ପଲାଶ ପଲ୍ଲୀରେ ଆମ ବସ ଦୁର୍ଘଟଣା : ବ୍ୟକ୍ତି ଗୁରୁତର

ଭୁବନେଶ୍ୱର : ସୋମବାର ରାତିରେ ପଲାସପଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ଆମ ବସ ମାଡିଯାଇଥିଲା । ଦୁର୍ଘଟଣାପରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଯାଇଥିଲା । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ବସ ଭଙ୍ଗାରୁଜା କରିଛନ୍ତି । ଗାଡ଼କଣ ଯାତ୍ରା ପଡ଼ିଆରୁ ଟ୍ରିପ ବାତିଲ ହେବା ପରେ ଆମ ବସ୍ ଡିପୋକୁ ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଆମ ବସ୍ ଦୁର୍ଘଟଣା … Read more

ଓଡ଼ିଶାରେ ଖାଲି ପଡ଼ିଛି ୯୪ହଜାର ୪୮୫ ସରକାରୀ ପଦବୀ

ଭୁବନେଶ୍ୱର: ରାଜ୍ୟରେ ଫେବୃଆରୀ ୧୨, ୨୦୨୬ମସିହା ସୁଦ୍ଧା ବିଭିନ୍ନ ସରକାରୀ ବିଭାଗରେ ୯୪,୪୮୫ଟି ପଦବୀ ଖାଲି ରହିଛି। ଏନେଇ ସୋମବାର ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ପଚାର ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ପ୍ରଦାନ କରିଛନ୍ତି।୯୪,୪୮୫ ସରକାରୀ ପଦବୀ ମଧ୍ୟରୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦,୨୮୯ ପଦବୀ ଖାଲି ପଡ଼ିଛି। ଏହା ପଛକୁ ଗୃହ ବିଭାଗରେ ୧୬,୦୩୨ ପଦବୀ ଖାଲି ପଡ଼ିଛି, … Read more

ଲିଙ୍ଗିପୁର ସ୍ଥିତ ସୁପରମାର୍ଟ ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ଲିଙ୍ଗିପୁର ଛକ ନିକଟରେ ଥିବା ସୁପର ମାର୍ଟରେ ଲାଗିଛି ନିଆଁ । ସୁପର ମାର୍କେଟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ ସୋମବାର ରାତି ସାଢେ ୧୦ଟାରୁ ଏ ପର୍ଯ୍ୟନ୍ତ ହୁତୁହୁତୁ ହୋଇ ଜଳୁଛି ସୁପରମାର୍ଟ। ନିଆଁ ଲିଭାଇବା କାମରେ ଲାଗିଛନ୍ତି ୮ ଦମକଳ। ସୋମବାରଠୁ ନିୟୋଜିତ ଥିବା ଅଗ୍ନିଶମ ବାହିନୀ ସହ ଆଜି ସକାଳେ ଆଉ ଅଧିକ ଅଗ୍ନିଶମ ଗାଡି ସହଯୋଗ କରୁଛି । … Read more

ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ

ଭୁବନେଶ୍ୱର: ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ ବିଜେପିରେ ମିଶିବା ନେଇ ସୂଚନା ମିଳିଛି। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିଜିତ। ସେ କହିଛନ୍ତି, ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛୁ। ଅଭିଜିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି। ଏହାସହ ସେ ଭାଜପାର କିଛି ଟାଣୁଆ ନେତାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଅଭିଜିତଙ୍କ ପିତା ଅନନ୍ତ ଦାସ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ବିଜେଡି … Read more

ରାଜ୍ୟରେ ସବୁଠି ମିଳୁଛି ଅପମିଶ୍ରିତ ଖାଦ୍ୟ

ବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା ପାଣି ,ବ୍ରେଡ, ମସଲା , ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍ , ସୋୟାବିନ, ଘିଅ, ଲହୁଣୀ , ଚିନି, ପାମ୍ପଡ, ଚକୋଲେଟ, ନୁଡୁଲ୍ସ ଆଦି ଅପମିଶ୍ରିତ ହେଉଛି। ଏପରିକି ସମସ୍ତେ ଖାଉଥିବା ଲୁଣ ବି କିଛି ସ୍ଥାନରେ ଭେଜାଲ୍‌ ଦେଖିବାକୁ ମିଳିଛି। ତାରା ବାହିନୀପତିଙ୍କ ପ୍ରଶ୍ନରେ ୩୦ ଜିଲ୍ଲାରେ … Read more

ସରକାରୀ କର୍ମଚାରୀଙ୍କୁ ଚେତାବନୀ, ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତିର ହିସାବ ଦିଅ

ଭୁବନେଶ୍ୱର: ଗ୍ରୁପ୍-ଏ ଠାରୁ ଆରମ୍ଭ କରି ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତ୍ତିର ସୂଚନା ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ଶୁଣାଣି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ ୨୦୨୧ ଅନୁଯାୟୀ ଗ୍ରୁପ୍-ଏ ଠାରୁ ଆରମ୍ଭ … Read more

୨୬ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଭୁବନେଶ୍ୱର:ଆସନ୍ତା ୨୬ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍।ଫେବ୍ରୁଆରୀ ୨୬ ତାରିଖରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ, ସେମାନଙ୍କର ୪ ଦିନିଆ ଓଡିଶା ଗସ୍ତ ରହିଛି। ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣିଆ ଟିମ୍ ରେ ଓଡିଶାକୁ ଆସିବେ। ଏହି ୪ ଦିନିଆ ଗସ୍ତ ସମୟରେ ସମ୍ବଲପୁର ଓ ଝାରସୁଗୁଡା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ସୂଚନା ମିଳିଛି।ଟ୍ରିବ୍ୟୁନାଲ ଟିମର ଗସ୍ତକୁ ନେଇ … Read more

ଥାନା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ପୁଲିସ କର୍ମଚାରୀ ମୃତ

ଝାରସୁଗୁଡା :ଆଜି ଭୋର ସମୟରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରଲର ଓ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।ସୂଚନା ଅନୁଯାୟୀ, ଭୋର ସକାଳେ ବିପରୀତ ଦିଗରୁ ଆସୁଥିବା ଏକ ବେପରୁଆ ଟ୍ରଲର ସହ ପୁଲିସ … Read more

ନବ ଦାସ ହତ୍ୟା ମାମଲାରେ PSO ଙ୍କ ସାକ୍ଷ୍ୟ ଗ୍ରହଣ

ଝାରସୁଗୁଡା:ନବ ଦାସ ହତ୍ୟା ମାମଲାରେ ପିଏସ୍‌ଓ ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଝାରସୁଗୁଡ଼ା ଏଡିଜେରେ ପିଏସଓ ମିତ୍ରଭାନୁ ଦେଓ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମୁଁ ଗୁଳିମାଡ଼ ଦେଖିନି। ନବ ଦାସଙ୍କ ଗାଡ଼ିରେ ବସି ନଥିଲି, ମୁଁ ପଛ ଗାଡ଼ିରେ ବସିଥିଲି। ଯେତେବେଳେ ବାଣ ଫୁଟିବା ଭଳି ଶବ୍ଦ ହେଲା, ସେତେବେଳେ ମୁଁ ଆସି ଦେଖିଲି ନବ ଦାସ ତଳେ ପଡ଼ି ଯାଇଛନ୍ତି। ନବଙ୍କୁ ଗୁଳିମାଡ଼ କିଏ କରିଛି, ମୁଁ ଦେଖିନି। ସମସ୍ତେ ଗୋପାଳ … Read more

ଅନୁଗୁଳ ଜଙ୍ଗଲ ରେ ପକିନିକି ଉପରେ ଲାଗୁହେଲା କଟକଣା

ଅନୁଗୁଳ: ମାର୍ଚ୍ଚ ୧ରୁ ଆରମ୍ଭ କରି ରାଜ୍ୟରେ ମୌସୁମୀ ବର୍ଷା ଆସିବା ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ବନାଞ୍ଚଳରେ ପିକନିକ୍, ସାମାଜିକ ସମାବେଶ ଏବଂ ତତ୍ ଜନିତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ଅନୁଗୁଳ ଜିଲ୍ଲା ପ୍ରଶାସନ ଶନିବାର ଦିନ ଏହି ନିଷେଧାଦେଶ ଘୋଷଣା କରିଛି। ପୂର୍ବରୁ ଅନୁଗୁଳ ଜିଲ୍ଲା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ଘଟିଥିବାରୁ ପ୍ରଶାସନ ଏଥିପାଇଁ ଆଗରୁ ପଦକ୍ଷେପ ନେବା ସହ ଜଙ୍ଗଲ ଅଞ୍ଚଳରେ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣା କୁ ଏଡ଼ାଇବା ପାଇଁ … Read more