ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ

ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ ।  ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା ।  ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ ।  ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ ବାବଦରେ ଶହ ଶହ କୋଟିର ଯେଉଁ କାରବାର କରୁଛି ଭାରତ, ସେଥିରେ ବଡ଼ ସଞ୍ଚୟ କରିପାରିବ ।  ସାଧାରଣତଃ ଆଖୁ, ମକା ଓ ଅନ୍ୟ ଶସ୍ୟର ଖଦଡ଼ାରୁ ଇଥାନଲ ପ୍ରସ୍ତୁତ ହେଉଥିବାରୁ ଏହାର ଅଧିକ ଉତ୍ପାଦନ … Read more

OPHWC ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ମଙ୍ଗଳବାର ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର (OPHWC)ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ିଛନ୍ତି। ଲାଞ୍ଚ ଟଙ୍କା ନେଉଥିବା ବିଶେଷ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ ତା’ଙ୍କୁ ସମ୍ବଲପୁର ରେଳ ଷ୍ଟେସନ ନିକଟରୁ ଧରିଥିଲା। ତାଙ୍କ ନିକଟରୁ ୫ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା। ତାଙ୍କର ସମ୍ବଲପୁର, ଭୁବନେଶ୍ୱର ଓ ଭଞ୍ଜନଗରରେ ଥିବା ବିଭିନ୍ନ ଘରୁ ଏକକାଳୀନ ଯାଞ୍ଚ ହେଉଛି। ତାଙ୍କ … Read more

ପ୍ରସ୍ତାବିତ ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଙ୍ଗଳବାର ଭୁବନେଶ୍ୱରର ପ୍ରସ୍ତାବିତ ‘ନିୟୁ ସିଟି’ ପାଇଁ ଏକ ବ୍ୟାପକ ମାଷ୍ଟରପ୍ଲାନ୍ ପ୍ରସ୍ତୁତି ପାଇଁ ସୁର୍ବାନା ଜୁରୋଙ୍ଗ ସଂସ୍ଥା ସହ ଏକ ଚୁକ୍ତି ସ୍ବାକ୍ଷରିତ କରିଛି । ବିଡିଏ ସଚିବ ମାନସ ରଞ୍ଜନ ପାଢୀ ଓ ସୁର୍ବାନା ଜୁରୋଙ୍ଗର ଡେପୁଟି ଡାଇରେକ୍ଟର ମନଦୀପ ଦତ୍ତଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ମେଗା ପ୍ରକଳ୍ପ ଗୋଠପାଟଣା, ମଳିପଡା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ … Read more

ଥାନାକୁ ଯାଇ ପୋଲିସ ବିରୁଦ୍ଧରେ ଏତଲା ଦେଲେ ନର୍ଲା ବିଧାୟିକ

ଭୁବନେଶ୍ୱର: ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ କେସିଙ୍ଗା ପୋଲିସ ପଶିବାକୁ ନେଇ ରାଜନୀତି ତୀବ୍ର ହୋଇଛି। କେସିଙ୍ଗା ପୋଲିସ ବିରୁଦ୍ଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଧାୟିକା ମନୋରମା ମହାନ୍ତି। ବିଧାୟିକା କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ଜଣ ପୋଲିସ ଅଧିକାରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ବିନା ଅନୁମତିରେ ତାଙ୍କ ସରକାରୀ ବାସଭବନର କବାଟ ଏବଂ ଝରକା କାଚ ଭାଙ୍ଗି ପଶିଥିଲେ। ଘରେ … Read more

କଟକ ହାଇକୋର୍ଟ ନିକଟରେ ଭୟାଭୟ ଅଗ୍ନିକାଣ୍ଡ, ଜଳିଗଲା ଗାଡ଼ି

କଟକ: ଆଜି ହାଇକୋର୍ଟ ସମ୍ମୁଖରେ ଘଟିଥିବା ଭୟାଭୟ ଅଗ୍ନିକାଣ୍ଡ କୌଣସି ଦୁର୍ଘଟଣା ନୁହେଁ, ବରଂ ଏହା ଯୋଜନାବଦ୍ଧ ଆକ୍ରୋଶର ପରିଣାମ। ଜଣେ ମହିଳା ନିଜର ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସ୍ୱୀକାର କରିଛନ୍ତି, ଯାହା ଫଳରେ ଏକ ବୋଲେରୋ ସମେତ ୪ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଘଟାଇଥିବା ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଞ୍ଚଳର ମିନତି ସାହୁ। ଘଟଣା ପରେ ପୋଲିସ ତାଙ୍କୁ … Read more

ଦୁଇଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ନିର୍ବାଚନ:ECI

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ପାଇଁ ଅଧିସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଅଧିସୂଚନାରେ କୁହାଯାଇଛି ଯେ ଉଭୟ ଦିନ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୫୨ ବିଧାନସଭା ଆସନ ନିମନ୍ତେ ମତଦାନ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ ବିଧାନସଭା ଆସନ ଲାଗି ଭୋଟ ପଡିବ। ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖ ଦିନ … Read more

ନବୀନ ନିବାସରେ ୧୦ରୁ ଅଧିକ କର୍ପୋରେଟର

ଭୁବନେଶ୍ୱର: ନବୀନ ନିବାସରେ କଟକର ବିଜେଡି କର୍ପୋରେଟରଙ୍କ ମେଳି। ୧୦ରୁ ଅଧିକ କର୍ପୋରେଟରଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନାଙ୍କ ନେତୃତ୍ବରେ କଟକ ଚୌଦ୍ୱାରରୁ ଆସିଛନ୍ତି ବିଜେଡ଼ି ନେତା କର୍ମୀ । ହାତରେ ଫୁଲତୋଡ଼ା ଧରି ସମର୍ଥକ ମାନେ ଭିଡ଼ ଜମାଇଛନ୍ତି । ଗତ କିଛି ଦିନ ହେବ କଟକ କର୍ପୋରେଟରଙ୍କୁ ନେଇ ବିଜେଡି ଶିବିରରେ ହଲଚଲ ଦେଖିବାକୁ ମିଳିଛି । ଅନ୍ୟପଟେ ପୁଣିଥରେ ଦବଦବା ଦେଖିାଇଲେ ଚୌଦ୍ୱାର କଟକ ବିଧାୟକ ସୌଭିକ … Read more

ଆଜି ସଂଧ୍ୟାରେ ସବୁ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶକୁ ଚିନ୍ତାରେ ପକାଇଛି । ଯାହାକୁ ମୁକାବିଲା କରିବା ପାଇଁ ରାଜ୍ୟଗୁଡିକୁ ସତର୍କ କରିଆସୁଛି କେନ୍ଦ୍ର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେଥିରେ ମଧ୍ୟ ଭାଗ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତାସହ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମଧ୍ୟ ରାଜ୍ୟକୁ ନେଇଥିବା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର … Read more

ଦିବଙ୍ଗତ ଡ଼ଃ ନାରାୟଣ ସାହୁଙ୍କ ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର: ଏବେବି ବିଧାନସଭା ଗୃହରେ କୁହୁଳୁଛି କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣା । ଆଜି ପୁଣି ଥରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ପ୍ରଶ୍ନକାଳ ଧୋଇ ଯାଇଛି । ଗୃହ ଆରମ୍ଭରୁ ପୂର୍ବତନ ଦିବଙ୍ଗତ ବିଧାୟକ ଡ଼ଃ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା … Read more

ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

ଭୁବନେଶ୍ୱର:ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର।ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସସ୍ମିତ ପାତ୍ର ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ନିଶିକାନ୍ତ ଦୁବେ ଏକ ସାର୍ବଜନୀନ ବିବୃତ୍ତିରେ ବିଜୁ ପଟ୍ଟନାୟକଙ୍କ ଉପରେ କିଛି ଅପମାନଜନକ, ମିଥ୍ୟା ଏବଂ ଭିତ୍ତିହୀନ ବୟାନ ଦେଇଥିଲେ। ବିଜୁବାବୁ ଜଣେ … Read more