

ଭୁବନେଶ୍ୱର:ଟାଟା ପାୱାର ର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ l ଓଇଆରସି ନିର୍ଦ୍ଦେଶରେ ଟାଟା ପାୱାର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ।ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ ଆଦାୟ ବନ୍ଦ, ସ୍ମାର୍ଟ ମିଟର ପାଇଁ ଆଦାୟ ହେଉଥିବା ଟଙ୍କା ଆଦାୟ ବନ୍ଦ ଓ ମାଗଣା ବିଜୁଳି ବଣ୍ଟନ କରିବାକୁ ସେ ଦାବି କରିଛନ୍ତି। ବାହାର ରାଜ୍ୟରେ … Read more

ଶଙ୍ଖ ଭବନରେ ପାଳିତ ହେଲା ବିଜେଡି ର ୨୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଶୁକ୍ରବାର ଦିନ ଶଙ୍ଖ ଭବନରେ ବିଜେଡି ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି l ଏହି ଅବସରରେ ଦଳର ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଥିଲେ। ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ବିଜେଡି ଅଛି ଓ ଶହେ ବର୍ଷ ରହିବ। କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି … Read more

ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ହେବ ବନ୍ଦ

ଭୁବନେଶ୍ବର: ଆଜି ଠାରୁ ସକାଳ ୧୦ରୁ ୧୧ଟା ଏକ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ, ଓପିଡି ବନ୍ଦ ରହିବ । ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ, ଓମସା ପକ୍ଷରୁ ଘୋଷଣା କରାଯାଇଛି ।ରାଜ୍ଯର ସମସ୍ତ ସରକାରୀ ମେଡିକାଲରେ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ । ସେପଟେ, ଓଡ଼ିଶା ମେଡିକାଲ ସେବା ସଂଘ … Read more

ପରଲୋକରେ ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି

ଭୁବନେଶ୍ୱର: କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ବାସଭବନକୁ ବିଜେପିର ବହୁ ନେତା ଓ ମୁଖ୍ୟମନ୍ତ୍ରୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅନେକ ଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ। ସେ ୨୦୦୪ରୁ ୨୦୦୯ ଯାଏ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବହୁ ବିଜେପି ନେତା ଗଭୀର‌ … Read more

ଦୁବାଇ ବଜାରରେ ବିକ୍ରି ହେବ ଓଡିଶାର ପନିପରିବା

ଭୁବନେଶ୍ୱର: ଏଥର ଓଡ଼ିଶା ରସୁଣ ଓ ବିନ୍ସର ସ୍ୱାଦ ମିଳିବ ଦୁବାଇରେ । ରସୁଣ ଏବଂ ଫ୍ରେଞ୍ଚ ବିନ୍ସ ବ୍ୟତୀତ, ସେମାନେ ଓଡ଼ିଶାର ସବୁଜ ପନିପରିବା ଯେପରିକି ପୋଟଳ, ଅମୃତଭଣ୍ଡା ଏବଂ ଆଳୁର ମଧ୍ୟ ସ୍ବାଦ ପାଇବେ। ଗତ ବୁଧବାର ଦିନ ଭୂବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଓଡ଼ିଶାର କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ୟୁନାଇଟେଡ୍ ଆରବ ଏମିରେଟ୍ସର ଦୁବାଇକୁ ୧ ହଜାର କିଲୋଗ୍ରାମ ତାଜା ଉଦ୍ୟାନ କୃଷି ଉତ୍ପାଦ ସଫଳତାର ସହ ରପ୍ତାନୀ … Read more

କିଟ୍ ନହ୍ନିପରୀ ୨୦୨୫ ହେଲେ କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ

ଭୁବନେଶ୍ୱର: କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୫ର ଫାଇନାଲ୍ ତଥା ମେଗା ରାଉଣ୍ଡ ମଙ୍ଗଳବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ସମୃଦ୍ଧି ନହ୍ନିପରୀ ମୁକୁଟ ସହ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି । ସେମିଫାଇନାଲ୍‌କୁ ୩୫ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ। ମଧ୍ୟପ୍ରଦେଶର … Read more

ମହୋଦଧିରେ ଭାସିଆସିଲେ ମହାପ୍ରଭୁ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମୁଦ୍ର ବେଳାଭୂମିକୁ ଭାସି ଆସିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ସମୁଦ୍ର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର ହୋଇଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ମହାପ୍ରଭୁଙ୍କ ଏକ ବିଗ୍ରହ ସମୁଦ୍ରରେ ଭାସୁଥିବା ବେଳେ କିଛି ଯୁବକ ଉଦ୍ଧାର କରି ଏହାକୁ କୂଳକୁ ଆଣିଛନ୍ତି। ପାଣି ଭିତରୁ ଆଣୁଥିବା ବେଳେ ଆଉ … Read more

ଅନୁ ଗର୍ଗ ହେଲେ ଓଡିଶା ର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ନୂଆ ବର୍ଷରୁ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର ଅନୁ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ ସ୍ଥାନ ନେଇଛନ୍ତି। ଆସନ୍ତା ୩୧ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁ ଗର୍ଗ ବର୍ତ୍ତମାନ ଉନ୍ନୟନ କମିଶନର ମୁଖ୍ୟ ସଚିବ … Read more

କ୍ୟାବିନେଟ ବୈଠକ ରେ ୧୦ ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୩୩ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।କ୍ୟାବିନେଟ ବୈଠକରେ ମୋଟ ୭ଟି ବିଭାଗର ୧୦ଟି ପ୍ରସ୍ତାବ ଆଗତ ହେବା ସହ ପ୍ରସ୍ତାବ ଗୁଡ଼ିକ ଅନୁମୋଦନ ମିଳିଛି lଆରମ୍ଭ ହେବ ଐତିହ୍ୟ ଗ୍ରାମ ଯୋଜନା। ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁ ସାମିଲ ହେବ। ପ୍ରତି ବରପୁତ୍ରଙ୍କ ଗାଁର ବିକାଶ … Read more