ମହାପ୍ରଭୁଙ୍କ ଅଣସର ନୀତିକୁ ନେଇ ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟ ନ କରିବାକୁ କହିଲା ପୁରୀ ପୋଲିସ :ଟେକ ଡାଉନ ହେଲା ୯୭ଟି ଆପତ୍ତିଜନକ ପୋଷ୍ଟ ଓ ଆକାଉଣ୍ଟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଅଣସର ନୀତି ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ମହାପ୍ରଭୁଙ୍କୁ ନେଇ କିଛି ଆପତ୍ତିଜନକ ଅନୁଚିତ ଭାବେ ଏଡିଟ ଫଟୋ, ଭିଡିଓ ଏବଂ ପୋଷ୍ଟ ପ୍ରଚାର ହେଉଥିବା ପୁରୀ ପୋଲିସର ନଜରକୁ ଆସିଥିଲା। ଏପରି କଣ୍ଟେଣ୍ଟ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ଥାଏ । ଏହାକୁ ଗୁରୁତ୍ୱର ସହ ନେଇ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅନଲାଇନ ମନିଟରିଂ … Read more

ପ୍ରାଇଭେଟ୍ ବ୍ୟାଙ୍କରେ ଖୋଲିପାରିବେନି ସରକାରୀ ଖାତା, ୧୪ ସରକାରୀ ବ୍ୟାଙ୍କକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ ସରକାରୀ ଅର୍ଥ କାରବାରକୁ ନେଇ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ, ସରକାରୀ ପ୍ରତିଷ୍ଠାନ ଓ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ସବୁ ଆର୍ଥିକ କାରବାର କେବଳ ୧୪ଟି ବ୍ୟାଙ୍କ ମାଧ୍ୟମରେ କରିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଆଉ ଘରୋଇ ବ୍ୟାଙ୍କଗୁଡ଼ିକରେ ଥିବା ଆକାଉଣ୍ଟଗୁଡ଼ିକୁ ୨୦୨୬ ଡିସେମ୍ବର ୩୧ତାରିଖ ସୁଦ୍ଧା ଯେଉଁ ଅଫିସରମାନେ ସମ୍ପୂର୍ଣ୍ଣ ବନ୍ଦ ନକରିବେ ଓ ସେଥିରେ ଥିବା ଅର୍ଥକୁ ତାଲିକାଭୁକ୍ତ ବ୍ୟାଙ୍କକୁ … Read more

ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ କୋର୍ଟଙ୍କ ସମନ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏବଂ ଭିକେ. ପାଣ୍ଡିଆନଙ୍କୁ କୋର୍ଟଙ୍କ ସମନ l ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ଶତାଧିକ ଥର ହେଲିକପ୍ଟରରେ ଗସ୍ତ ଓ ଭବ୍ୟ ସଭା କରିବା ଏବଂ ସେସବୁ ବାବଦରେ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ଦାଏର ରିଭିଜନ୍ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍। ଏହି ମାମଲାରେ ଦୌରା ଜଜ୍ ବିଏନ୍ ମହାନ୍ତି ଉଭୟ ନବୀନ ଓ … Read more

ନିର୍ମାଣ ହେବ ‘ମହାଲକ୍ଷ୍ମୀ କରିଡର’:ସରକାର ବାଣ୍ଟିବେ ୧ କୋଟି ଲକ୍ଷ୍ମୀପୁରାଣ ବହି

ଭୁବନେଶ୍ୱର: ମିଶନ ଶକ୍ତି ଭବନସ୍ଥିତ ଅଡିଟୋରିଅମ୍ ହଲ୍‌ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିଥିଲେ। ଉଦ୍‌ବୋଧନରେ ଉପ-ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ପୁରାଣର ମୂଳ ସନ୍ଦେଶ କେବଳ ଧାର୍ମିକ ନୁହେଁ, ଏହା ଏକ … Read more

କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ୨୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଗୁରୁବାର କିଟ୍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ତାର ୨୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ କରିଛି । ମୁଖ୍ୟ ଅତିଥି ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସଂସ୍କୃତ ଶ୍ଳୋକ “ବିଦ୍ୟା ଦଦାତି ବିନୟମ୍‌, ବିନୟଦ୍ ଯାତି ପାତ୍ରତାମ’ ଉଦ୍ଧୃତ କରି କହିଲେ, ଜ୍ଞାନ ବିନମ୍ରତା ପ୍ରଦାନ କରେ ଓ ବିନମ୍ରତା ଯୋଗ୍ୟତା ଆଡ଼କୁ ନେଇଯାଏ। ଜ୍ଞାନ ଜଣେ ବ୍ୟକ୍ତିକୁ ବିନମ୍ର କରିଥାଏ, ବିନମ୍ରତା, ଦକ୍ଷତା ହାସଲ କରିବାରେ ସାହାଯ୍ୟ କରେ; ଏବଂ ଦକ୍ଷତା, ସଫଳତା … Read more

ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟର ଝଟକା,ପିଟିସନ ଖାରଜ

କଟକ: ଚିଟଫଣ୍ଡ ମାମଲାରେ ଫସିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ପୁଣି ନିରାଶ । ସିବିଆଇ ଦାୟର କରିଥିବା ମାମଲାକୁ ଖାରଜ କରିବା ପାଇଁ ପ୍ରଭାତ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାହା ଖାରଜ ହୋଇଛି । କିନ୍ତୁ ଅନ୍ୟପଟେ ୬ ମାସ ମଧ୍ୟରେ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ସ୍ପେଶାଲ ସିବିଆଇ କୋର୍ଟଙ୍କ ଉଦ୍ଦେଶ୍ୟରେ ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରଭାତ ବିଶ୍ୱାଳ ପୂର୍ବରୁ ମଧ୍ୟ ଏହି ମାମଲା … Read more

ମିଳିଲା ଜାତୀୟ ଦଳରେ ସୁଯୋଗ, ଓଡ଼ିଶାର ୯ ଯୁବ ହକି ଖେଳାଳି ଯିବେ ବେଲଜିୟମ

ଭୁବନେଶ୍ୱର: ଭାରତୀୟ ଜୁନିୟର ପୁରୁଷ ଜାତୀୟ ହକି ଦଳର ବେଲଜିୟମ ଗସ୍ତ ପାଇଁ ଓଡ଼ିଶାର ୯ ଜଣ ପ୍ରତିଭାବାନ ଖେଳାଳି ଚୟନ ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅନମୋଲ ଏକ୍କା, ଆଦ୍ରୋହିତ ଏକ୍କା, ରୋହିତ କୁଲୁ, ମୁକେଶ ଟପ୍ପୋ, ବିବେକ ଲାକ୍ରା, ସଞ୍ଜିତ ତିର୍କୀ, ପ୍ରଶାନ୍ତ ବାର୍ଲା, ଋତ୍ତିକ ଲାକ୍ରା ଓ ଆର୍ୟନ ଖେସ। … Read more

ଆଦାନୀ ଏଣ୍ଟରପ୍ରାଇଜେସ ସହିତ ପୁଞ୍ଜି ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନର ଚରଣ ମାଝୀଙ୍କ ଉପସ୍ଥିତିରେ ୟୁଏଇର ଆବୁଧାବୀସ୍ଥିତ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ଓ ରାଜ୍ୟ ଶିଳ୍ପ ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ନିବେଶ କରିବ ୧ ଲକ୍ଷ ୧ ହଜାର କୋଟି । ରାଜ୍ୟର ଖଣି କ୍ଷେତ୍ରରେ ବଡ଼ ବିଦେଶ ପୁଞ୍ଜିନିବେଶ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଵାକ୍ଷରିତ ହୋଇଛି ଏମଓୟୁ। ଶିଳ୍ପ ବିଭାଗ ଏବଂ … Read more

ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା :ଜୟଦେବ ବିହାର-ନନ୍ଦନକାନନ କରିଡର ପାଇଁ ୫୭୯ କୋଟି

ଭୁବନେଶ୍ୱର: ଲୋକସେବା ଭବନରେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଆର୍ଥକ ଅଭାବରୁ ଯେପରି କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାରୁ ବଂଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନାର ପରିକଳ୍ପନା କରାଯାଇଛି। ବିଶେଷକରି ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ … Read more

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ … Read more