ଶ୍ରୀ ଜଗନ୍ନାଥଙ୍କ ଜମିର ହେବ ସେଟଲମେଣ୍ଟ,ଗଠନ ହେବ ସ୍ୱତନ୍ତ୍ର କର୍ପସ ଫଣ୍ଡ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ସଦୁପଯୋଗ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମିକୁ ସରକାର ନିଜ ଅଧୀନକୁ ଆଣିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ‘ୟୁନିଫର୍ମ ସେଟଲମେଣ୍ଟ ପଲିସିରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି l … Read more

ରାଜ୍ୟର ସବୁ ବେବନ୍ଦୋବସ୍ତ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆସିବ ଏସଓପି

ଭୁବନେଶ୍ୱର: ରାଜ୍ୟରେ ବେବନ୍ଦୋବସ୍ତ ଜମିକୁ ନେଇ ବର୍ଷବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ ଖୁବଶୀଘ୍ର ହେବ। ଜମିପଟ୍ଟାରେ ଥିବା ତ୍ରୁଟି ସଂଶୋଧନ ପାଇଁ ରାଜସ୍ୱ ନିରୀକ୍ଷକ(ଆରଆଇ)ମାନଙ୍କୁ ଟାର୍ଗେଟ୍ ଦିଆଯାଇଛି। ଭୂମିହୀନ ଓ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବା ସହ ଜମି ରେକର୍ଡର ସଂଶୋଧନ ପ୍ରକ୍ରିୟାକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ରାଜ୍ୟରେ … Read more

ଜନଗଣନା କାର୍ଯ୍ୟରେ ଅସହଯୋଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଜନଗଣନା-୨୦୨୭ କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜନଗଣନା କାର୍ଯ୍ୟରେ ନିୟୋଜିତ ଶିକ୍ଷକ ଓ ଶିକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ମୁକ୍ତ (ରିଲିଭ୍) ନକଲେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅନେକ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଶିକ୍ଷକଙ୍କୁ ଜନଗଣନାକାରୀ (Enumerator) ଓ ସୁପରଭାଇଜର ଭାବେ କାମ କରିବାକୁ ଅନୁମତି ଦେଉନଥିବା … Read more

ବାସନ୍ତୀ ଭିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ: ଶ୍ବାସରୁଦ୍ଧରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି, ୩ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟର ଇଲେକ୍ଟ୍ରିକାଲ୍ ପ୍ୟାନେଲ୍ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମ୍ ରେ ନିଆଁ ଲାଗିଥିଲା । ଶ୍ବାସରୁଦ୍ଧ ହୋଇ ଜଣେ ସୁରକ୍ଷା କର୍ମୀ ଓ ଜଣେ କେୟାର ଟେକର୍ ଙ୍କ ମୃତ୍ୟୁ ହୋଇଥିଲା। ଜଣେ ନାବାଳିକା ଝିଅ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିଲା । ତାଙ୍କୁ ଉଦ୍ଧାର କରି … Read more

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଦୁର୍ଘଟଣା, ୩ ଶ୍ରମିକ ମୃତ

ଅନୁଗୋଳ: ଅନୁଗୁଳ ଶ୍ରୀମେଟାଲିକ କାରଖାନାରେ ଏକ ଅଘଟଣ ଘଟିଯାଇଛି । ମେସିନ୍ ସଫା କରୁଥିବା ସମୟରେ ଗ୍ୟାସ୍ ଲିକ୍ ହେବା ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ରମିକ ମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗାରିପାଲି ବ୍ଲକ ତିନିଗୁଡା ଗାଁର ଶ୍ରୀଧର ବାଗେନା (୩୭), ମଣ୍ଟୁ କୁମାର (୩୨) ଓ ରାଜଗଙ୍ଗାପୁର ସୁନା ଖଣି ଅଂଚଳର ମଙ୍ଗୁଲୁ ମାଝୀ (୪୦) । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାରଖାନାରେ ମେସିନ୍ … Read more

ମେ ୬ ରୁ ଶିଶୁ ଅଧିକାର ସୁରକ୍ଷାକୁ ମଜବୁତ କରିବାକୁ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ମେ ୬ ତାରିଖରୁ ଆରମ୍ଭ ହେବ ଶିଶୁ ଶ୍ରମିକ ମୁକ୍ତ ଅଭିଯାନ। ଶ୍ରମ ମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯାନର ଶୁଭାରମ୍ଭ କରାଯିବ ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ବବିତା ପାତ୍ର କହିଛନ୍ତି। ଶିଶୁମାନଙ୍କ ସୁରକ୍ଷା ପାଇଁ ପୂର୍ବରୁ ସ୍କୁଲ ଡ୍ରପଆଉଟ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। “ଚାଲ ଘରକୁ ଯିବା” ଅଭିଯାନ ମାଧ୍ୟମରେ ଯେଉଁ ପିଲାମାନେ ସ୍କୁଲକୁ ଯାଉନାହାନ୍ତି, ସେମାନଙ୍କୁ ପୁଣିଥରେ ଶିକ୍ଷା ପରିସରକୁ ଆଣିବାରେ ଜୋର … Read more

ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ଲୋକସେବା ଭବନଠାରେ ନବୀକୃତ ସମ୍ମିଳନୀ କକ୍ଷର ନୂତନ ଭାବେ ଶୁଭାରମ୍ଭ ହୋଇଯାଇଛି l ସମ୍ମିଳନୀ କକ୍ଷକୁ ଶୁଭାରମ୍ଭ କରି ମାନ୍ୟବର ମନ୍ତ୍ରୀ ନିଜ ଖୁସି ବ୍ୟକ୍ତ କରିଥିଲେ l ଏହି ନବୀକୃତ ସମ୍ମିଳନୀ କକ୍ଷ ରାଜସ୍ୱ ବିଭାଗର ନୂତନ ସଂସ୍କାରମୂଳକ ପଦକ୍ଷେପମାନଙ୍କୁ ପ୍ରତିଫଳିତ କରୁଥିବା ବେଳେ ବିଭାଗର ସାମର୍ଥ୍ୟ ଏବଂ କାର୍ଯ୍ୟକାରିତା ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି … Read more

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଖବର ସଂପୂର୍ଣ୍ଣ ଆଧାରହୀନ ବୋଲି କହିଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରବିବାର ଏକ ପ୍ରେସ୍ ବିବୃତି ଜାରି କରି ସେ କହିଛନ୍ତି ଯେ, କିଛି ଗଣମାଧ୍ୟମରେ ପ୍ରଚାର ହେଉଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଖବର ସଂପୂର୍ଣ୍ଣ ‘ଅମୂଳକ ଏବଂ ଆଧାରହୀନ’। ଶ୍ରୀ ମନମୋହନ ସାମଲ କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତି ମଧ୍ୟରୁ ଅଧିକାଂଶ ପୂରଣ ହୋଇସାରିଛି । … Read more

୯ ଯାଏଁ ‘କାଳବୈଶାଖୀ’ ତାଣ୍ଡବ: ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଏବେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳୁଛି। ଅପରାହ୍ନ ହେଲେ କଳାହାଣ୍ଡିଆ ମେଘ ସାଙ୍ଗକୁ ପ୍ରବଳ ବର୍ଷା, ବଜ୍ରପାତ ଓ ଝଡ଼ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ମେ’ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ। ଗତକାଲି କାଳବୈଶାଖୀ ପ୍ରଭାବରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ, ବର୍ଷା ଓ ପବନ ସମୟରେ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। … Read more

ମହାଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର, ଲିଟର ପିଛା ୪ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଓମ୍‌ଫେଡ୍ କ୍ଷୀର ଦର ବୃଦ୍ଧି ପରେ ଖାଉଟି ଚିନ୍ତାରେ। ମହାଙ୍ଗା ହେଲା ଓମ୍‌ଫେଡ୍ କ୍ଷୀର ଦର। ନିର୍ଦ୍ଧାରିତ ମୂଲ୍ୟ ଠାରୁ ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ପାଇଛି। ଏନେଇ ଓମ୍‌ଫେଡ଼ ପକ୍ଷରୁ ସ୍ଵତନ୍ତ୍ର ନୋଟିସ ଜାରି କରିବା ସହ ଏଜେଣ୍ଟମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ଓମ୍‌ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଧିତ ଦର ସୂଚୀ ଅନୁଯାୟୀ, ଟୋନଡ କ୍ଷୀର ପ୍ରତି ଲିଟର ପ୍ରତି ୪ ଟଙ୍କା ବୃଦ୍ଧି … Read more