March 23, 2026 10:52 am

ଓଡ଼ିଶା ଗସ୍ତରେ ଆସି ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଅମିତ ଶାହ

କଟକ: ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସି କଟକର ମୁଣ୍ଡଳୀସ୍ଥିତ CISF କ୍ୟାମ୍ପରେ ଆୟୋଜିତ ୫୭ତମ ପ୍ରତିଷ୍ଠା ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଲାମୀ ଗ୍ରହଣ କରିବା ସହ ବଳର ବୀରତ୍ୱ ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ଏହାସହ CISFକୁ ଅଧିକ ବଳ ଓ ଶକ୍ତି ଯୋଗାଇବା ପାଇଁ ବଡ଼ ଘୋଷଣା କରିଛନ୍ତି। ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ ବୋଲି କହିଛନ୍ତି ଶାହ।
ଶାହ କହିଛନ୍ତି, ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଶାହ । CISF ହାତରେ ସୁରକ୍ଷିତ ରହିଛି ଦେଶର ବନ୍ଦର । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି। ନକ୍ସଲମୁକ୍ତ ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅନନ୍ୟ । CISF ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟପାଳନ କରିଆସୁଛନ୍ତି । ଦେଶର ବିମାନବନ୍ଦର, ବନ୍ଦର ଏବଂ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ସୁରକ୍ଷା ଦାୟିତ୍ୱ CISF ସଫଳତାର ସହ ତୁଲାଉଛି। ଆଗାମୀ ଦିନରେ ଦେଶର ସମସ୍ତ ବନ୍ଦରର ସୁରକ୍ଷା ଦାୟିତ୍ୱ CISFକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି। ଏହାସହ ସୁରକ୍ଷା ବଳକୁ ଆହୁରି ସଶକ୍ତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ଶାହ। ସୁରକ୍ଷା ବଳ ପାଇଁ ଆହୁରି ଅର୍ଥ ଆବଶ୍ୟକତା ପରିଲକ୍ଷିତ କରି ବଡ ଅର୍ଥ ରାଶି ଘୋଷଣା କରିଛନ୍ତି । ଏହି ଅବସରରେ CISF ପାଇଁ ୮୮ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଶାହ।