ରେଭେନ୍ସାରେ ଛାତ୍ର ଆନ୍ଦୋଳନ, ୨୪ ଘଣ୍ଟାରୁ ଅଧିକ ଅନଶନରେ ଶତାଧିକ ଛାତ୍ର

କଟକ: ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଛାତ୍ର ମାନେ ଅନଶନରେ ବସିଛନ୍ତି । ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ରେଭେନ୍ସା ଇଷ୍ଟ ହଷ୍ଟେଲର ଛାତ୍ର ମାନେ । ଇଷ୍ଟ ହଷ୍ଟେଲ ଅନ୍ତେବାସୀଙ୍କ ଅଭିଯୋଗ, ହଷ୍ଟେଲର ଡେପୁଟି ୱାର୍ଡେନ ମନମାନି ଚଳାଇଛନ୍ତି । ଅଚାନକ ହଷ୍ଟେଲକୁ ଆସି, ମନଇଚ୍ଛା ପିଲା ମାନଙ୍କୁ ବାହାର କରିଦେଇ ଘରେ ତାଲା ପକାଇ ଦେଉଛନ୍ତି । ଯାହାର ପ୍ରତିବାଦ ସ୍ୱରୂପ ଛାତ୍ରମାନେ ଆନ୍ଦୋଳନ … Read more

ବ୍ରିଜ ଭୂଷଣଙ୍କୁ ବଡ଼ ଆଶ୍ୱସ୍ତି, ଯୌନ ଉତ୍ପୀଡ଼ନ ମାମଲାରେ ଦୋଷମୁକ୍ତ କଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ତଥା ବିଜେପି ନେତା ବ୍ରିଜ ଭୂଷଣ ଶରନ ସିଂହଙ୍କୁ ବଡ଼ ଆଶ୍ୱସ୍ତି। ଦେଶର ପ୍ରତିଷ୍ଠିତ ୬ ଜଣ ମହିଳା କୁସ୍ତି ଯୋଦ୍ଧା ମିଳିତ ଭାବେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଭାରତୀୟ କ୍ରୀଡ଼ା ଇତିହାସରେ ସବୁଠାରୁ ବଡ଼ ବିବାଦ ଦେଖିବାକୁ ମିଳିଥିଲା। ହେଲେ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ବ୍ରିଜ ଭୂଷଣ ସିଂହ ଓ ଭାରତୀୟ କୁସ୍ତି … Read more

ବନ୍ୟା ପ୍ରଭାବିତ ପରିବାର ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା: ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ୧.୨୦ ଲକ୍ଷ ଟଙ୍କା କ୍ଷତିପୂରଣ

ଭୁବନେଶ୍ୱର: ବନ୍ୟାରେ ପ୍ରଭାବିତ ପରିବାରଗୁଡ଼ିକ ପାଇଁ ଓଡ଼ିଶା ସରକାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଯେଉଁ ପରିବାରଗୁଡ଼ିକର ଘର ବନ୍ୟାରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି, ସେମାନଙ୍କୁ କ୍ଷତିପୂରଣ ବାବଦରେ ୧.୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ବନ୍ୟା ଜଳ କମିଯାଇଛି, ସେଠାରେ ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର … Read more

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର: ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । କଟକ ଯାଇ ଡମପଡ଼ାନିକଟ ବାଆଁରା ଠାରେ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟ କୁ ଉଦଘାଟନ କରିବେ । ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । କଟକ କାର୍ଯ୍ୟକ୍ରମ … Read more

ବୋଲବମ୍ ପାଇଁ ନଦୀରୁ ପାଣି ଆଣିବା ବେଳେ ଅଘଟଣ :ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ମୃତ

ଜଗତସିଂହପୁର: ବୋଲବମ୍ ପାଇଁ ପାଣି ଉଠାଇବା ବେଳେ ମହାନଦୀରେ ଘଟିଛି ଅଘଟଣ । ପୁଅକୁ ବଞ୍ଚାଇବାବେଳେ ବାପାଙ୍କ ଜୀବନ ଚାଲିଯାଇଛି ।ସୂଚନା ଅନୁଯାୟୀ,ରବିବାର ରାତିରେ ଜଗତସିଂପୁର ଜିଲ୍ଲା ପାରାଦ୍ବୀପ ନିକଟସ୍ଥ ନିମିଢିହି ଗ୍ରାମର ଇଶ୍ୱର ବାରିକ ତାଙ୍କ ପୁଅକୁ ସାଙ୍ଗରେ ଧରି ଭୂତୁମୁଣ୍ଡାଇ ପୋଲ ତଳ ମହାନଦୀକୁ ବୋଲବମ୍ ପାଣି ଉଠାଇବା ପାଇଁ ଆସିଥିଲେ । ପାଣି ଆଣି ପୂଜାର୍ଚ୍ଚନା କରିବା ସମୟରେ ପୁଅ ସ୍ରୋତରେ ଭାସିଯାଇଥିଲା । ପୁଅକୁ ଭାସିଯାଉଥିବା ଦେଖି ଇଶ୍ୱର ନଦୀକୁ ସଙ୍ଗେସଙ୍ଗେ … Read more

କମିଲା ଜଳ ସ୍ତର ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର: ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସୁଥିଲେ ହେଁ ପ୍ରକୃତିର ତାଣ୍ଡବ ଛାଡ଼ିଯାଇଛି ଉଜୁଡ଼ା ସଂସାର, ନଷ୍ଟ ହୋଇଥିବା ଜୀବିକା ଏବଂ ଅନିଶ୍ଚିତ ଭବିଷ୍ୟତର କରୁଣ ଚିତ୍ର। ଦୁଇ ଜିଲ୍ଲାରେ ପ୍ରାୟ ୧୫ଟି ଘାଇ ସୃଷ୍ଟି ହୋଇଥିବାରୁ ଅନେକ ଗାଁ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି। ଯାଜପୁରର ୬ଟି ବ୍ଲକରେ ବନ୍ୟା ପାଣି ଧୀରେ ଧୀରେ କମୁଥିଲେ ମଧ୍ୟ ଘର ଭାଙ୍ଗିପଡ଼ିଛି, ଚାଷଜମି ନଷ୍ଟ ହୋଇଛି ଏବଂ ଅନେକ ପରିବାର ଜୀବିକା … Read more

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୧ ମସିହାର ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ (ସହକାରୀ ବନ ସଂରକ୍ଷକ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପ୍ରଶାସନିକ ପଦକ୍ଷେପ ନେଇଛନ୍ତି।ସରକାରୀ ସୂଚନା ଅନୁସାରେ, ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିବାରୁ ନିୟମ ଅନୁଯାୟୀ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।ବର୍ତ୍ତମାନ ସେ ଓଡ଼ିଶା ବନ ଉନ୍ନୟନ ନିଗମ (OFDC)ର ବାଣିଜ୍ୟ (କମର୍ସିଆଲ୍) ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିଲେ lସେ … Read more

୬ଟି ବିଭାଗର ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ଜଳସମ୍ପଦ ବିଭାଗର ୫ଟି, ନଗର ଉନ୍ନୟନ ବିଭାଗର ୨ଟି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, କୃଷି, ଆଇନ ଓ ଅର୍ଥ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଛି।ସହରାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ୨୦୨୯ ସୁଦ୍ଧା ପକ୍କାଘର ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ … Read more

ଓଡ଼ିଶା ପୋଲିସର ସଫଳତା:ଜାନୁୟାରୀରୁ ଜୁନ 2026 ମଧ୍ୟରେ ୧୭,୫୯୦ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର

ଭୁବନେଶ୍ୱର:ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ନିଖୋଜ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁନଃ ପରିବାର ସହ ମିଳନ କରାଇବାରେ ଓଡ଼ିଶା ପୋଲିସ ସଫଳତା ହାସଲ କରିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନ ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ( CAW &CW) ର ତଦନ୍ତ, ଆନ୍ତଃରାଜ୍ୟ ସମନ୍ୱୟ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି।ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ରାଜ୍ୟରେ … Read more

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ, ଦୁର୍ବୃତ୍ତମାନେ ବିଲ୍ଡର ପ୍ରୀତମ ଜେନାଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସେମାନେ ଘର ଭିତରେ ଥିବା ସୁନା ଅଳଙ୍କାର, ନଗଦ ଟଙ୍କା, ଦାମୀ ଘଣ୍ଟା ଏବଂ ଏକ ହୀରା ଖଚିତ ବ୍ରେସଲେଟ୍ ଲୁଟି ନେଇଛନ୍ତି। ରାତି ପ୍ରାୟ … Read more