ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ମାମଲାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ୍ ଗିରଫ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଏବଂ ନକଲି ଲେଟରପ୍ୟାଡ୍ ବ୍ୟବହାର କରି ବଦଳି କରିବା ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ୍‌ଙ୍କୁ ଗିରଫ କରାଯାଇଛି। ସେ ହରିଚନ୍ଦନପୁର ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଭୁବନେଶ୍ୱର ଏସିପି (ଜୋନ୍-୧) ଏହି ଗିରଫଦାରୀ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ସଙ୍ଗୀନ ବଦଳି ସ୍ୱାର୍ଥ ପଛରେ ଦୁଇଜଣ ଯନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିଲା। ଗିରଫ ହୋଇଥିବା ଲକ୍ଷ୍ମଣ ହେମ୍ବ୍ରମ୍‌ଙ୍କ … Read more

ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗକୁ ନେଇ କଠୋର ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଧରାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କଠୋର ପଦକ୍ଷେପ ନେଇଛନ୍ତି। ଆଜି ସେକ୍ରେଟେରିଏଟ୍‌ରେ ଅନୁଷ୍ଠିତ ଏକ ଜରୁରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କେବଳ ଅଧିକାରୀଙ୍କ ରିପୋର୍ଟ ଶୁଣି ନାହାନ୍ତି, ବରଂ ବହିରେ ପ୍ରକୃତରେ କଣ ଭୁଲ୍ ରହିଛି ତାହା ନିଜ ଆଖିରେ ଦେଖିବା ପାଇଁ ଅଧିକାରୀମାନଙ୍କୁ ସିଧାସଳଖ ସେହି ତ୍ରୁଟିପୂର୍ଣ୍ଣ ପୁସ୍ତକ ମାଗିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ମାମଲାକୁ ସରକାର କେତେ ଗମ୍ଭୀରତାର ସହ … Read more

ବଦଳି ପାଇଁ ଉପବାଚସ୍ପତିଙ୍କ ଦସ୍ତଖତ ଜାଲ୍ କରି ଫସିଲେ ଦୁଇ ବ୍ଲକ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ରାଜ୍ୟ ସରକାରଙ୍କ ଦୁଇଜଣ ଇଞ୍ଜିନିୟର ଜାଲିଆତି କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଏନେଇ କ୍ୟାପିଟାଲ ଥାନାରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ଶ’ ଲିଖିତ ଅଭିଯୋଗ ପରେ ପ୍ରଶାସନିକ ମହଲରେ ଚହଳ ସୃଷ୍ଟି ହେଇଛି । କ୍ୟାପିଟାଲ ଥାନାରେ ଦାଏର ଏଫଆଇଆରରେ ଦର୍ଶାଯାଇଛି ଯେ, ନିଜର ବଦଳି ପାଇଁ ଦୁଇଜଣ ସରକାରୀ କର୍ମଚାରୀ(ଇଞ୍ଜିନିୟର) ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଓ ସରକାରୀ ପ୍ୟାଡକୁ ଅପବ୍ୟବହାରର … Read more

‘ବିଏଡ୍‌ ସାର୍ଟିଫିକେଟ୍‌’ କରାଇଦେବି କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସହ ବଡ଼ଧରଣର ଠକେଇ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶରେ ବିଏଡ୍‌ କରାଇଦେବା ନାଁରେ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ୨୦ରୁ ଅଧିକ ଆଶାୟୀଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସାର୍ଟିଫିକେଟ୍‌ ପାଇନଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, କଣ୍ଟାବାଞ୍ଜିର ଜଣେ ମଧ୍ୟସ୍ଥି ପତିତପାବନ ହେର୍ଣ୍ଣାଙ୍କ ଜରିଆରେ ଛାତ୍ରଛାତ୍ରୀମାନେ ଆନ୍ଧ୍ରର ଏକ ବିଏଡ୍‌ କଲେଜରେ ନାମ ଲେଖାଇଥିଲେ। ଏଥିପାଇଁ ଜଣପିଛା ୧.୫ ଲକ୍ଷ … Read more

ଦିଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟେଇବା ପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୁରୀ ଟାଉନ ହଲ ଠାରେ ଗତ କାଲି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭବ୍ୟ ଗଣସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ‘ଶ୍ରୀ ଜଗନ୍ନାଥ ଭକ୍ତ ସେବା ସଂସ୍ଥାନ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସାଧୁ-ସନ୍ଥ, ଶ୍ରୀମନ୍ଦିରର ସେବାୟତ ମଣ୍ଡଳୀ ଏବଂ ହଜାର ହଜାର ଜଗନ୍ନାଥପ୍ରେମୀ ଭକ୍ତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ସାଦର ସମ୍ବର୍ଦ୍ଧିତ କରିଥିଲେ । ପଶ୍ଚିମବଙ୍ଗର ଦିଘା ଜଗନ୍ନାଥ ମନ୍ଦିର ନାମରୁ “ଧାମ” ଶବ୍ଦ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ … Read more

ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଇନ୍ଧନ ଯୋଗାଣରେ ବାଧା ଉତ୍ପନ ନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ବିଦ୍ୟୁତ ବିଭ୍ରାଟ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ପାଇଁ ଡିଜି ସେଟ୍‌ ଏବଂ ପରିବହନ ପାଇଁ ପେଟ୍ରୋଲ/ଡିଜେଲ ଉପରେ ନିର୍ଭର କରିଥାନ୍ତି । ଉପଯୁକ୍ତ ସମୟରେ ପେଟ୍ରୋଲ କିମ୍ବା ଡିଜେଲ ଅଭାବରୁ ଚିକିତ୍ସା ସେବା ଏବଂ ରୋଗୀସେବାରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ଏବଂ ମାନବ ଜୀବନ ହାନି ମଧ୍ୟ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ … Read more

ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣା:ଅଭିଯୁକ୍ତ ଗିରଫ

ମହାକାଳପଡ଼ା:ସରପଞ୍ଚ ସୁଶ୍ରୀ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ । ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି ଗିରଫ କରାଯାଇଥିବା ସୂଚନା ମିଳିଛି ।ଗତ ୧୦ ତାରିଖରେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚାମେଲି ଓଝା ମହାକାଳପଡ଼ା ବିଡିଓଙ୍କୁ ଭେଟିବା ପାଇଁ ଯାଇଥିଲେ l ବିଡିଓଙ୍କ ସହିତ ଆଲୋଚନା ଚାଲିଥିଲା ବେଳେ ଚାମେଲିଙ୍କ ଭାଇ ଏହାର ଭିଡ଼ିଓ କରିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ … Read more

ଜୁନ୍୧୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୮ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡ଼ିକ ପୁଣିଥରେ ଖୋଲିବ। ଏ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଆଜି ସୂଚନା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ଖରାଛୁଟି ପରେ ଛାତ୍ରଛାତ୍ରୀମାନେ ପୁଣି ବିଦ୍ୟାଳୟ ମୁହାଁ ହେବେ ଏବଂ ଶ୍ରେଣୀଗୃହରେ ପାଠପଢ଼ା ସ୍ୱାଭାବିକ ରୂପେ ଆରମ୍ଭ ହେବ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସ୍କୁଲ୍ ଖୋଲିବା ପରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଯଦି କେତେକ ଜିଲ୍ଲାରେ ଗ୍ରୀଷ୍ମ … Read more

ମହିଳା ସରପଞ୍ଚଙ୍କୁ ଅତ୍ୟାଚାର ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କଲେ ନବୀନ

ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମହିଳା ସରପଞ୍ଚଙ୍କୁ ସରକାରୀ କାର୍ଯ୍ୟାଳୟ ଭିତରେ ଦୁର୍ବ୍ୟବହାର କରାଯିବା ଘଟଣାକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ଏହାସହ ମହିଳାମାନଙ୍କ ସ୍ୱର ଚାପିବା ପାଇଁ ଶାସକ ଦଳ ହୀନ ପ୍ରୟାସ କରୁଥିବା ସେ ଅଭିଯୋଗ ଆଣିଛନ୍ତି ।ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲୋକଙ୍କ ସ୍ୱର ଉଠାଇ ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା । ମହାକାଳପଡ଼ା ଅଞ୍ଚଳର … Read more

ରଜ ପାଇଁ ସାରା ଓଡ଼ିଶା ଉତ୍ସବମୁଖର

ଭୁବନେଶ୍ୱର : ଆଜି ଓଡ଼ିଶାର ଗଣପର୍ବ ‘ରଜ’। ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ। ପ୍ରଥମ ଦିନ ଅର୍ଥାତ୍ ‘ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର। ରଜ ପର୍ବ ହେଉଛି ଧରଣୀ ମା’ଙ୍କ ଉର୍ବରତା ଏବଂ ନବଯୌବନର ପ୍ରତୀକ। ଏହି ତିନି ଦିନ ମାଟି ମା’ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଆଗାମୀ ଚାଷ ଅନୁକୂଳ ପାଇଁ ମାଟିକୁ ପ୍ରସ୍ତୁତ କରିବା ସହ ପ୍ରକୃତିକୁ ସମ୍ମାନ ଜଣାଇ ଏହି ଦିନମାନଙ୍କରେ … Read more