ରାଜ୍ୟରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର

ପୁରୀ: ରାଜ୍ୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ୩୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସହ ଏକ ଦୃଶ୍ୟ-ଶ୍ରାବ୍ୟ ହଲ୍ ଏବଂ ମୁକ୍ତାକାଶ ମଞ୍ଚ ରହିବ । ପାଖାପାଖି ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସଂଗ୍ରହାଳୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଇତିହାସ, ଦର୍ଶନ, ପରମ୍ପରା ଓ ଲୋକଜୀବନରେ ଏହାର ଗଭୀର ପ୍ରଭାବକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯିବ … Read more

ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି

କଟକ: ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି ପାଇଁ ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି। ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ର ସାଇକେଲ୍‌ରେ କୋର୍ଟ ଗଲେ। ଜୁଡିସିଆଲ ଏକାଡେମୀ ନିକଟରୁ ହାଇକୋର୍ଟକୁ ସାଇକେଲରେ ଆସିଲେ ୩ ବିଚାରପତି। ତୈଳ ସଂକଟ ଭିତରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସାଇକେଲରେ ଆସିଲେ। ତେଲର ଅପବ୍ୟବହାର ନକରିବା ପାଇଁ ବିଚାରପତି ଉଦାହରଣ ସୃଷ୍ଟି କରିଛନ୍ତି। ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱର ସବୁଠାରୁ … Read more

ଟ୍ରଲର-କାର ମୁହାଁମୁହିଁ ଧକ୍କା: ଚାଲିଗଲା ମାଆ-ଝିଅଙ୍କ ଜୀବନ

ପୁରୀ: ପୁରୀରେ ଜଗନ୍ନାଥଙ୍କ ଦର୍ଶନ ସାରି ସପରିବାର ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ ମାଆ ଓ ଝିଅଙ୍କ ଜୀବନ ଚାଲିଯାଇଥିବା ବେଳେ ପରିବାରର ଅନ୍ୟ ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପ୍ରଧାନୀଗୁଡ଼ା ନିକଟସ୍ଥ ରାଜାମାଟୁ ଛକରେ ଏକ ପାଇପ୍ ବୋଝେଇ ଟ୍ରଲର ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ପରିସ୍ଥିତି ଘଟିଥିଲା। ଖବର ଅନୁସାରେ, ଏକ ପାଇପ୍ ବୋଝେଇ … Read more

ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ ହେଲା ସୋଆରେ

ଭୁବନେଶ୍ୱର: ଶିକ୍ଷା ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର ପ୍ରୋପାଗେସନ୍, ପି୍ରଜରଭେସନ୍ ଆଣ୍ଡ ରେେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆନ (ପ୍ରାଚୀନ) ଦ୍ୱାରା ଶୁକ୍ରବାର ଆୟୋଜିିତ ଏକ ସପ୍ତାହ ବ୍ୟାପୀ ଲେଖା ସମ୍ପାଦନା କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଆଚାର୍ଯ୍ୟ ଏହା କହିଛନ୍ତି । ଡକ୍ଟର ଆଚର୍ଯ୍ୟ କହିଥିଲେ ଯେ ଭାରତର ଅସରନ୍ତି ସାହିତ୍ୟ ଭଣ୍ଡାର ବିଶେଷ ଭାବେ ସଂସ୍କୃତରେ ଲିଖିତ ପୋଥି ଗୁଡ଼ିକ … Read more

ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା

ଭୁବନେଶ୍ୱର: ରାଜ୍ୟରେ ଏବେ ତୀବ୍ର ପେଟ୍ରୋଲ ଓ ଡିଜେଲ ଅଭାବ ପରିଲକ୍ଷିତ ହେଉଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ସହ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ଅନ୍ୟପଟେ ତେଲ ସରିଯିବା ଯୋଗୁଁ କେତେକ ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ମଧ୍ୟ ନଜରକୁ ଆସିଛି । ଏହି ଇନ୍ଧନ ସଙ୍କଟର ସିଧାସଳଖ ପ୍ରଭାବ ଏବେ ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ପଡ଼ିଛି । ତେଲ ଅଭାବ … Read more

ସରକାରୀ ଗାଡ଼ିର ‘ରାଇଡ୍ ସେୟାରିଂ’ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ଓ ପୋଷଣୀୟ ପରିଚାଳନା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅନାବଶ୍ୟକ ଇନ୍ଧନ ଖର୍ଚ୍ଚ କାଟ୍ କରିବା ଏବଂ … Read more

ଓଡ଼ିଶାରେ ଟାଟା ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା

ଭୁବନେଶ୍ୱର: ୨୦୨୬ ମଧ୍ୟରେ ଓଡ଼ିଶାର କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ୍ସ ସେଣ୍ଟର ପ୍ରତିଷ୍ଠା କରିଛି ଟାଟା । ଏହି ପଦକ୍ଷେପଟି ଓଡ଼ିଶାର ବଢୁଥିବା ବିଦ୍ୟୁତ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ କୁଶଳୀ ବୈଷୟିକ କର୍ମଚାରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ବିଶେଷ କରି ଜାତୀୟ ଏବଂ ରାଜ୍ୟ ସ୍ତରର ସ୍ୱଚ୍ଛ ଶକ୍ତି ଯୋଜନା, ଯେପରିକି – ପିଏମ୍ ସୂର୍ଯ୍ୟ ଘର: ମୁଫ୍‌‌ତ ବିଜିଲି ଯୋଜନା … Read more

ଓଡ଼ିଆ ସିନେମା ଜଗତରେ ନୂତନ ଯୁଗର ଆରମ୍ଭ:ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଚଳଚ୍ଚିତ୍ର ନୀତି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର … Read more

ମାଟି ମାଫିଆଙ୍କୁ ଗିରଫ କଲା ଜିଲ୍ଲା ପ୍ରଶାସନ

ଜଗତସିଂହପୁର: ମାଟି ମାଫିଆଙ୍କ ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ। ଛଦ୍ମବେଶରେ ଅଭିଯୁକ୍ତଙ୍କୁ ଅନସ୍ପଟ ମାଡିବସିଲେ ତଦନ୍ତକାରୀ ଟିମ। ଜିଲ୍ଲାପାଳ ଏବଂ ଏସପିଙ୍କ ରାତି ଅଧିଆ ଅପରେସନ। ସୁଚନା ଥାଉ ଯେ, ଜଗତସିଂହପୁର ଜିଲ୍ଲା ଫତେପୁର ଗହୀରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଅତର୍କିତ ରେଡ୍ କରାଯାଇଛି। ରେଡ ବେଳେ ୭ ଜେସିବି ସହ ୮ ହାଇୱା ଜବତ କରାଯାଇଛି। ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ … Read more

ପୁଣି ରାଜଧାନୀରେ ହାଇୱା-କାର୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ୫ ଗୁରୁତର

ଭୁବନେଶ୍ୱର: ଆଜି ଖୋର୍ଦ୍ଧା – ଚନ୍ଦକା ରୋଡର ଭୋଳା ଛକ ନିକଟରେ କାର-ହାଇୱା ମୁହାଁମୁହିଁ ଧକ୍କା ହୋଇଛି। କାରରେ ୭ ଜଣ ଥିବା ସୂଚନା ମିଳିଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁଇ ଜଣ କଟକ ଏସସିବିକୁ ସ୍ଥାନାନ୍ତର ହୋଇଛନ୍ତି। ମୃତାହତମାନେ ନିକଟସ୍ଥ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଚନ୍ଦକା ପୋଲିସ … Read more