ଏ ବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା

ଭୁବନେଶ୍ୱର:ଏବର୍ଷ ବି ବନ୍ଦ ରହିଲା ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା। କପିଳେଶ୍ୱର ମନ୍ଦିରରେ କେଉଁ ସେବାୟତ ବାଟ ବରଣୀ କରିବେ ସେନେଇ ବିବାଦ ନ ତୁଟିବାରୁ ଏବର୍ଷ ବି ମହାପ୍ରଭୁଙ୍କ ହାଣି ଭଙ୍ଗା ଯାତ୍ରା ହୋଇପାରିନାହିଁ। ଆଉ ଏହାକୁ ମିଶାଇଲେ ପ୍ରାୟ ୧୨ ବର୍ଷ ହେବ ମହାପ୍ରଭୁଙ୍କ ଏହି ନୀତି ବନ୍ଦ ରହିଛି। ବିବାଦର ସମାଧାନ ପାଇଁ ଗତ ୧୯ ତାରିଖରେ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର … Read more

ଟେଟ୍ରା ପ୍ୟାକ୍ ରେ ମିଳିବ ମଦ

ଭୁବନେଶ୍ୱର: ଆଜି ବିଧାନସଭା ର ପଞ୍ଚମ ଦିବସ ରେ ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ମଦ କାଚ ବୋତଲରେ ବିକ୍ରୟ ହେଉ ଥିବାରୁ ମଦ୍ୟପମାନେ ମଦ ପିଇ ପୋଖରୀ ଘାଟରେ, ନଦୀ ତୁଠରେ, ନାଳ ମାନଙ୍କରେ ମଦ ବୋତଲ ଭାଙ୍ଗି କାଚ ଗୁଡିକ ଚାଷ ବିଲକୁ ଫୋପାଡିବା ଦ୍ବାରା ଭଙ୍ଗା କାଚ ଗୋଡରେ ଲାଗି ଲୋକ ବିପଦ ଶଙ୍କୁଳରେ ପଡୁଛନ୍ତି, ତେଣୁ କାଚ ବୋତଲ ପରିବର୍ତ୍ତେ ପ୍ଲାଷ୍ଟିକ ବୋତଲ କିମ୍ଵା କ୍ଷତି କାରକ ନହେବା … Read more

ଭୁବନେଶ୍ୱରରେ ଖୋଲିବ ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ ଅର୍ଥାତ୍ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍ମକାରିଆ ସୂଚିତ କରିଛନ୍ତି ।ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟ ପାଇଁ ଯାଉଥିବା ଯୁବବର୍ଗଙ୍କ ସୁବିଧା ପାଇଁ କେନ୍ଦ୍ର ମନ୍ତ୍ରୀ ଗତବର୍ଷ ଅର୍ଥାତ୍ ସେପ୍ଟେମ୍ବର ୨ରେ କେନ୍ଦ୍ର ବୈଦେଶିକ ବ୍ୟାପାର … Read more

ସ୍ନାତକ ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା

ଭୁବନେଶ୍ୱର: ୨୦୨୬-୨୭ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୋହନ ମାଝୀ। ଏହି ବଜେଟରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ଏକ ଆଧୁନିକ ଓ ସାଂସ୍କୃତିକ ହବ୍ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରିଛନ୍ତି। ଆର୍ଥିକ ଦୁର୍ବଳ ଝିଅଙ୍କୁ ବିଏ ତଥା ସ୍ନାତକ ପାଇଁ ଏହି ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି … Read more

ବଜେଟ ରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି।ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନାଗୁଡିକ ହେଲା:- ଭିବି ଜି ରାମ ଜି – ୫୫୭୫ କୋଟି, ସମୃଦ୍ଧ ଅଙ୍ଗନବାଡି ଯୋଜନା – ୬୩୫ କୋଟି, ମଡେଲ ମଣ୍ଡି – ୧୦୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – … Read more

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ କଲେ ଉପସ୍ଥାପନ ମୁଖ୍ୟମନ୍ତ୍ରୀ

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ପୂର୍ବରୁ ଗୁରୁବାର ରାଜ୍ୟ ସରକାର ବିଧାନସଭାରେ ଅର୍ଥନୀତିକ ସର୍ଭ ଉପସ୍ଥାପନ କରିଥିଲେ । ଅର୍ଥନୈତିକ ସର୍ଭରେ ବିକାଶର ଗୋଲାପୀ ଚିତ୍ର ରଖିଥିଲେ ସରକାର । ବଜେଟର ଅର୍ଥନୀତିକ ସର୍ଭରେ କରାଯାଇଥିବା ଆଗୁଆ ଆକଳନକୁ ବାସ୍ତବ ରୂପ ଦେବା ପାଇଁ ପ୍ରୟାସ କରାଯାଇଛି । ରାଜ୍ୟ ସରକାରଙ୍କ ଭିଜନ୍ ୨୦୩୬ ଓ ୨୦୪୮ ଦୃଷ୍ଟିରେ ରଖି ଏହି ବଜେଟ୍ ଉପସ୍ଥାପନ … Read more

ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ପାଇଲେ ଚାକିରି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ନକଲି ବିଇଡି ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିଥିଲେ । ନକଲି ବିଇଡି ପ୍ରମାଣପତ୍ର ଦେଇଥିବା ନେଇ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ୨୦୧୭ ମସିହାରେ ପ୍ରଶାନ୍ତ ସେଠୀ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ଜାଲ୍ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା … Read more

ଉପକାରଗାର ଜେଲର୍ ଏବଂ ଅଧିକ୍ଷଣ ସନ୍ତୋଷିନୀ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଡିଜି

ଭୁବନେଶ୍ୱର:ଉପକାରଗାର ଜେଲର୍ ଏବଂ ଅଧିକ୍ଷଣ ସନ୍ତୋଷିନୀ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବଦଳି ପରେ କାର୍ଯ୍ୟରେ ଯୋଗ ନ ଦେବାରୁ ତାଙ୍କୁ ଜେଲ୍ ଡିଜି ନିଲମ୍ବିତ କରିଛନ୍ତି । ସନ୍ତୋଷିନୀ ଦାଶ ଚୌଦ୍ୱାର ମଣ୍ଡଳ କାରାଗାରର ଜେଲର୍ ଥିଲେ । ଅକ୍ଟୋବର ମାସରେ ଦୁଇ ଜଣ ବିହାରୀ କଏଦୀ ଚମ୍ପଟ୍ ମାରିବା ପରେ ତାଙ୍କୁ କଣ୍ଟାବାଞ୍ଜି ଉପକାରାଗାରକୁ ବଦଳି କରାଯାଇଥିଲା । ମାତ୍ର ସେ ବିଭିନ୍ନ ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ଦୀର୍ଘ ଦିନ ହେବ … Read more

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏବେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । କୁଳସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଏକାଧିକ କଡ଼ା ନିୟମ ଲାଗୁ କରାଯାଇଛି । ଫେବୃଆରୀ ୧୮, ୨୦୨୬ ରେ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀର … Read more

ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା, ଦୂର ହେବ ସମସ୍ୟା

ଭୁବନେଶ୍ୱର: ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ କୁ କମାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସଡକ କର୍ତ୍ତୃପକ୍ଷ । ଦୀର୍ଘ ଦିନ ଧରି ସକାଳେ ଏବଂ ସନ୍ଧ୍ୟା ସମୟରେ ଭୟାବହ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିଲା । ବିଶେଷକରି କଟକ–ଭୁବନେଶ୍ୱର ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା ହୋଇପଡିଥିଲା । ଭିଡ ନିୟନ୍ତ୍ରଣ କରିବା ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛି ଏନଏଚଏଆଇ। … Read more