ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ, ଦୁର୍ବୃତ୍ତମାନେ ବିଲ୍ଡର ପ୍ରୀତମ ଜେନାଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସେମାନେ ଘର ଭିତରେ ଥିବା ସୁନା ଅଳଙ୍କାର, ନଗଦ ଟଙ୍କା, ଦାମୀ ଘଣ୍ଟା ଏବଂ ଏକ ହୀରା ଖଚିତ ବ୍ରେସଲେଟ୍ ଲୁଟି ନେଇଛନ୍ତି। ରାତି ପ୍ରାୟ … Read more

ବନ୍ୟା ପରିଚାଳନା ନେଇ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା :କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସୁବିସ୍ତୃତ ସମୀକ୍ଷା କରିଛନ୍ତି l ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତ କମ୍ ଥିବା ସହ ଖରା ପାଗ ହୋଇଥିଲା ବେଳେ ବନ୍ୟା ପରିସ୍ଥିତିରେ କ୍ରମଶଃ ସୁଧାର ଆସିବା ସହ ଏସଆରସି, ଉଦ୍ଧାରକାରୀ ଦଳ ଏବଂ ଜିଲ୍ଲାପ୍ରଶାସନର ସମନ୍ଵିତ ପ୍ରୟାସ ମାଧ୍ୟମରେ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା … Read more

ଦୁଗ୍ଧ ସଂଗ୍ରହ ଓ ଗୁଣବତ୍ତାରେ ଦେଶର ନମ୍ବର–୧ OMFED

ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ‘Indian Dairy Expo 2026’ ରେ ‘Excellence in Milk Procurement & Dairy Development’ ପାଇଁ OMFED କୁ ମିଳିଲା ସର୍ବୋଚ୍ଚ ପ୍ରଥମ ପୁରସ୍କାର। ଖାଣ୍ଟି ଶୁଦ୍ଧତା, ସ୍ୱାଦ ଓ ଗୁଣବତ୍ତା ଯୋଗୁଁ ଆଜି ସାରା ଦେଶରେ Omfed ର ପ୍ରଶଂସା। ଏନ୍ଏନ୍ଏସ୍ ମିଡିଆ ଗ୍ରୁପ୍ ପକ୍ଷରୁ ଗତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ବିଶାଳ ପ୍ରଦର୍ଶନୀର ଆୟୋଜନରେ ‘ଇଣ୍ଡିଆନ୍ ଡେରୀ ଇଣ୍ଡଷ୍ଟ୍ରି ଆଣ୍ଡ୍ … Read more

ସନ୍ଧ୍ୟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଖୋଲିବ ୨୨ ଗେଟ୍

ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ଖୋଲିବ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ । ୧୨ଟି ଗେଟ୍ ଦେଇ ୨ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅପରାହ୍ନରେ ଆଉ ୧୦ଟି ଗେଟ୍ ଖୋଲାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ୨୨ଟି ଗେଟ୍‌ରେ ମୋଟ୍ ସାଢେ ୩ ଲକ୍ଷ ୩୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେବ । ଉପର ମୁଣ୍ଡରୁ ଜଳଭଣ୍ଡାରକୁ ଅଧିକ ପାଣି … Read more

ରାଜଧାନୀରେ ଚାଞ୍ଚଲ୍ୟ: ପାନ ଦୋକାନୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ପାନ ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗ୍ୟାରେଜ୍‌ ଛକ ଗାୟତ୍ରୀ ବସ୍ତି ନିକଟରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ନାମ ଜିତୁ କାଣ୍ଡି ଏବଂ ତାଙ୍କ ଘର ଶିଶୁପାଳ ଗଡ଼ ଅଞ୍ଚଳରେ । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା … Read more

ଓଡ଼ିଶାରେ ବନ୍ୟାର ବିଭୀଷିକା, ନେତାମାନେ ଦିଲ୍ଲୀରେ ଭୋଜି କରୁଛନ୍ତି କହି ସରକାରଙ୍କୁ କଟାକ୍ଷ କଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ୨୦ଟି ଜିଲ୍ଲାରେ ବନ୍ୟା ଓ ବର୍ଷା ଯୋଗୁ ମୋଟ ୭ଲକ୍ଷ ୫ହଜାର ୨୩୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି।ପରିସ୍ଥିତିକୁ ଦୃଷ୍ଟି ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ସରକାରଙ୍କୁ କଟାକ୍ଷ କରିଛନ୍ତି l ସେ କହିଛନ୍ତି ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ। … Read more

ବବି ଦାସ , ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସୂଚନାକର୍ମୀ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ଦାସ, ସୂଚନା କର୍ମୀ ଶ୍ରୀକାନ୍ତ ପାକଳ ଓ ଓକିଲ ସୁଧୀର ମହାନ୍ତି ମିଳିତ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟ ଆଧାରରେ ବବି, କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ,୨୦୨୪ ନିର୍ବାଚନ ସମୟରେ ଅନାବଶ୍ୟକ ପ୍ରଶାସନିକ ହସ୍ତକ୍ଷେପ ଯୋଗୁଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିବା ଦୁଇ ଆଇପିଏସ୍ … Read more

ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଏମକେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଡାକ୍ତରୀ ଛାତ୍ର ଏବଂ ଅନୁଷ୍ଠାନର ଜଣେ ବରିଷ୍ଠ କିରାଣୀ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି। ଲକ୍ଷାଧିକ ଟଙ୍କା ବିନିମୟରେ ପରୀକ୍ଷାର୍ଥୀଙ୍କ ବିଭିନ୍ନ ୱାଟ୍ସଆପ୍ ଗ୍ରୁପ୍‌କୁ ପ୍ରଶ୍ନପତ୍ରର ଫଟୋ କପି ପଠାଯାଉଥିଲା। ସେହିପରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ କଲେଜ … Read more

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ମିଳିଲା ମୃତଦେହ। ସୂଚନା ଅନୁଯାୟୀ ବୁଧବାର ଅପରାହ୍ଣରେ ବିଦ୍ୟାଳୟ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୭ ବର୍ଷୀୟା ଜଣେ ମାନସିକ ଭିନ୍ନକ୍ଷମ ଛାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଥିଲା। ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଏନେଇ ପୋଲିସକୁ … Read more

ସମ୍ ନର୍ସିଂ କଲେଜରେ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍’ ଉପରେ ଏଫ୍‌ଡିପି

ଭୁବନେଶ୍ୱର: ନିକଟରେ ସମ୍ ନର୍ସିଂ କଲେଜ ପକ୍ଷରୁ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍‌’ ଶୀର୍ଷକ ଦିନିକିଆ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ (ଏଫ୍‌ଡିପି) ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୭୦ ଜଣ ଫ୍ୟାକଲ୍ଟି ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଥିଲା ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍ କ୍ଷେତ୍ରରେ ଅଧ୍ୟାପକମାନଙ୍କର ଗବେଷଣା ଦକ୍ଷତାକୁ ସୁଦୃଢ଼ କରିବା । କାର୍ଯ୍ୟକ୍ରମରେ ଦୁଇଟି ବୈଜ୍ଞାନିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ସିଷ୍ଟମାଟିକ୍ ରିଭ୍ୟୁର ମୌଳିକ … Read more