ସରକାରୀ ଗାଡ଼ିର ‘ରାଇଡ୍ ସେୟାରିଂ’ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ଓ ପୋଷଣୀୟ ପରିଚାଳନା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅନାବଶ୍ୟକ ଇନ୍ଧନ ଖର୍ଚ୍ଚ କାଟ୍ କରିବା ଏବଂ … Read more

ଓଡ଼ିଶାରେ ଟାଟା ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା

ଭୁବନେଶ୍ୱର: ୨୦୨୬ ମଧ୍ୟରେ ଓଡ଼ିଶାର କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ୍ସ ସେଣ୍ଟର ପ୍ରତିଷ୍ଠା କରିଛି ଟାଟା । ଏହି ପଦକ୍ଷେପଟି ଓଡ଼ିଶାର ବଢୁଥିବା ବିଦ୍ୟୁତ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ କୁଶଳୀ ବୈଷୟିକ କର୍ମଚାରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ବିଶେଷ କରି ଜାତୀୟ ଏବଂ ରାଜ୍ୟ ସ୍ତରର ସ୍ୱଚ୍ଛ ଶକ୍ତି ଯୋଜନା, ଯେପରିକି – ପିଏମ୍ ସୂର୍ଯ୍ୟ ଘର: ମୁଫ୍‌‌ତ ବିଜିଲି ଯୋଜନା … Read more

ଓଡ଼ିଆ ସିନେମା ଜଗତରେ ନୂତନ ଯୁଗର ଆରମ୍ଭ:ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଚଳଚ୍ଚିତ୍ର ନୀତି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର … Read more

ମାଟି ମାଫିଆଙ୍କୁ ଗିରଫ କଲା ଜିଲ୍ଲା ପ୍ରଶାସନ

ଜଗତସିଂହପୁର: ମାଟି ମାଫିଆଙ୍କ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ। ଛଦ୍ମବେଶରେ ଅଭିଯୁକ୍ତଙ୍କୁ ଅନସ୍ପଟ ମାଡିବସିଲେ ତଦନ୍ତକାରୀ ଟିମ। ଜିଲ୍ଲାପାଳ ଏବଂ ଏସପିଙ୍କ ରାତି ଅଧିଆ ଅପରେସନ। ସୁଚନା ଥାଉ ଯେ, ଜଗତସିଂହପୁର ଜିଲ୍ଲା ଫତେପୁର ଗହୀରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଅତର୍କିତ ରେଡ୍ କରାଯାଇଛି। ରେଡ ବେଳେ ୭ ଜେସିବି ସହ ୮ ହାଇୱା ଜବତ କରାଯାଇଛି। ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ … Read more

ପୁଣି ରାଜଧାନୀରେ ହାଇୱା-କାର୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ୫ ଗୁରୁତର

ଭୁବନେଶ୍ୱର: ଆଜି ଖୋର୍ଦ୍ଧା – ଚନ୍ଦକା ରୋଡର ଭୋଳା ଛକ ନିକଟରେ କାର-ହାଇୱା ମୁହାଁମୁହିଁ ଧକ୍କା ହୋଇଛି। କାରରେ ୭ ଜଣ ଥିବା ସୂଚନା ମିଳିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁଇ ଜଣ କଟକ ଏସସିବିକୁ ସ୍ଥାନାନ୍ତର ହୋଇଛନ୍ତି। ମୃତାହତମାନେ ନିକଟସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଚନ୍ଦକା ପୋଲିସ … Read more

ଜୁଲାଇ ୧ରୁ ଓଡ଼ିଶାରେ ହେବ SIR

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ରୁ ରାଜ୍ୟରେ (SIR) ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ। ନିର୍ବାଚନ ଆୟୋଗ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ ଏସଆଇଆର କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।ଏବେ ଜନଗଣନା ପାଇଁ ଚାଲିଥିବା ଘର ଗଣନା(House Listing) ପ୍ରକ୍ରିୟା ସହ ସମନ୍ୱୟ ରକ୍ଷା କରି ଏହି SIR ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି। କେବଳ ପ୍ରତିକୂଳ … Read more

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ରଞ୍ଜିତ୍ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଘଟଣାର ମୁଖ୍ୟ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସେ ହେଲା କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ଵରଗଡର ରଞ୍ଜିତ ପାତ୍ର ଓରଫ ଚିନୁ (୨୪)। କ୍ରାଇମବ୍ରାଞ୍ଚ ତାକୁ ପଚରାଉଚରା କରୁଛି। ସନ୍ଧ୍ୟା ସୁଦ୍ଧା କୋର୍ଟଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଯୁଧିଷ୍ଠିର … Read more

ଓଡ଼ିଶାର ସମସ୍ତ OSRTC ଗାଡିକୁ କରାଯିବ ଇଲେକ୍ଟ୍ରିକ୍‌: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖୁବ୍‌ ଶୀଘ୍ର ଓଡ଼ିଶା ଷ୍ଟେଟ୍‌ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ (OSRTC)ର ସମସ୍ତ ବସ୍‌କୁ ଇଲେକ୍ଟ୍ରିକ୍‌ ଭେହିକଲ୍‌ (EV)ରେ ପରିଣତ କରାଯିବ। ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ରାଜ୍ୟରେ ଇଭି ଗାଡିର ବ୍ୟବହାର ବଢ଼ାଇବା ପାଇଁ ଚାର୍ଜିଂ ଷ୍ଟେସନ୍‌ ବ୍ୟବସ୍ଥାକୁ ଜୋରଦାର କରାଯାଉଛି। ସରକାର ପକ୍ଷରୁ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ୍‌ ପାଇଁ ଅନୁମୋଦନ ମିଳିଥିବାବେଳେ, ୩୦ଟି … Read more

ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

ଭୁବନେଶ୍ଵର: କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା। କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଆୟୁବ ଖାଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି ପ୍ରାର୍ଥୀ ଭାବେ ଦୁଇ-ଦୁଇ ଥର ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ଆୟୁବ ଖାନ କାଉନସିଲର ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ … Read more

୧୮ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ଚଳିତମାସ ୧୮ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତିନ ନବୀନ। ସେ ଜଟଣୀଠାରେ ଦଳୀୟ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବା ସହ ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରି ପରିଷଦ ସଦସ୍ୟଙ୍କ ସହ ମଧ୍ୟ ସେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା … Read more