ଆସନ୍ତାକାଲି ବିଜେଡ଼ିରେ ଯୋଗ ଦେଇ ପାରନ୍ତି ସୁଜାତା ପାଣ୍ଡିଆନ

ଭୁବନେଶ୍ୱର: ଆସନ୍ତାକାଲି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ପାଣ୍ଡିଆନ ଶଙ୍ଖ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ନବୀନ ନିବାସରେ ଆଜି ବିଜେଡ଼ିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବଡ଼ ବୈଠକ ବସିଥିଲା । ଯେଉଁଥିରେ ପ୍ରତାପ ଜେନା, ଟୁକୁନି ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ଖବରମିଳିଛି ଯେ ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଦଳରେ ସାମିଲ ହେବେ । ଦଳର ମୁଖ୍ୟ ନବୀନ … Read more

ଓଡ଼ିଶାରେ ପ୍ରଥମ ଥର ‘ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ’ ବୈଠକ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଡୋ-ପାସିଫିକ୍ ଶତାବ୍ଦୀ । ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକର ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମୁଦ୍ର, ବନ୍ଦର, ମତ୍ସ୍ୟ … Read more

ଝାରପଡ଼ା ଜେଲ୍‌ରେ ଏକାସାଙ୍ଗରେ ୭ କଏଦୀ ଅସୁସ୍ଥ

ଭୁବନେଶ୍ୱର: ଗତକାଲି ରାତିରେ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରରେ ହଠାତ୍ ୭ ଜଣ କଏଦୀ ଅସୁସ୍ଥ ହୋଇପଡିଥିବା ଖବର ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ ଭୁବନେଶ୍ୱରର ବିଭିନ୍ନ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ, ସେମାନେ ‘ଏମ୍-୧୦’ ନାମକ ନିଶା ଔଷଧ ସେବନ କରିଥିଲେ। ଏହା ଯୋଜନାବଦ୍ଧ ଭାବେ ଖାଇଥିବା ସନ୍ଦେହ କରାଯାଉଛି। ଡିଜିଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଡିଆଇଜିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ଡିଆଇଜି … Read more

ଶ୍ରୀୟା ଟକିଜ୍ ସାମ୍ନାରେ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ବିରିଆନୀ ବିଲ୍‌କୁ କେନ୍ଦ୍ର କରି ଶ୍ରୀୟା-ସ୍ତୁତି ଫିଲ୍ମ ହଲ୍ ସମ୍ମୁଖରେ ଦେଖିବାକୁ ମିଳିଛି ଆତଙ୍କରାଜ । ଖଣ୍ଡା ଧରି ୪ ଜଣ ଦୁର୍ବୃତ୍ତ ସ୍ଥାନୀୟ ଦୋକାନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ ଫାଷ୍ଟଫୁଡ୍ ଷ୍ଟଲ ଗୁଡ଼ିକୁ ହାଣି ଭଙ୍ଗାରୁଜା କରିଛନ୍ତି। ଏହି ମରଣାନ୍ତକ ଆକ୍ରମଣରେ ଜଣେ ବିରିଆନୀ ଦୋକାନୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ,ମଙ୍ଗଳ ବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁର୍ବୃତ୍ତଙ୍କ ୭୦ ଟଙ୍କା ପାଇଁ ଏକ ବିରିଆନୀ ଦୋକାନୀଙ୍କ ସହ ଝଗଡ଼ା … Read more

ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡା: ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଥିବା ରେଳଧାରଣାରୁ ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଜିଲ୍ଲା ଓ ଆଇନଜୀବୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ଜଣା ପଡ଼ି ନଥିବାବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରୁଛନ୍ତି । ଖବର ଅନୁସାରେ, ରେଳଧାରଣା ନିକଟରେ ଏକ ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ତଦନ୍ତ ପରେ ମୃତକଙ୍କୁ ବରିଷ୍ଠ ଆଇନଜୀବୀ … Read more

ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ସମନ୍ୱୟ ବୈଠକ

ପୁରୀ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ରଥ ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱରେଜ୍, ଡ୍ରେନେଜ ଏବଂ ଟ୍ରାଫିକ୍ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ବୈଠକ ପରେ ଆଇନମନ୍ତ୍ରୀ ସୂଚନା … Read more

ଜାଲ୍ ଜାତିଗତ ପ୍ରମାଣ ଦେଇଥିବାରୁ ଶିକ୍ଷକ ଚାକିରୀରୁ ବହିଷ୍କୃତ

ଜଗତସିଂହପୁର: ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳ ନକଲି ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗ୍ରହଣ କରାଯାଇଛି । ୨୦୦୬ରେ ଶିକ୍ଷା ସହାୟକ ପକ୍ଷରୁ ଅନୁସୂଚିତ ଜାତି ବର୍ଗରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁଶାନ୍ତ କୁମାର ମଣ୍ଡଳ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଅନୁସୂଚିତ ଜାତି ସଂରକ୍ଷଣ ବର୍ଗ ଅଧୀନରେ ଅଣ-ପ୍ରଶିକ୍ଷିତ ପ୍ରାର୍ଥୀ ଭାବରେ ମନୋନୀତ … Read more

ପରୀକ୍ଷାର୍ଥୀଙ୍କ ପାଇଁ ବଦଳିଲା ସୂଚୀ , ୨୮ରେ ଆରଆଇ, ୫ରେ ଓଟିଇଟି

ଭୁବନେଶ୍ୱର: ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବଢ଼ୁଥିବା ଚିନ୍ତାର ଅବସାନ ଘଟିଛି । ଆରଆଇ ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଯାଇଛି । ନୂତନ ସୂଚୀ ଅନୁସାରେ, ଜୁନ୍ ୨୮ରେ ଆରଆଇ ପରୀକ୍ଷା ଆୟୋଜିତ ହେବ । ଅନ୍ୟପଟେ, ଜୁଲାଇ ୫ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦୁଇଟି ଯାକ ପରୀକ୍ଷା ଗୋଟିଏ ଦିନରେ ପଡୁଥିବାରୁ ପରୀକ୍ଷା … Read more

ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ ଘଟଣା: ପୋଲିସ ଫୋର୍ସ ସହ ଗାଁରେ ଚଢ଼ାଉ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ଚଣ୍ଡୀପୁର ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ଏନଫୋର୍ସମେଣ୍ଟ ଟିମର କର୍ମଚାରୀଙ୍କୁ ମାଡ଼ ଘଟଣାରେ ବନ୍ତ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଗାଁ ରେ ଚଢାଉ କରିଛି । ଗାଁରେ ଚଢାଉ କରି ଅଭିଯୁକ୍ତଙ୍କ ଘରର ମିଟର, ତାର ଜବତ କରିବା ସହ ଘରେ ଲଟକା ଲଗାଇଛି। ଆଗାମୀ ସମୟରେ ଅଭିଯୁକ୍ତଙ୍କୁ ବିଦ୍ୟୁତ୍ ସଂଯୋଗ ନ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ସୂଚନାମୁତାବକ, ହୁକ ପକାଇବେଆଇନ ଭାବେ … Read more

ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି, ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ମିଳିବ ସହାୟତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ସହାୟତା ପରିମାଣ ବୃଦ୍ଧି। ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ରାଜ୍ୟ କଲ୍ୟାଣ ପାଣ୍ଠିରୁ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନଜୀବୀମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀମାନେ ଉପକୃତ ହୋଇପାରିବେ। ଖବର ଥାଉ ଯେ, ଶେଷଥର ପାଇଁ ଆଇନଜୀବୀମାନଙ୍କର ଏହି ସହାୟତା … Read more