ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର:ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଆଜି ଶେଷ ତାରିଖ ରହିଥିଲା । ରାଜ୍ୟ ସଭା ଉପନିର୍ବାଚନରେ ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି ।ଗତ କିଛି ଦିନ ତଳେ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ ଦେବାଶିଷ । ଏହାପରେ ଦଳ ତାଙ୍କୁ ଭାଜପା … Read more

ପରାଜିତ ପ୍ରାର୍ଥୀଙ୍କୁ ନେଇ ନବୀନଙ୍କ ବଡ଼ ବୈଠକ

ଭୁବନେଶ୍ୱର:ଶଙ୍ଖ ଭବନରେ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ ପ୍ରାର୍ଥୀ ମାନଙ୍କ ସହ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକ କରିଛନ୍ତି। ବୁଧବାର ଦିନ ହୋଇଥିବା ଏହି ବୈଠକ ରେ ସେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଯାଉଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାକୁ ନେତାମାନଙ୍କୁ କହିଛନ୍ତି ଦଳ ସୁପ୍ରିମୋ ନବୀନ … Read more

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ତଦନ୍ତ କମିଶନ ରିପୋର୍ଟ ହଜିଯିବା ଘଟଣା : ଗୃହ ବିଭାଗ ଦେଲା ଥାନାରେ ଏତଲା

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ହଜିଯିବା ପରେ ଏନେଇ କ୍ୟାପିଟାଲ ଥାନାରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଅଭିଯୋଗ ପରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଗୃହ ବିଭାଗ ଦେଇଥିବା ଏତଲାରେ ୨୦୨୪ ଜୁନ୍ ୪ତାରିଖରେ ସିଏମଓରୁ ସବୁ ଫାଇଲ ଆସିଥିଲା, କେବଳ ଏହି ଦୁଇଟି ତଦନ୍ତ କମିଶନ ରିପୋର୍ଟ ଆସିନଥିଲା ବୋଲି ଉଲ୍ଲେଖ କରାଯିବା ପରେ ଉକ୍ତ ରାତିରେ କିଏ ତୃତୀୟ ମହଲା ବା … Read more

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇ ଭାରତୀୟ ରାଜନୀତିରେ ନୂତନ ଇତିହାସ ସୃଷ୍ଟି କଲେ ନରେନ୍ଦ୍ରମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରାଜନୀତିରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଜୁନ୍ ୧୦ ତାରିଖରେ ସେ ଦେଶର ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ରେକର୍ଡ ସ୍ଥାପନ କରିଛନ୍ତି। ମୋଦୀ ୨୬ ମଇ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏବଂ ଆଜି ତାଙ୍କର ୪,୩୯୯ ଦିନ କାର୍ଯ୍ୟକାଳ ପୂରଣ ହୋଇଛି। ଏହା ସହିତ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ପଛରେ … Read more

ରାଜ୍ୟରେ ଆଇନଶୃଙ୍ଖଳା ସଜାଡ଼ିବାକୁ ପଦକ୍ଷେପ: ୧୫ ବରିଷ୍ଠ ଆଇପିଏସ୍‌ଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ପୋଲିସ୍ ମୁଖ୍ୟାଳୟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜୁଲାଇ ମାସରୁ ବିଭିନ୍ନ ଜିଲ୍ଲାର ପୋଲିସିଂ ବ୍ୟବସ୍ଥାର ତୃଣମୂଳ ସମୀକ୍ଷା ଓ ଯାଞ୍ଚ ପାଇଁ ୧୫ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିରୀକ୍ଷଣ ପ୍ରକ୍ରିୟା ଶେଷ ହେବାର ୧୫ ଦିନ ମଧ୍ୟରେ ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷ କରି ଥାନା ହାଜତରେ … Read more

ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା :ଦୀଘା ଜଗନ୍ନାଥ ଧାମରୁ ହଟିବ ‘ଧାମ’ ଶବ୍ଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପରେ ଦୀଘା ଜଗନ୍ନାଥ ଧାମ ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି, ଏଣିକି ଏହାର ନାମ ‘ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଭାବେ ପରିଚିତ ହେବ।ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ପୂର୍ବ ସରକାର ‘ଧାମ’ ଶବ୍ଦକୁ ଯୋଡ଼ିଥିଲେ, ଯାହା ସନାତନ ପରମ୍ପରା ଓ ଧାର୍ମିକ ଭାବନା ବିରୋଧୀ ଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ପାଇବା ପରେ ଏହି ପ୍ରସଙ୍ଗରେ … Read more

କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରରେ କୂଅ ସଫା କରିବାକୁ ଯାଇଥିବା ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ପ୍ରଥମେ କୂଅ ଭିତରକୁ ଯାଇଥିବା ବ୍ୟକ୍ତି ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି । ପ୍ରଥମେ ପରୀକ୍ଷିତ ସିଂ କୂଅ ଭିତରକୁ ଯାଇ ଚେତା ଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ଲାଗି ଯାଇଥିବା … Read more

ଅନିୟମିତତା ଅଭିଯୋଗରେ ଜଳ ସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟଲେରାନ୍ସ’ ନୀତି ଅନୁଯାୟୀ ଜଳ ସମ୍ପଦ ବିଭାଗର ୩ ଜଣ ଯନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆର୍ଥିକ ଅନିୟମିତତା ଏବଂ ସରକାରୀ ପ୍ରକଳ୍ପ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଅଧିକାରୀମାନେ ହେଲେ ବରଗଡ଼ ଜଳସେଚନ ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ୍‌-ଡିଭିଜନର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ରାଜ କୁମାର ମିଶ୍ର ଏବଂ ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ … Read more

ରାଜଧାନୀରୁ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଚାଲାଣ ବେଳେ ୪ ଜଣ ଯୁବତୀଙ୍କୁ କମିଶନରେଟ୍ ପୋଲିସ ଉଦ୍ଧାର କରିଛି । ସେମାନଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାଯାଇଛି । ଷ୍ଟେ ହୋମ୍ ରେ ଉଦ୍ଧାର ଯୁବତୀ ମାନଙ୍କୁ ରଖାଯାଇଥିବା ସୂଚନା ରହିଛି । ଖବର ଅନୁଯାୟୀ, କିଛି ଏନଜିଓ କର୍ମଚାରୀ ଯୁବତୀମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି । ୧୬ ନମ୍ବର ଏନ୍‌ଏଚ୍‌ର ବରମୁଣ୍ଡା ଓଭରବ୍ରିଜ୍ କଡ଼ ସର୍ଭିସ … Read more

ପ୍ରକାଶ ପାଇଲା OJEE -୨୦୨୬ ଫଳାଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ୪ ମେ ରୁ ୧୦ ମେ ମାସ ୨୦୨୬ ରେ ହୋଇଥିଲା OJEE ପରୀକ୍ଷା । ସୋମବାର … Read more