ଆସନ୍ତାକାଲି ସକାଳ ୬ରୁ ଅପରାହ୍ନ ୨ଟା ଯାଏ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ ଓ ସିପିଆଇ ପକ୍ଷରୁ ମଧ୍ୟ୍ୟ ସମର୍ଥନ କରାଯାଇଛି। ଚାଷୀ ସମସ୍ୟା, ପ୍ରଦୂଷଣ ଓ ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ସବୁ … Read more

ଆସନ୍ତା ୨ରୁ ବିଜେଡି କରିବ ବିକ୍ଷୋଭ

ଭୁବନେଶ୍ୱର: ଆସନ୍ତା ୨ରୁ ବିଜେଡି କରିବ ବିକ୍ଷୋଭ l ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ବିଜେଡି ଅଭିଯୋଗ କରିଛି ଯେ ବିଜେପିର ପ୍ରତିଶ୍ରୁତିର ଖିଲାପ ପରେ ବିଭିନ୍ନସ୍ତରରେ ଜନସାଧାରଣଙ୍କ କ୍ଷୋଭ ବଢ଼ୁଛି। ପ୍ରଥମେ ଚାଷୀଙ୍କୁ ସାର ଦେବା ପାଇଁ ସରକାର ହଇରାଣ କଲେ। ଧାନ ଉତ୍ପାଦନ ପରେ ଧାନକିଣା ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରି ନାହିଁ। ରାଜ୍ୟର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। … Read more

ଜାତୀୟ ପତାକା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ: ଜାତୀୟ ପତାକା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁର ଓମ ପ୍ରକାଶ ଦ୍ବିବେଦୀ। ଓମ ପ୍ରକାଶ କୁଜଙ୍ଗ ବିବି ହାଇସ୍କୁଲର ଜଣେ ମେଧାବୀ ଛାତ୍ର ଥିଲେ । ସେ କଜଙ୍ଗ ସମାଗୋଳରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ। ସୂଚନା ଅନୁଯାୟୀ, ସକାଳେ କୁଜଙ୍ଗ ସ୍ଥିତ ଏକ କୋଚିଂ ସେଣ୍ଟରରେ ପତାକା ଉତ୍ତୋଳନ କରାଯାଇଥିଲା। କିନ୍ତୁ … Read more

ଦେବଗଡ଼ରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ଼: ଦେବଗଡ଼ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବାରକୋଟ ଥାନା ବାଲିରୋଇ ଗ୍ରାମର ଉଦିତ ପାତ୍ର ନିଶାସକ୍ତ ଅବସ୍ଥାରେ ଶିଶୁକନ୍ୟାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଚିତ୍କାର କରିବାରୁ ବଳାତ୍କାରୀଙ୍କୁ ଗ୍ରାମବାସୀ କାବୁ କରି ନିର୍ଧୂମ ମାଡ ମାରିଛନ୍ତି। ଗ୍ରାମବାସୀଙ୍କ ମାଡ଼ରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। … Read more

ଓଡିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କରିବେ ଜଗନ୍ନାଥ ଦର୍ଶନ

ପୁରୀ: ରାଷ୍ଟ୍ରପତି ଓଡିଶା ଆସିଲେ ଜଗନ୍ନାଥଙ୍କୁ ଦର୍ଶନ କରିବେ ଓ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ଶ୍ୱେତଗଙ୍ଗାଙ୍କୁ ନୂଆ ରୂପ ଦେବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପୁଷ୍କରିଣୀ ଚାରିପାଖ ଆବର୍ଜନା, ଉଠିଥିବା ଅନାବନା ଗଛ ସଫା ହୋଇଛି । ପୁଷ୍କରିଣୀର ପାଚେରିକୁ ରଙ୍ଗ କରାଯାଉଛି । ଶ୍ୱେତଗଙ୍ଗାକୁ ସଂଲଗ୍ନ ରାସ୍ତା ମଧ୍ୟ ମରାମତି ହେଉଛି । ଯୁଦ୍ଧକାଳୀନ ଭିତ୍ତିରେ … Read more

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ୱର: ସ୍ମାର୍ଟସିଟିରେ ରହି ମଧ୍ୟ ଲୋକମାନେ ଅନୁଭବ କରିବେ ଗାଉଁଲି ପରିବେଶ । ଆଦିବାସୀ ମେଳା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଆଦିବାସୀ ନିଜ ଚଳଣୀର ପାରମ୍ପରିକ ଘର ତିଆରିରେ ଲାଗିପଡ଼ିଛନ୍ତି । ଆଜିଠୁ ୟୁନିଟି-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା : ୨୦୨୬ । ଯାହା ଫେବ୍ରୁଆରୀ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାକୁ ଉଦ୍‌ଘାଟନ କରିବେ। ଏଥର ମେଳା … Read more

କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ

ଭୁବନେଶ୍ୱର: ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ୍‌ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନର ଆୟୋଜିତ ହୋଇଯାଇଛି । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ୨୦୧୬ ମସିହାରୁ ଏହି ପ୍ରୟାସ ଆରମ୍ଭ କରିଆସୁଛନ୍ତି । ମାରାଥନ … Read more

ତେଜସ୍ବୀ ଯାଦବ ହେଲେ ଆରଜେଡି ର କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର: ତେଜସ୍ବୀ ଯାଦବ ହେଲେ ଆରଜେଡି ର କାର୍ଯ୍ୟକାରୀ ସଭାପତି। ପାଟନାରେ ଆୟୋଜିତ ଆରଜେଡିର ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତେଜସ୍ବୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।ଏହି ଅବସରରେ ତେଜସ୍ବୀଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବଡି ଦେବୀ ଉପସ୍ଥିତ ଥିଲେ । ତେଜସ୍ବୀଙ୍କ ଏହି ଉତ୍ତରଣ ଦଳର ସାଂଗଠନିକ ବିନ୍ୟାସକୁ ସୁଦୃଢ଼ କରିବା ସହ ନୀତି … Read more

ଆରପାରିରେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଭୁବନେଶ୍ୱର: ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ବଞ୍ଚିବା ପାଇଁ ଭୁବନେଶ୍ବର ଏମସରେ ବହୁ ସଂଘର୍ଷ କରିବା ପରେ ହାରିଯାଇଥିଲେ। ଲିଭର ଜନିତ ରୋଗରେ ପିଡିତ ହୋଇ ସେ ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ। ସେ ସେଠାରେ ବହୁଦିନ ଧରି ଚିକିତ୍ସିତ ହେବ ପରେ କୋମା ଅବସ୍ଥାରେ ଘରକୁ ଫେରିଥିଲେ। ହେଲେ ପୁଣି ଥରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏମସରେ ଗତକାଲି ଭର୍ତ୍ତି କରାଯାଇଥିଲା। ହେଲେ ସେ ଶେଷରେ ଜୀବନ ହାରି ଦେଇଛନ୍ତି। ଅଭିଜିତ ଗୁରୁତର ଅସୁସ୍ଥ … Read more

ମାଘସପ୍ତମୀ ଅବସରରେ ଚନ୍ଦ୍ରଭାଗା ତଟରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ: ଧ୍ୟାନ, ଜପ, ତପସ୍ୟା ଓ ବେଦ ମନ୍ତ୍ର ଉଚ୍ଚାରଣରେ ସମଗ୍ର ପରିବେଶ ଧାର୍ମିକମୟ ହୋଇଉଠିଛି । ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ଅନୁଯାୟୀ, ମାଘସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୁଏ ଓ ସୁଖ-ଶାନ୍ତି ଲାଭ ହୁଏ। ଏହି ମେଳାରେ ଶହ ଶହ ସାଧୁ ସନ୍ଥଙ୍କର ସମାଗମ ହୋଇଛି । ଏହି ପବିତ୍ର ଅବସରରେ ସାଧୁ-ସନ୍ଥଙ୍କ ଦର୍ଶନ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଦୁଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର … Read more