ବାଣଗୋଦାମରେ ବିସ୍ଫୋରଣ

ବୌଦ୍ଧ: ଜିଆକଟା ଓ ଛତ୍ରପୁର ଗାଁ ମଧ୍ୟ ଭାଗରେ ବିସ୍ଫୋରଣରେ ଭୁଶୁଡିଲା ଘର । ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଭୟଙ୍କର ବିସ୍ଫୋରଣରେ ଘର ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି । ଭଙ୍ଗା ଘର ତଳେ ଲୋକେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କ୍ଷତିପୂରଣ ଦାବିରେ ଜିଆକଟା, ଛତ୍ରପୁର, … Read more

‘ନିଶା ମୁକ୍ତ ଭାରତ’ ପାଇଁ ରାଜଧାନୀରେ ଗଣଦୌଡ଼

ଭୁବନେଶ୍ୱର: ଆଜି ସକାଳୁ ରାଜଧାନୀରେ ‘ନିଶା ମୁକ୍ତ ଭାରତ’ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ ହୋଇଥିଲା । ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣଦୌଡରେ ଦୌଡିଥିବା ଦେଖିବାକୁ ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଗଣଦୌଡରେ ମନ୍ତ୍ରୀ, ନେତା, ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ମହତ ବାର୍ତ୍ତା ନେଇ ଏହି … Read more

ଭୁବନେଶ୍ୱର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ ହ୍ୟାଟ୍ରିକ କରିବେ। ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଛନ୍ତି। ଶନିବାର ନିର୍ବାଚନ ପାଇଁ ଇ-ଭୋଟିଂ ଅନୁଷ୍ଠିତ ହୋଇଥିଲେ ମଧ୍ୟ, … Read more

ସରକାରୀ ଚାକିରି ନାଁରେ ୫୦ରୁ ଅଧିକ ଆଶାୟୀଙ୍କୁ ଲୁଟିଲେ

ଭୁବନେଶ୍ୱର: କାହାକୁ ପୁଲିସରେ ତ କାହାକୁ ବ୍ୟାଙ୍କ୍‌ରେ । ପୁଣି କାହାକୁ ରେଲ୍‌ୱେ ତ କାହାକୁ ଲୋକସେବା ଭବନରେ ଏଏସ୍‌ଓ ଚାକିରି କରାଇଦେବାକୁ କହୁଥିଲେ । ପୁଲିସ ପୋଷାକ ସାଙ୍ଗକୁ ସରକାରୀ ଛାପା ବାଜିଥିବା ପରିଚୟପତ୍ର । ବଡ଼ ବଡ଼ ଅଧିକାରୀଙ୍କ ସହ ଫଟୋ ଦେଖାଇ ଲୋକଙ୍କ ବିଶ୍ବାସ ଭାଜନ କରୁଥିଲେ । ଫଳରେ ପୁଲିସ ଚେହେରା ତଳେ ଲୁଚିରହିଥିବା ଅପରାଧୀ ମୁଖାକୁ ଚିହ୍ନିବା କାଠିକର ପାଠ ହୋଇପଡ଼ିଥିଲା । ଗତ ୩ବର୍ଷ ଧରି ରାଜଧାନୀରୁ ସାରା … Read more

ବିଧାନସଭା ଘେରାଉ କରିବ ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହେବେ। ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, … Read more

ଠକେଇ ମାମଲାରେ ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ । ୧୨ କୋଟି ୪୨ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦିଲ୍ଲୀପଙ୍କୁ ବାନ୍ଧିଛି ଇଓଡବ୍ଲୁ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ ୭ କୋଟି ୪୨ ଲକ୍ଷ ଟଙ୍କା ଦିଲ୍ଲୀପଙ୍କୁ … Read more

ଏସ୍ଏଚଜି ସାମଗ୍ରୀ ବିକ୍ରି ପାଇଁ ଖୋଲିବ ସୁଭଦ୍ରା ଶକ୍ତି ବଜାର

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦ ସାମଗ୍ରୀଗୁଡ଼ିକର ହେବ ବଜାରୀକରଣ । ଏଥିପାଇଁ ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲାରେ ‘ସୁଭଦ୍ରା ଶକ୍ତି ବଜାର’ ନିର୍ମାଣ କରାଯିବ। ଏ ନେଇ ଗୃହରେ ପ୍ରସ୍ତାବ ରଖାଯାଇଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରୀକରଣ କରାଯିବ । ସୁଭଦ୍ରା ଶକ୍ତି ବଜାରରେ ଏହି ଉତ୍ପାଦଗୁଡ଼ିକ ଉପଲବ୍ଧ ହେବ । ସେହିପରି ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର … Read more

ଆଜି ବସିବ ଛତିଶାନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟା ୩୦ରେ ଏହି ବୈଠକ ବସିବ। ଆସନ୍ତା ଅକ୍ଟୋବର ୩ ତାରିଖରୁ ଶ୍ରୀମନ୍ଦିରରେ ମହାଧାର୍ମିକ କାର୍ତ୍ତିକ ମାସ ନୀତିକାନ୍ତି ଆରମ୍ଭ ହେବାକୁ ଯାଉଛି। ତେଣୁ ‌ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୁଡାନ୍ତ କରାଯିବ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ ଏହାକୁ କିଭଳି ସୂଚାରୁରୂପେ ପାଳନ … Read more

ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । “The Tigers Who Changed Their Stripes” ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ … Read more

୩ ବର୍ଷ ଧରି ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ

ଭୁବନେଶ୍ୱର: ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ । ୩ ବର୍ଷ ଧରି ଥିବା ରାଜସ୍ୱ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍ଆଇ, ସହକାରୀ ଆର୍ଆଇ, ଅମିନଙ୍କର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ … Read more