ବିଜେପିରୁ ପୂର୍ଣ୍ଣିମା ହୋଇପାରନ୍ତି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଜୁ ଜନତା ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏବେ ଶାସକ ଦଳ ବିଜେପିର ପାଳି । ତେବେ ନାମାଙ୍କନ ଭରିବାକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେପି ପୁଣି ଏକ ଆଦିବାସୀ କାର୍ଡ ଖେଳିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ସୁନ୍ଦରଗଡ଼ର ବିଜେପି ଆଦିବାସୀ ନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ବିଜେପି ରାଜ୍ୟସଭା ଟିକେଟ୍ ଦେଇପାରେ … Read more

ଯୁଦ୍ଧର ପ୍ରଭାବରେ ଦୁବାଇରେ ଥିବା ଓଡ଼ିଆ ଶ୍ରମିକ ଭୟଭୀତ

ଭୁବନେଶ୍ୱର: ଇରାନ ପକ୍ଷରୁ ଦୁବାଇର ଆବୁଧାବି ସହର ଭଳି ଆଖାପାଖ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ ହୋଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧର ପ୍ରଭାବରେ ଦୁବାଇର ଆବୁଧାବିରେ ରହୁଥିବା ପ୍ରବାସୀ ଓଡିଆମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେଠାରେ ରହୁଥିବା ଓଡିଆ ଶ୍ରମିକଙ୍କ ଘର ନିକଟରେ ବିସ୍ଫୋରଣ ହୋଇଛି । ଯାହାକୁ ନେଇ ହଜାର ହଜାର ଓଡିଆ ଭୟଭୀତ ହୋଇପଡିଛନ୍ତି । ଗତକାଲି ଠାରୁ ସବୁ ଓଡ଼ିଆ ଶ୍ରମିକ କାମ ବନ୍ଦ କରି ଦେଇଛନ୍ତି। ସେମାନଙ୍କୁ କୋଠରୀ ଭିତରେ … Read more

ସାରଣ୍ଡା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ସହାୟକ କମାଣ୍ଡାଣ୍ଟ ଗୁରୁତର

ରାଉରକେଲା: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରାଇକେଲା ଥାନା ଅନ୍ତର୍ଗତ ସରଣ୍ଡାର ଟିମନା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏଥିରେ ଜଣେ କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଅଜୟ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି । କମାଣ୍ଡାଣ୍ଟ ଅଜୟ ମଲ୍ଲିକଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି ରାଞ୍ଚିକୁ ପଠାଯାଇଛି । ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ … Read more

ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କହିଛନ୍ତି । ଏନେଇ ଦଳର ଉପସଭାପତି ପ୍ରତାପ ଜେନା ଦଳୀୟ ଚିଠି ଜାରି କରିଛନ୍ତି । ଶନିବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଭାତ ବିଶ୍ୱାଳ ଏହାକୁ ବିରୋଧ କରିଥିଲେ । ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖି ଦଳରୁ ଦୂରେଇ ଯିବି … Read more

ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ବିଜେଡି ରୁ ଟିକେଟ୍‌

ଭୁବନେଶ୍ୱର: ୨ ଜଣଙ୍କ ନାଁ ଘୋଷଣା କଲା ବିଜୁ ଜନତା ଦଳ। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ରାଜ୍ୟସଭା ଟିକେଟ୍‌ । ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କୁ ଚୟନ କଲେ ନବୀନ ପଟ୍ଟନାୟକ । ତେବେ ଏହି ଦୁଇ ଜଣଙ୍କ ନାଁ ଆଗରୁ ଚର୍ଚ୍ଚା ହେଉଥିଲା । ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ମାହୋଲ ପୁରା ଗରମ ରହିଛି । କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ … Read more

ଇଂରାଜୀ ନାମ ପରିବର୍ତ୍ତେ ଓଡ଼ିଆ ନାମର ବ୍ୟବହାର କରାଯିବ

ଭୁବନେଶ୍ୱର: ବ୍ରିଟିଶ୍ ଶାସନ କାଳରୁ ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରଚଳିତ ଭୁଲ୍ ନାମକରଣର ସଂଶୋଧନ ହେବ। ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ। ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ … Read more

ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି, ନିୟମ ଖିଲାପ କଲେ ସସପେଣ୍ଡ

ଭୁବନେଶ୍ୱର: ପିସିଆର କର୍ମଚାରୀଙ୍କ ମନମାନିରେ ଲାଗିଲା ତାଲା । ପୁଲିସ ସ୍କାନରରୁ ସେମାନେ ବର୍ତ୍ତିପାରିବେନି । ଯଦି କେହି ପିସିଆର କର୍ମଚାରୀ କର୍ତ୍ତବ୍ୟ ପାଳନରେ ଅବହେଳା କରନ୍ତି, ତେବେ ସିଧା ନିଲମ୍ବିତ ହେବ । ଚାକିରିରୁ ବହିଷ୍କୃତ ହେବା ପରେ ଜେଲ୍ ମଧ୍ୟ ଯିବାକୁ ପଡିପାରେ । ଅତିରିକ୍ତ ଆରକ୍ଷୀ ଆୟୁକ୍ତ (ଭିକ୍ଟୋର କଣ୍ଟ୍ରୋଲ ରୁମ୍) ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଯାହାର ଏକ କପି, ପ୍ରତି ପିସିଆର ଭ୍ୟାନ୍ ଭିତରେ ଛପାଯାଇଛି । ସେଥିରେ … Read more

ଭକ୍ତଦାସଙ୍କ ଦିଲ୍ଲୀ ଗସ୍ତ: ପାର୍ଥୀ ତାଲିକା ନେଇ ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳ ଗୁଡିକରେ ହଲଚଲ ଦେଖିବାକୁ ମିଳିଛି l ଶୁକ୍ରବାର ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଭକ୍ତ ଦାସ ବଡ଼ ସୂଚନା ଦେଇ କହିଛନ୍ତି, ୫ଟି ନାଁକୁ ନେଇ ଆଲୋଚନା ଚାଲିଛି। ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ।ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି, ପ୍ରାର୍ଥୀ ଫାଇନାଲ ହେବ। ତାଲିକାରେ … Read more

ବିକାଶ ମନ୍ଥନ ସମ୍ମିଳନୀ ୧. ୦: “ସମୃଦ୍ଧ ଓଡ଼ିଶା”: ରାଜ୍ୟର ଉଚ୍ଚ ଅଭିବୃଦ୍ଧି ପାଇଁ ବହୁମୁଖୀ ରୋଡମ୍ୟାପ୍ ପ୍ରସ୍ତୁତ

ଭୁବନେଶ୍ୱର: ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ‘ବିକାଶ ମନ୍ଥନ ୧.୦ – ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ ପରାମର୍ଶ ସମ୍ମିଳନୀ ର ପ୍ରଥମ ଦିନର ଚତୁର୍ଥ ତଥା ଶେଷ ଅଧିବେଶନର ଆଲୋଚନା “ସମୃଦ୍ଧ ଓଡ଼ିଶା” ପ୍ରସଙ୍ଗ ଉପରେ ପଯ୍ୟବସିତ ଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ ଶିଳ୍ପ ସମ୍ପ୍ରସାରଣ, ସେବା କ୍ଷେତ୍ରର ରୂପାନ୍ତରଣ, ସହରୀ ସଂସ୍କାର, ପରିବହନ କ୍ଷେତ୍ରରେ ଅନୁଷଙ୍ଗିକ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ମାଧ୍ୟମରେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ … Read more

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍‌ ଜେଟି ପାଇଁ ମିଳିଲା ମଞ୍ଜୁରୀ

ପାରାଦୀପ: ଓଡ଼ିଶାର ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ, ଆମୋନିଆ ଏବଂ ଅନ୍ୟାନ୍ୟ ତରଳ କାର୍ଗୋ ପରିବହନ ପାଇଁ ଏକ ଜେଟି ନିର୍ମାଣକୁ ଅନୁମୋଦନ କରିଛି କେନ୍ଦ୍ର । ଏଥିପାଇଁ ୭୯୭ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଦ୍ୱାରା ବିଲ୍ଡ-ଅପରେଟ-ଟ୍ରାନ୍ସଫର (ବିଓଟି) ଆଧାରରେ କାର୍ଯ୍ୟକାରୀ କରାଯିବ। ପ୍ରସ୍ତାବିତ ପ୍ରକଳ୍ପରେ ବାର୍ଷିକ ୪ ନିୟୁତ ଟନ୍ ମାଲ ପରିଚାଳନା କ୍ଷମତା ରହିବ। ପାରାଦୀପ ବନ୍ଦରକୁ ଏକ ସବୁଜ ଶକ୍ତି କାର୍ଗୋ … Read more