ଓଡିଶାରେ ଗ୍ରୀଷ୍ଣ ଅବକାଶ ଏପ୍ରିଲ ୨୫ ରୁ 

ଭୁବନେଶ୍ଵର: ବୃଦ୍ଧିପାଉଥିବା ତାପମାତ୍ରାକୁ ଆଖିଆଗରେ ରଖି ଆଜି ରାଜ୍ୟ ସରକାର ଗ୍ରୀଷ୍ଣ ଅବକାଶ  ଘୋଷଣା କରିଛନ୍ତି। ସେହି ଅନୁସାରେ ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ତେବେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ତେବେ ଗ୍ରୀଷ୍ମ ଛୁଟିରେ ଶିକ୍ଷକ ଓ ଅଧିକାରୀମାନେ ଆସିବା … Read more

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ଏପ୍ରିଲ ୨୫ରେ 

ଭୁବନେଶ୍ୱର: ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖ ଦିନ ସୋନପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୫ ତାରିଖ ଅପରାହ୍ନରେ ସୋନପୁର ଜନସଭାକୁ ସମ୍ଭୋଧନ କରିବା … Read more

ବିଜେଡିର ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା, ବଡଚଣାରୁ ବର୍ଷା..

ଭୁବନେଶ୍ଵର: ଆଜି ବିଜେଡି ତାହାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ସମସ୍ତଙ୍କୁ ଚମକାଇ ଏଥର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ୬ ଥର ର ପୁରୁଖା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥିଙ୍କ ସ୍ଥାନରେ ଓଡ଼ିଆ ସିନେମା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଧାୟକ ପାର୍ଥୀନୀ କରିଛି। ବର୍ଷା ପ୍ରିୟଦର୍ଶିନୀଙ୍କ ଅନ୍ୟ ଏକ ପରିଚୟ ହେଲା ସେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପୂର୍ବତମ ସହଧର୍ମିଣୀ। ଅନୁଭବ ମହାନ୍ତି … Read more

ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାରରେ ଅଂଗଦାନକୁ ପ୍ରୋତ୍ସାହନ 

ଭୁବନେଶ୍ୱର: ମୃତ୍ୟୁ ପରେ ବି ଜୀବନ। ଏହି ଉକ୍ତିକୁ ପାଥେୟ କରି ଅଂଗଦାନ ଭଳି ମହତ୍ କାର୍ଯ୍ୟକୁ ଅବିରତ ଭାବେ ପ୍ରୋତ୍ସାହନ ଦେଇଚାଲିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର। ରାଜ୍ୟ ତଥା ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ଭାବେ ଉଭା ହୋଇଥିବା ଏହି ଦୁଇ ହସ୍ପିଟାଲ ଅଂଗଦାନ ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବାର ଉଦାହରଣ ନିୟମିତ ଭାବେ ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ଆଇଏମ୍‌ଏସ୍ ଆଣ୍ଡ … Read more

ବିଜେଡି ନିର୍ବାଚନ ଇସ୍ତାହାରରେ ମତାମତ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କଲେ ପାଣ୍ଡିଆନ

ଭୁବନେଶ୍ବର: ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଇସ୍ତାହାର ପ୍ରକାଶ କରିଥାନ୍ତି। ସେଥିରେ ଭୋଟରଙ୍କୁ ଦଳ ତରଫରୁ ବହୁ ପ୍ରତିଶୃତି ଦିଆଯାଇଥାଏ। ସେହି ଅନୁସାରେ ଭୋଟର ସେମାନଙ୍କ ଦଳକୁ ମନୋନିତ କରିଥାନ୍ତି। ସେହିପରି ବିଜେଡି ତାହାର ଇସ୍ତାହାର ଏକ ଭିନ୍ନ ପ୍ରକାରରେ ପ୍ରସ୍ତୁତ କରିବାକୁ ଚାହିୁଁଛି। ବିଜେଡି ଏଥର ଲୋକମାନଙ୍କୁ ଇସ୍ତାହାରରେ ସେମାନଙ୍କ ମତ ରଖିବା ପାଇଁ ଆହ୍ବାନ କରିଛି। ଦଳର ନେତା ତଥା 5ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ନିବେଦନ … Read more

ଆଇପିଏସ୍‌ ସଂଜୟ ସିଂହଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ମଞ୍ଜୁର 

ଭୁବନେଶ୍ଵର: ୧୯୯୬ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିବା ବେଳେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ସୂଚନାଯୋଗ୍ୟ, ସଞ୍ଜୟ ସିଂହ ଓଡ଼ିଶା ପୁଲିସ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଥିଲେ। ଏଥି ସହିତ ସେ ସେଣ୍ଟ୍ରାଲ … Read more

ଭୁବନେଶ୍ୱର ଏମ୍ସରେ ଉନ୍ନତ କୃତ୍ରିମ ମୂତ୍ର ସ୍ପିନ୍ଟର ପ୍ରତିରୋପଣ ସେବା ଆରମ୍ଭ 

ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ସଫଳତାରେ ଯୋଡ଼ିହୋଇଛି  ଆଉ ନୂଆ ଫର୍ଦ୍ଦ। ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଏହି ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହେବାର ଗୌରବ ଲାଭ କରିଛି। ଏକ ସୁଦକ୍ଷ ଡ଼ାକ୍ତରୀ ଦଳ ଏହି ବିଶେଷ ପ୍ରତିରୋପଣ ପ୍ରକ୍ରିୟା … Read more

ଗ୍ରୀଷ୍ମ ଜାଲରେ ରାଜ୍ୟ, ୪୩.୬ ଡିଗ୍ରି ରେ ସିଝିଲା  ବାରିପଦା

୧୮ ଜାଗାରେ ୪୧ ଡିଗ୍ରୀ କିମ୍ବା ତତ୍ତୋଧିକ ତାପମାତ୍ରା ରେକର୍ଡ ଭୁବନେଶ୍ବର: ଚଳିତ ବର୍ଷର ରାଜ୍ୟରେ ସର୍ବାଧିକ ତାପମାତ୍ରା ଆଜି ଅନୁଭୂତ ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରେ ରାସ୍ତାଘାଟ ଶୂନଶାନ ଦେଖାଯାଇଛି। ଲୋକେ ଗଛମୂଳ ଓ ଛାଇ’ଥିବା ସ୍ଥାନ ଆଶ୍ରୟ ଖୋଜିଛନ୍ତି। ଏଥି ସହିତର ରାଜ୍ୟରେ ଚଳିତ ସିଜିନରେ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ୨୯ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ … Read more

ଜଟିଳ ରୋଗୀଙ୍କର ସଫଳ ଚିକିତ୍ସା ସମ୍ଭବ ହେଲା ସମ୍ ଫୁଲନଖରା କ୍ୟାମ୍ପସ୍‌ରେ 

ଭୁବନେଶ୍ୱର: ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍‌ନୀରେ ପ୍ରବାହ ସହ ସେପ୍‌ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ ଠାରେ ହୋଇଯାଇଛି। ୪୨ ବର୍ଷୀୟ ଏହି ପୁରୁଷ ରୋଗୀ ଗତ ଏପ୍ରିଲ ୩ ତାରିଖ ଦିନ ଜ୍ୱର, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ। … Read more

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ସଂଯୋଜନା କରିଥିଲେ। ଆମ୍ବେଦକର ଜୟନ୍ତୀ ମଧ୍ୟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା … Read more