ପଞ୍ଚଦଶ ଅର୍ଥକମିଶନ ଅନୁଦାନ ପାଇଁ ଦାବିକଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଓ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ ନେଇ କେନ୍ଦ୍ରଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅର୍ଥରାଶି ପ୍ରଦାନ ଦ୍ଵାରା ପୌରସଂସ୍ଥାର ମୌଳିକ ସମସ୍ୟାର ସୁଧାର ହେବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗର ନିଗମ ଓ ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର … Read more

ବାହାର ଆଉଟସୋର୍ସିଂ ସଂସ୍ଥାଙ୍କ ତଥ୍ୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ

ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌ । ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟ୍‌ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉଥାଉ କାହିଁକି ଆଉଟ୍‌ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମର ଯାନ୍ତ୍ରିକ ବିଭାଗ ଗୁଡ଼ିକରେ ସର୍ଭେ, ଅନୁସନ୍ଧାନ, ଡିଜାଇନ, … Read more

ହୀରାକୁଦ ସୁରକ୍ଷା ପାଇଁ ନିର୍ମାଣ ହେବ ୫ଟି ସ୍ପିଲୱେ

ଭୁବେନଶ୍ୱର: ଦୁର୍ବଳ ହୀରାକୁଦକୁ ବିପଦ ବଢୁଛି । କିନ୍ତୁ ଡ୍ୟାମ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏବେ ସ୍ପିଲ୍‌ୱେ ନିର୍ମାଣ ପାଇଁ ପ୍ରସ୍ତୁତିପର୍ବ ଶେଷ କରିଛନ୍ତି ସରକାର । ଏହା କେବଳ ହୀରାକୁଦର ଆୟୁଷ ବଢ଼ାଇବନି ବରଂ ଜଳଧାରଣ କ୍ଷମତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବ । ଦୁର୍ବଳ ହେଉଛି ହୀରାକୁଦ । କମିଲାଣି ଜଳଧାରଣ କ୍ଷମତା । ବୟସ ବଢ଼ିବା ସହ ହୀରାକୁଦ ବନ୍ଧର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଦେଖାଦେଲାଣି । ବିଶେଷଜ୍ଞଙ୍କମାନେ ହୀରାକୁଦକୁ ନେଇ ଅନେକଥର ସତର୍କ … Read more

ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ଵର: ରେଳ ଅଡିଟରିୟମ ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଏହି କାର୍ୟ୍ୟକ୍ରମରେ ଭାଗ ନେବେ। ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନି ମାନଙ୍କୁ କାର୍ଯ୍ୟକ୍ରମ ରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ସେ ସମୟରେ ଗିରଫ ହୋଇଥିବା ୫୬ ଜଣଙ୍କୁ ସରକାର ପେନସନ ଦେଉଛନ୍ତି । ଆହୁରି ୫୨ ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା … Read more

ମୋଦକ ଚୋରି ଘଟଣା;ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ

ପୁରୀ: ମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ହୋଇଛି। ଏଥିପାଇଁ ଶ୍ରୀଜିଉଙ୍କୁ ଲାଗି କରାଗଲା ମାରା ମୋଦକ। ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର … Read more

ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ ଜୈବିକ ଚାଉଳ

ପୁରୀ: ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାର କରାଯିବ ନାହିଁ । ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ ଜୈବିକ ଚାଉଳ, ଅମୃତ ଅନ୍ନ। ମଣ୍ତପରେ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଅନ୍ନ ମହାପ୍ରସାଦ ରନ୍ଧା ହେବ । ସୁଲଭ ଦରରେ ଏହି ମହାପ୍ରସାଦ ପାଇବେ ଭକ୍ତ । ମହାପ୍ରସାଦର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ଦିନ କୋଠ ଭୋଗରେ ପ୍ରାୟ … Read more

ଅଗଷ୍ଟ ୧୫ ତାରିଖ ସୁଦ୍ଧା ସିଏସ୍‌ପି ପ୍ଲସ୍ ବ୍ୟାଙ୍କ

ଭୁବନେଶ୍ୱର: ବ୍ୟାଙ୍କର ସେବାରୁ ବଞ୍ଚିତ ସବୁ ପଞ୍ଚାୟତରେ ସିଏସ୍‌ପି ପ୍ଲସ୍ ବ୍ୟାଙ୍କ (ଆମ ବ୍ୟାଙ୍କ) ଆଉଟ୍‌ଲେଟ୍‌ ଖୋଲିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଯୋଜନାର ସହଯୋଗୀ ବ୍ୟାଙ୍କ ମଧ୍ୟ ଏଥିପାଇଁ ଆଗ୍ରହୀ। ଇଣ୍ଟରନେଟ ଅଭାବ ସରକାରଙ୍କର ଏହି ଡିଜିଟାଲ ବ୍ୟାଙ୍କିଂ ଯାତ୍ରାରେ ସାଜିଛି ଏକମାତ୍ର ବାଧକ। ଯେଉଁଠି ବ୍ୟାଙ୍କ ଅଛି ସେଠି ଇଣ୍ଟରନେଟ୍ ଅଭାବରୁ କାମ ହୋଇପାରୁନି। ଏପରିସ୍ଥଳେ ନୂଆ ଶାଖା ଖୋଲିବା ସମ୍ଭବ ହେଉନି। ଗତ ମାସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ … Read more

୩ ଘରୋଇ ବ୍ୟାଙ୍କ୍ ଉପରେ ରାଜ୍ୟ ସରକାର ଙ୍କ ଆକ୍ସନ

ଭୁବନେଶ୍ୱର: ପ୍ୟାନେଲରୁ ବାଦ୍ ପଡିଲେ ୩ ଘରୋଇ ବ୍ୟାଙ୍କ୍ । ଜମା କରାଯାଇପାରିବନି ସରକାରୀ ଟଙ୍କା । ବିଗତ ୨ ବର୍ଷରେ ଦୁର୍ବଳ ପ୍ରଦର୍ଶନ ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ମଧ୍ୟ ସେମାନଙ୍କର ପ୍ରଦର୍ଶନ ଭଲ ରହୁନାହିଁ । ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଘରୋଇ HDFC … Read more

ବିହାର ବିଧାନସଭା ନିର୍ବାଚନ:ଜେଏମ୍ଏମ୍, ଏକୁଟିଆ ନିର୍ବାଚନ ଲଢ଼ିବ

ବିହାର: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏକୁଟିଆ ନିର୍ବାଚନ ଲଢ଼ିବ । ଆମ ଆଦମ ପାର୍ଟି ପରେ ଜେଏମଏମ ଏଭଳି ନିଷ୍ପତ୍ତି, ବିହାରର ଆରଜେଡି ନେତୃାତ୍ବଧୀନ ମହାଗଠବନ୍ଧନକୁ ପ୍ରଭାବିତ କରିପାରେ । ପଡୋଶୀ ଝାଡ଼ଖଣ୍ଡରେ ଇଣ୍ଡିମେଣ୍ଟରନେତୃତ୍ୱ ନେଇଥିବା ଜେଏମଏମ ବିହାରରେ ଏଥରକ ସାମିଲ ହେବନାହିଁ । ବିହାରରରେ ମହାଗଠବନ୍ଧନର ୩ଥର ବୈଠକ ହୋଇଥିଲେ ମଧ୍ୟ ଏଥିରେ ଜେଏମଏମକୁ ସାମିଲ କରାଯାଇନଥିଲା । ଯାହାଫଳରେ ଜେଏମଏମ ବିହାରରେ ୧୨-୧୬ଟି ଆସନରେ ଲଢ଼ିବାକୁ ମନସ୍ଥ କରିଛି … Read more

କଳିଙ୍ଗ ଷ୍ଟାଡିୟମରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ,ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। ଏହି ଅବସରରେ ଭିଡିଓ … Read more