ବିଧାନସଭା ଘେରାଉ କରିବ ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହେବେ। ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, … Read more

ଠକେଇ ମାମଲାରେ ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ । ୧୨ କୋଟି ୪୨ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦିଲ୍ଲୀପଙ୍କୁ ବାନ୍ଧିଛି ଇଓଡବ୍ଲୁ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ ୭ କୋଟି ୪୨ ଲକ୍ଷ ଟଙ୍କା ଦିଲ୍ଲୀପଙ୍କୁ … Read more

ଏସ୍ଏଚଜି ସାମଗ୍ରୀ ବିକ୍ରି ପାଇଁ ଖୋଲିବ ସୁଭଦ୍ରା ଶକ୍ତି ବଜାର

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ସାମଗ୍ରୀଗୁଡ଼ିକର ହେବ ବଜାରୀକରଣ । ଏଥିପାଇଁ ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲାରେ ‘ସୁଭଦ୍ରା ଶକ୍ତି ବଜାର’ ନିର୍ମାଣ କରାଯିବ। ଏ ନେଇ ଗୃହରେ ପ୍ରସ୍ତାବ ରଖାଯାଇଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରୀକରଣ କରାଯିବ । ସୁଭଦ୍ରା ଶକ୍ତି ବଜାରରେ ଏହି ଉତ୍ପାଦଗୁଡ଼ିକ ଉପଲବ୍ଧ ହେବ । ସେହିପରି ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର … Read more

ଆଜି ବସିବ ଛତିଶାନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟା ୩୦ରେ ଏହି ବୈଠକ ବସିବ। ଆସନ୍ତା ଅକ୍ଟୋବର ୩ ତାରିଖରୁ ଶ୍ରୀମନ୍ଦିରରେ ମହାଧାର୍ମିକ କାର୍ତ୍ତିକ ମାସ ନୀତିକାନ୍ତି ଆରମ୍ଭ ହେବାକୁ ଯାଉଛି। ତେଣୁ ‌ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୁଡାନ୍ତ କରାଯିବ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ ଏହାକୁ କିଭଳି ସୂଚାରୁରୂପେ ପାଳନ … Read more

ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । “The Tigers Who Changed Their Stripes” ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ … Read more

୩ ବର୍ଷ ଧରି ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ

ଭୁବନେଶ୍ୱର: ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ । ୩ ବର୍ଷ ଧରି ଥିବା ରାଜସ୍ୱ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍ଆଇ, ସହକାରୀ ଆର୍ଆଇ, ଅମିନଙ୍କର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ … Read more

ଗଣଶିକ୍ଷା ବିଭାଗର ନୀତି ପ୍ରସ୍ତୁତ,ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଶିକ୍ଷକମାନେ ନିଜ ଜିଲ୍ଲାରେ ନିଯୁକ୍ତି ପାଇବେ ନାହିଁ, ଏବଂ ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ … Read more

ଶିଶୁଭବନ ସଂପ୍ରସାରଣ ଯୋଜନାରେ ବଢ଼ିବ ୩୫ ପିଜି ସିଟ୍‌, ୬୪୬ ଶଯ୍ୟା, ୧୧୪ ନୂଆ ପଦବି

କଟକ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଭବନରେ ଶଯ୍ୟାସଂଖ୍ୟା ବୃଦ୍ଧି ସଂପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶିଶୁଭବନର ଶଯ୍ୟାସଂଖ୍ୟା ୨୦୦ରୁ ୮୪୬କୁ ବୃଦ୍ଧି ପାଇଛି। ଏଥିପାଇଁ ଅତିରିକ୍ତ ଭାବେ ୧୧୪ଟି ନୂଆ ପଦବିକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୫୫୦ କୋଟି ଟଙ୍କା ଦରମା ବାବଦକୁ ଖର୍ଚ୍ଚ କରିବେ। ମାସକୁ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଶିଶୁଭବନର ନୂଆ ସାତ ମହଲା କୋଠା ପାଇଁ ଡାକ୍ତର ପଦବି ୫୯ଟି ବୃଦ୍ଧି ପାଇଛି। … Read more

ଯାତ୍ରୀଙ୍କୁ ମାଡମାରିବା ଘଟଣା,‘ଆମ ବସ’ କଣ୍ଡକ୍ଟରକୁ ବହିଷ୍କାର କଲା CRUT

ଭୁବନେଶ୍ବର: ଯାତ୍ରୀଙ୍କୁ ମାଡମାରିବା ଘଟଣା ରେ ‘ଆମ ବସ’ କଣ୍ଡକ୍ଟରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି CRUT । ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏପରିକି ଏହି ଘଟଣା ପାଇଁ CRUT ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ କରିଛି। ଅନ୍ୟପକ୍ଷେ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ଗୁରୁବାର ୨୮ ନଂ ରୁଟ୍‌ରେ ଏକ ଅପ୍ରିତିକର ଘଟଣା ଘଟିଥିଲା। … Read more

ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ

ଭୁବନେଶ୍ୱର: ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । ଅନ୍ୟପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ଏ ସମ୍ପର୍କରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କଂଗ୍ରେସର ନେତାମାନେ ଏ … Read more