ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ ଓରାମ

ଭୁବନେଶ୍ୱର: ୩ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂପ୍ରସାରଣ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ବିମାନ ବନ୍ଦର ସଂପ୍ରସାରଣ ବିଷୟରେ ଆଲୋଚନା କରିଛନ୍ତି। ଜମି ଅଧିଗ୍ରହଣ … Read more

ସୋଆ ପକ୍ଷରୁ ଗ୍ରାମାଞ୍ଚଳରେ ସଫେଇ ସଚେତନତା ଅଭିଯାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍(ଆଇବିସିଏସ୍)ର ଏସ୍ଏସ୍ଏସ୍ ସେଚ୍ଛାସେବୀ ବିଭିନ୍ନ ସଚେତନତା ବାର୍ତା ନେଇ ଭୁବନେଶ୍ଵର ନିକଟସ୍ଥ ଗ୍ରାମଗୁଡ଼ିକରେ ଏକ ସପ୍ତାହ ବ୍ୟାପୀ ଶିବିର ପରିଚାଳନା କରିଛନ୍ତି। କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଛାତ୍ରଛାତ୍ରୀମାନେ ଘର ଘର ବୁଲି ସାମାଜିକ ଓ ଅର୍ଥନୈତିକ ସର୍ଭେ, ସଚେତନତା ଅଭିଯାନ, ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ, ସାସ୍ଥ୍ୟସେବା ଶିବିର, ଡିଜିଟାଲ ସାକ୍ଷରତା … Read more

ବିପିୟୁଟିକୁ ମିଳିଲା ଇଣ୍ଡିଆ ବୁକ ଅଫ ରେକର୍ଡସ

ରାଉରକେଲା: ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଏସିଆ ବୁକ ଅଫ ରେକର୍ଡସ ପୁରସ୍କାର ମିଳିଛି,ରାଉରକେଲାର ବୈଷୟିକ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ( ବିପିୟୁଟି )କୁ । BPUT କୁଳପତି ପ୍ରଫେସର ଡକ୍ଟର ଅମୀୟ କୁମାର ରଥଙ୍କୁ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ ସଞ୍ଜୟ ଭୋଲା ଏହି ସମ୍ମାନ ଦେଇଛନ୍ତି। ସେହିପରି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିବା … Read more

ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ ବିଜେଡିରୁ ନିଲମ୍ବିତ

ଭୁବନେଶ୍ବର: ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହିତ ତାଙ୍କର ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନବୀନଙ୍କ ନିର୍ଦେଶ କ୍ରମେ ଉଭୟଙ୍କୁ ନିଲମ୍ବନ କରାଯାଇଛି। ମୁକ୍ତିକାନ୍ତ ମଣ୍ଡଳ ୨୦୧୪ରେ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ମଞ୍ଜୁଲତା ମଣ୍ଡଳ ୨୦୧୯ ଲୋକସଭା ଆସନରେ ବିଜେଡିରୁ ସାଂସଦ ଭାବେ ନିର୍ବାଚିତ … Read more

ଓଡ଼ିଶାରେ ପୁରୁଣା ବାହାନ ଉପରେ କଡ଼ା ନିୟମ

ଭୁବନେଶ୍ୱର: ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଗୁଡ଼ିକର ଓଡ଼ିଶା ମଧ୍ୟକୁ … Read more

ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ

ଭୁବନେଶ୍ୱର: ଓଡ଼ିଆରେ ଶପଥ ନେଲେ ୩ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର । ଆଉ ଜଣେ ସାଂସଦ ଅର୍ଥାତ୍ ସୁଜିତ କୁମାର ଶପଥ ନେଇନାହାଁନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଓଡ଼ିଶାରୁ ନବନିର୍ବାଚିତ ୩ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସାଂସଦମାନେ ବି ଶପଥ ନେଇଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ … Read more

୪୭ତମ ପ୍ରତିଷ୍ଠା ଦିବସରେ ବିଜେପିର ଶକ୍ତି ପ୍ରଦର୍ଶନ; “ଆଗ ଦେଶ, ପରେ ପାର୍ଟି”

ଭୁବନେଶ୍ୱର: ଆଜି ବିଜେପି ଦଳର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ବିଜୟ ପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ସେ କହିଥିଲେ, ବିଜେପି ସର୍ବଦା ‘ଆଗ ଦେଶ, ପରେ ପାର୍ଟି’ ଆଦର୍ଶକୁ ଆଗକୁ ନେଇ କାମ କରିଆସୁଛି ଏବଂ ଏହି ମୂଲ୍ୟବୋଧ ଦଳର ଶକ୍ତିର ମୂଳ ଭିତ୍ତି। ସେହିପରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ଅବସରରେ … Read more

ପରିବେଶ ନିୟମ ଉଲ୍ଲଂଘନ କରିବାରୁ ଶ୍ୟାମ୍ ମେଟାଲିକ୍ସ କାରଖାନାରେ ପଡିଲା ତାଲା

ସମ୍ବଲପୁର: ପ୍ରଶାସନ ଦ୍ୱାରା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାକୁ ସିଲ୍ କରାଯାଇଛି । ପିସିସିବି ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମା ଅନୁସାରେ ଏହି ଶିଳ୍ପ ୟୁନିଟକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ଆଜି ସକାଳୁ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ, ସମ୍ବଲପୁରର ଅଧିକାରୀ ଓ କର୍ମଚାରୀଙ୍କ ସହିତ ରେଙ୍ଗାଲି ତହସିଲଦାର, ଅତିରିକ୍ତ ଏସପି, ସଦର ଏସଡିପିଓ ଏବଂ ବ୍ଯାପକ ପୋଲିସ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଉକ୍ତ ଶିଳ୍ପାନୁଷ୍ଠାନକୁ ସିଲ୍ କରାଯାଇଥିବା ଖବର ମିଳିଛି … Read more

ପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଯାଉଥିବା ବେଳେ ବଜ୍ରପାତରେ ବାପାଙ୍କ ମୃତ୍ୟୁ

ସମ୍ବଲପୁର: କାଳବୈଶାଖୀର ପ୍ରଭାବରେ ଯୁଯୁମୁରା ବାଣିଝରଣ ଠାରେ ଘଟିଛି ଏକ ଅଘଟଣ । ସୂଚନା ଅନୁସାରେ ବୌଦ୍ଧ ବଘିଆପଡ଼ାର ବିପ୍ଳବଙ୍କ ପୁଅ ସୁଜିତ ର ବାହାଘର ଯୁଯୁମୁରା ଗହୀରପାଲିରେ ସ୍ଥିର ହୋଇଥିଲା । ଆସନ୍ତା ଏପ୍ରିଲ ୨୫ ତାରିଖରେ ବିପ୍ଲବଙ୍କ ପୁଅର ବିବାହ ହେବାକୁ ଥିଲା l ପୁଅର ବିବାହ ପାଇଁ ଲଗ୍ନ ପତ୍ର ଦେବାକୁ ଗହିରପାଲି ଗ୍ରାମକୁ ଯାଉଥିବା ବେଳେ ବାଣିଝରଣ ନିକଟରେ ବଜ୍ରପାତ ହେବାରୁ ବିପ୍ଲବ ବେହେରାଙ୍କ ମୃତ୍ୟୁ ଘଟିଛି l ତାଙ୍କ ସହ … Read more

ଡିଜିଟାଲ୍ ଜନଗଣନାରେ ସାମିଲ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡିଜିଟାଲ୍ ଜନଗଣନାର ସ୍ୱ-ଗଣନା ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି, ଯାହା ରାଜ୍ୟରେ ଆଧୁନିକ ଜନଗଣନା ପ୍ରଥା ଗ୍ରହଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନବୀନ ନିଜ ବାସଭବନରେ ବସି ତାଙ୍କର ଆତ୍ମ-ଗଣନା ସମାପ୍ତ କରିଛନ୍ତି। ତେବେ ଏପ୍ରିଲ ୧ରୁ ସାରା ଓଡ଼ିଶାରେ ଆରମ୍ଭ ହୋଇଥିବା ଡିଜିଟାଲ୍ ଜନଗଣନା ବ୍ୟକ୍ତିବିଶେଷଙ୍କୁ ସିଧାସଳଖ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ସେମାନଙ୍କର ପରିବାର ସୂଚନା ରେକର୍ଡ କରିବାକୁ ଅନୁମତି ଦିଏ।ନାଗରିକମାନେ ସିଧାସଳଖ ଘରେ ବସି ନିଜ … Read more