ଅଦିନିଆ ରଥଯାତ୍ରା ରୋକିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

ପୁରୀ: ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଗଜପତି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବିହିତ ପଦକ୍ଷେପ ପାଇଁ ଅବଗତ କରାଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ‘ଐକ୍ୟ ସ୍ଥାପନା ମଣ୍ଡଳୀ’ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ … Read more

ଅଫିସ୍‌ରେ କାମ କରୁଥିବାବେଳେ ହୃଦଘାତରେ ଡିଏଫଓଙ୍କ ମୃତ୍ୟୁ

ଭଦ୍ରକ: ଅଫିସ୍‌ରେ କାର୍ଯ୍ୟରତ ଥିବା ସମୟରେ ହଠାତ୍ ହୃଦଘାତରେ ପ୍ରାଣ ହରାଇଲେ ଡିଏଫଓ ସୌଭାଗ୍ୟ ରଞ୍ଜନ ସାହୁ। ସେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, କାମ କରୁଥିବାବେଳେ ହଠାତ୍ ତାଙ୍କ ଶରୀରରେ ଅସୁସ୍ଥତା ଦେଖାଦେଇଥିଲା। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳେ ସେ ୫୯ ବର୍ଷ ବୟସ୍କ ଥିଲେ। ତାଙ୍କ ଘର … Read more

ରାଜଧାନୀରେ ଆତଙ୍କୀ ଲିଙ୍କ୍ ଘଟଣାରେ ଯୁବକ ଗିରଫ

ଭୁବନେଶ୍ୱର: ଶୁକ୍ରବାର ରାଜଧାନୀ ୟୁନିଟ୍-୬ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଆତଙ୍କୀ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିବା ପରେ ପୁଣି ଓଡ଼ିଶା ଆତଙ୍କବାଦୀଙ୍କର ଏକ ନିରାପଦ ଆଶ୍ରୟସ୍ଥଳ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ସ୍ପେଶାଲ୍ ବ୍ରାଞ୍ଚ ଗିରଫ କରି ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଇଯାଇଛି । ଏହି ଘଟଣା ପରେ କମିଶନରେଟ୍ ପୁଲିସ ଅଧିକ ସତର୍କ ହୋଇପଡ଼ିଛି । … Read more

ଆତ୍ମସମର୍ପଣ କଲେ ଟପ୍ କମାଣ୍ଡର ସୋଡିଙ୍କ ସହିତ ୪୨ମାଓବାଦୀ

ମାଲକାନଗିରି: ଶୁକ୍ରବାର ଦିନ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA) ବାଟାଲିୟନର ଅନ୍ତିମ କମାଣ୍ଡର ସୋଡି ମଲ୍ଲା ଓରଫ କେଶଲଙ୍କ ସମେତ ୪୨ ଜଣ ସିପିଆଇ (Maoist) କ୍ୟାଡର ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କଠାରୁ ୩୬ଟି ଅସ୍ତ୍ରଶସ୍ତ୍ର ଏବଂ ୮୦୦ ଗ୍ରାମ ସୁନା ଜବତ କରାଯାଇଛି। ୪୭ ବର୍ଷୀୟ ସୋଡି ଯିଏ ସୋଡି ମଲ୍ଲା ଏବଂ ନିଖିଲ ନାମରେ ମଧ୍ୟ ଜଣାଶୁଣା, ତେଲେଙ୍ଗାନା-ଛତିଶଗଡ଼ ସୀମାରେ ସକ୍ରିୟ ମାଓ ନେଟୱାର୍କର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ଭାବରେ … Read more

ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ପୋଷାକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ୟୁନିଫର୍ମ ବଣ୍ଟନ ନେଇ SOP ଜାରି ହୋଇଛି । ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ପୋଷାକ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଛୁଟି ଭିତରେ ସମସ୍ତଙ୍କୁ ୟୁନିଫର୍ମ ଯୋଗାଇ ଦିଆଯିବ । ୧୦ ତାରିଖ ଭିତରେ ଶ୍ରେଣୀ ବର୍ଗ ହିସାବରେ ନିର୍ଦ୍ଧାରଣ କରାଯିବା ସହ ୧୨ ତାରିଖ ସୁଦ୍ଧା ଏଜେନ୍ସୀ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ … Read more

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ କଲା ବିଜେପି

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏହାସହ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ତାଲିକା ମଧ୍ୟ ଘୋଷଣା ହୋଇଛି । ତାଲିକାରେ ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ୩ ଜଣ … Read more

ପଞ୍ଚାୟତ ନିର୍ବାଚନ ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ; ଆସନ ସଂରକ୍ଷଣ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି । ନିର୍ବାଚନ ପାଇଁ ଆସନ ସଂରକ୍ଷଣ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ୱାର୍ଡ ମେମ୍ବର,ସରପଞ୍ଚ ଓ ସମିତି ସଭ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ ଏବଂ ୨୪ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ ସୁଦ୍ଧା ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନିର୍ବାଚନ … Read more

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି; ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର। ଜଳ ସମ୍ପଦ ବିଭାଗର ୫ଟି ଟେଣ୍ଡରକୁ ଅନୁମତି ମିଳିଛି। ପାର୍ବତୀଗିରି ମେଗା ଜଳପ୍ରକଳ୍ପକୁ ଗୁରୁତ୍ଵ ଦିଆଯାଇଛି। ଏହି ଜଳ ପ୍ରକଳ୍ପ ଦ୍ଵାରା ୬୧୨୦ ହେକ୍ଟର ଜମି ଜଳସେଚିତ ହେବ। ଏହାଦ୍ଵାରା ସମ୍ବଲପୁରର ୧୪ଟି ଗାଁ ଉପକୃତ ହେବେ। ସେହିପରି ଅଟଳ ବସଷ୍ଟାଣ୍ଡ ପାଇଁ ୩୪୦୦ କୋଟିର ବ୍ୟୟ ଅଟକଳ କରାଯାଇଛି। ୩୧୮ଟି ବସଷ୍ଟାଣ୍ଡର ଉନ୍ନତୀକରଣ ହେବ। ଏନେଇ ମୁଖ୍ୟ ଶାସନ ସଚିବ … Read more

ରାଜଧାନୀର ପାଶ୍ବବର୍ତ୍ତୀ ନଦୀ ଗୁଡିକର ହେବ ପୁନରୁଦ୍ଧାର

ଭୁବନେଶ୍ବର: ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀ ଗୁଡିକର ପୁନରୁଦ୍ଧାର ହବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସେ କହିଛନ୍ତି ଯେ, ପ୍ରାଚୀ, ଧନୁଆ, ଦୟା ନଦୀର ପୁନରୁଦ୍ଧାର ହେବ । ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଭୁବନେଶ୍ୱର-ଜୟଦେବ ଅଂଚଳରେ ଥିବା ଧନୁଆ ନଦୀର ପୁନଃରୁଦ୍ଧାର ପାଇଁ ଦ୍ଵିତୀୟ ଫେଜ୍ ରେ ୭୫ କୋଟି ଟଙ୍କା ଅନୁମୋଦନ ହୋଇସାରିଛି । ଏଥିସହିତ ସଂଜୀବନୀ ଯୋଜନାରେ ଦୟା ନଦୀର … Read more

ମେଟ୍ରୋ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: କିଛି ଦିନ ତଳେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଥିବା ନେଇ ଘୋଷଣା କରିଥିଲେ । ଏବେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଯଦି ଜୟପୁରରେ ହୋଇ ପାରୁଛି ଓଡିଶାରେ କାହିଁକି ନୁହେଁ। ମେଟ୍ରୋ ପ୍ରକଳ୍ପ ନେଇ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଗତକାଲି କେନ୍ଦ୍ର ସରକାର କେନ୍ଦ୍ର କ୍ୟାବିନେଟ୍ ରେ ୧୩ … Read more