ହନୁମାନଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ଦିବସରେ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା

ବ୍ରହ୍ମପୁର:ସ୍ଥାନିୟ ଗୋଷାଣୀନୂଆଗାଁ ନେହେରୁ ନଗର-୧୦ମ ଲାଇନ୍ ଠାରେ ବହୁ ପ୍ରତିକ୍ଷୀତ ବୀର ବଜରଙ୍ଗ ବାଲି ହନୁମାନଙ୍କ ପାଞ୍ଚ ଦିନ ବ୍ୟାପୀ ଆରମ୍ଭ ହୋଇଥିବା ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ଵିତୀୟ ଦିବସ ସୋମବାର ଦିନ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସ ରବିବାର ଦିନ ଗୋଷାଣୀନୂଆଗାଁ ତଥା ଆଖପାଖ ଅଞ୍ଚଳବାସୀ ଏକ ବିରାଟ ପଟୁଆରରେ ଉତ୍ତରେଶ୍ୱର ମନ୍ଦିର ପରିସରରୁ କଳସରେ ଜଳ ନେଇ ମାଁ ମଙ୍ଗଳାଙ୍କ … Read more

କଳାକାରଙ୍କ ସହାୟତା ରାଶିରେ ବୃଦ୍ଧି କଲେ ରାଜ୍ୟ ସରକାର 

 ଭୁବନେଶ୍ଵର:   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ ସେମାନଙ୍କୁ  ପ୍ରଦାନ କରଯାଉଥିବା ସହାୟତା ରାଶିରେ  ବୃଦ୍ଧି ଘୋଷଣା କରିଛନ୍ତି । ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ୱାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି … Read more

କୃଷକ ମାନଙ୍କ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ଜାରି 

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ପ୍ରବଳ ପ୍ରବଳ ପ୍ରତିରୋଧ ଫଳରେ ଆଜି କୃଷକମାନେ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିଥିବାବେଳେ ଆସନ୍ତା କାଲି ପୁଣି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କୃଷକ ସଂଗଠନମାନେ ଘୋଷଣା କରିଛନ୍ତି । ପଞ୍ଜାବର ଫତେଗଡ଼ ସାହିବରୁ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ଯାଉଥିବା କୃଷକଙ୍କ ଉପରକୁ ଶମ୍ଭୁ ସୀମାରେ ପୁଲିସ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲା। ଗାଜିପୁର ସୀମାରେ ଏକ ଡଜନରୁ ଅଧିକ କୃଷକ ନେତାଙ୍କୁ ମଧ୍ୟ ଅଟକ ରଖାଯାଇଛି। ଦିଲ୍ଲୀର ସିଂଘୁ, … Read more

ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଦର ହ୍ରାସ

ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ (ଓଇଆରସି) ଆଜି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛନ୍ତି। ଗ୍ରୀଷ୍ମଋତୁ ଅବ୍ୟବହିତ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଏହା ଏକ ଖୁସି ଖବର ଆସିଛି। ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିବା ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଏ ।  ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେବ ବୋଲି ଓଇଆରସି … Read more

ମମତା ଯୋଜନା ସହାୟତା ରାଶି ୫୦୦୦ଟଙ୍କାରୁ ୧୦୦୦୦ ଟଙ୍କାକୁ ବୃଦ୍ଧି 

ଭୁବନେଶ୍ୱର: ରାଜ୍ୟ ସରକାର ‘ମମତା ଯୋଜନା’ର ସହାୟତା ରାଶି ୨ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମାତୃ ଓ ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ଆରମ୍ଭ ହୋଇଥିବା ଏହି ମମତା ଯୋଜନାରେ ବର୍ତମାନ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଏହାକୁ ୧୦ ହଜାର ଟଙ୍କା କରିଦିଆଯାଇଛି ଫଳରେ ଏହି ଯୋଜନାରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। … Read more

‘ସ୍ୱୟମ’ ସ୍କିମ ଯୁବ ବ୍ୟବସାୟୀଙ୍କ ପାଇଁ ଆଶାର ଆଲୋକ 

ବ୍ୟବସାୟ ପାଇଁ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କୁ ମିଳିବ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ … Read more

ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲର ୧୬ତମ ବାର୍ଷିକୋତ୍ସବ ପାଳିତ

ଶିକ୍ଷକ ସମାଜ ପରିବର୍ତ୍ତନର ମୁଖ୍ୟ ସୂତ୍ରଧାର: ଜଷ୍ଟିସ୍ ମିଶ୍ର ବ୍ରହ୍ମପୁର:  ବଦଳୁଥିବା ସମାଜରେ ସଦାବେଳେ ଯୁକ୍ତାତ୍ମକ ଚିନ୍ତାଧାରା ମଣିଷକୁ ଆଗକୁ ନେଇଥାଏ।  ଆଉ ଏ ସବୁର ମୁଖ୍ୟ ସୂତ୍ରଧାର ହେଉଛନ୍ତି ଶିକ୍ଷକ । ବ୍ରହ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲାଞ୍ଜିପଲ୍ଲୀସ୍ଥିତ ଅକ୍ସଫୋର୍ଡ଼ ପବ୍ଲିକ୍ ସ୍କୁଲର ୧୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ସେ ଶିକ୍ଷକଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରିବା … Read more

ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର୭୩ ତମ ସମ୍ମିଳନୀ ଉଦଯାପିତ

ବିଶ୍ଵରଞ୍ଜନ ପଟ୍ଟନାୟକ ଅନୁଗୁଳ:   ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ଶାଖା ର ୭୩ ତମ ସମ୍ମିଳନୀ ଅନଗୁଳ ଠାରେ ଉଦଯାପିତ  ହୋଇଯାଇଛି। ଦୁଇ ଦିନିଆ ଏହି ସମ୍ମିଳନୀ କୁ ପ୍ରଦୀପ ଜଳି ଉଦ୍ଘାଟନ କରିଥିଲେ ଭାରତୀୟ ଚିକିତ୍ସକ ସଂଘ ର ଜାତୀୟ ସଭାପତି ଡ଼ା ଆର୍ ଭି ଅଶୋକନ୍.ଶ୍ରୀ ଅଶୋକ ନ ନିଜ ବକ୍ତବ୍ୟରେ ଭାରତ ରେ ଡାକ୍ତର ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା,ଚିକିତ୍ସା ବିଜ୍ଞାନ ରେ ହେଉଥିବା ବିଭିନ୍ନ ନୂଆ ପଦ୍ଧତି ର ପ୍ରୟୋଗ … Read more

ମଧୁବାବୁ ପେନସନ ସହାୟତା ରାଶି ୫୦୦ ଟଙ୍କାରୁ ୧ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ଵର: ମଧୁବାବୁ ପେନସନ ସହାୟତା ରାଶିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିତାଧିକାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ  ଏବେ ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି କରାଯାଇଛି।  ଏବେ ହିତାଧିକାରୀ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପେନସନ ସହାୟତା ପାଇବେ। ଏହାସହ ଫେବ୍ରୁଆରି ୨୦-୨୫ ତାରିଖ ମଧ୍ୟରେ ହିତାଧିକାରୀମାନେ ବର୍ଦ୍ଧିତ ପେନସନ ପାଇବେ । ଏନେଇ ରାଜ୍ୟ ସରକାର ୩୬୮୩ କୋଟି ଟଙ୍କା ଖର୍ଚ୍ଚ … Read more

ଓଡିଶାରେ ବିଦ୍ୟୁତ୍ ଚାଳିତ ଗାଡ଼ି, ବ୍ୟାଟେରି ନିର୍ମାଣ ପ୍ରକଳ୍ପ ନେଇ ବୁଝାମଣାପତ୍ର ସ୍ଵାକ୍ଷରିତ 

ଭୁବନେଶ୍ଵର:  ଜିନ୍ଦଲ ସାଉଥ୍‌-ୱେଷ୍ଟ ଫାଉଣ୍ଡେସନ୍‌ (ଜେଏସ୍‌ଡବ୍ଲୁ) ଓଡ଼ିଶାରେ ବିଦ୍ୟୁତ୍ ଚାଳିତ ଗାଡ଼ି ଓ ବ୍ୟାଟେରି ନିର୍ମାଣ କାରଖାନା କରିବ। ଏଥିପାଇଁ ଓଡ଼ିଶା ସରକାର ଏବଂ ଜେଏସଡବ୍ଲ୍ୟୁ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ … Read more