ଉପମୁଖ୍ୟମନ୍ତ୍ରୀଙ୍କ ପଦ ବିରୋଧରେ ଜନସ୍ୱାର୍ଥ ମାମଲା: ପିଟିସନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର: ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ନେଇ କୌଣସି ବ୍ୟବସ୍ଥା ନାହିଁ । ଏହା ସତ୍ତ୍ଵେ ଓଡ଼ିଶାରେ ଦୁଇଟି ‘ଉପମୁଖ୍ୟମନ୍ତ୍ରୀ’ ପଦ ସୃଷ୍ଟି କରାଯାଇଛି । ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାଏର ପିଟିସନ୍‌କୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଜନସ୍ୱାର୍ଥ ନାଁରେ ରୁଜୁ ଏଭଳି ମାମଲା ଗ୍ରହଣୀୟ ନୁହେଁ । ଜନସ୍ୱାର୍ଥ ମାମଲାର ଅପବ୍ୟବହାର ପାଇଁ ଅଦାଲତ ଅନୁମତି ପାରିବେନାହିଁ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ଜଷ୍ଟିସ୍‌ ଚିତ୍ତରଞ୍ଜନ … Read more

ହ୍ୱାଟସଆପ୍ ରେ ମିଳିବ ଓଡ଼ିଶା ପୁଲିସର ୧୪ଟି ସେବା

ଭୁବନେଶ୍ୱର: ଅତ୍ୟାବଶ୍ୟକୀୟ ସେବା ପାଇଁ ସାଧାରଣ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ ଓଡ଼ିଶା ପୁଲିସ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଡିଜିଟାଲ ପଦକ୍ଷେପ ଅଧୀନରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପୁଲିସ-ନାଗରିକ ସେବା ଯୋଡ଼ାଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଶୁକ୍ରବାର ଅନ୍ତରୀଣ ପୁଲିସ ଡିଜି ବିନୟତୋଷ ମିଶ୍ର ଏହି ନୂଆ ଡିଜିଟାଲ ପୁଲିସିଂ … Read more

ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା

ଭୁବନେଶ୍ୱର: ଦୀର୍ଘ ୪୮ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଅଳଙ୍କାର ଓ ସାମଗ୍ରୀର ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୁରୁବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଆସନ୍ତା ଦୂର୍ଗା ପୂଜା ପରେ ଗଣତି ମଣତି ଦୀର୍ଘ ସମୟ ଧରି ଚାଲିବ ଓ ମାର୍ଗଶିର ମାସ ପୂର୍ବରୁ ଗଣତି ମଣତି ଶେଷ ହେବ । ସମ୍ପୂର୍ଣ୍ଣ ଗଣତି ମଣତି ପ୍ରକ୍ରିୟା ସରିବା ପରେ … Read more

ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ:

ଭୁବନେଶ୍ୱର: ହର୍ଣ୍ଣ ମାରିବାକୁ ନେଇ ରାଜଧାନୀରେ ତୁମୁଳ କାଣ୍ଡ । ଗାଡ଼ିର ହର୍ଣ୍ଣ ମାରିବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏକ ବିବାଦ ଉଗ୍ର ରୂପ ନେଇଥିଲା। ଗାଡ଼ି ସାଇଡ୍ କରିବାକୁ ହର୍ଣ୍ଣ ବଜାଇବାରୁ ASOଙ୍କୁ ରାସ୍ତାରେ ନିର୍ଦ୍ଧୁମ ପିଟିଲେ। ରାସ୍ତାରେ ଯାଉଥିବା ସାମ୍ବାଦିକ ଏଏସଓଙ୍କୁ ବଞ୍ଚାଇବାରୁ ସାମ୍ୱାଦିକଙ୍କୁ ମଧ୍ୟ ଆକ୍ରମଣ କଲେ । ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଏଏସଓଙ୍କ ନାମ ତାପସ ନାୟକ। ରାସ୍ତାରେ ଯାଉଥିବା ସମୟରେ ସେ ଦୁଇ ଜଣ ଯୁବକ … Read more

ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର

ବାରିପଦା: ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଡିଟ୍ କାର୍ଯ୍ୟ ଶେଷ କରି ସେମାନେ ବାରିପଦା ଜିଲ୍ଲା ମଙ୍ଗଳ ଅଧିକାରୀ (DWO)ଙ୍କ କାର୍ଯ୍ୟାଳୟରୁ ସରକାରୀ ସ୍କର୍ପିଓ ଗାଡ଼ି ଯୋଗେ ରକ୍ସି ଲେନ୍‌ରେ ଥିବା ମହାପାତ୍ର ହୋଟେଲକୁ ଫେରୁଥିବା ବେଳେ ଧାରା ପଡ଼ିଥିଲେ । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୫୨ଟି ଲଫାପା ଏବଂ ୨୦ଟି ଖୋଲା … Read more

ପାରାଦୀପ ବନ୍ଦରର ୨ଟି ବର୍ଥର ପରିଚାଳନା ଦାୟିତ୍ୱ ନେଲା ଆଦାନୀ ଗ୍ରୁପ୍

ଭୁବନେଶ୍ୱର: ଆଗାମୀ ୩୦ବର୍ଷ ପାଇଁ ଦେଶର ଦ୍ୱିତୀୟ ସର୍ବବୃହତ୍ ପାରାଦୀପ ବନ୍ଦରର ୨ଟି ବର୍ଥର ପରିଚାଳନା ଦାୟିତ୍ୱ ନେଇଛି ଆଦାନୀ ଗ୍ରୁପ୍। ବିଡିଂ ପ୍ରକ୍ରିୟାରେ ସର୍ବାଧିକ ବିଡିଂଧାରୀ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ ପାରାଦ୍ୱୀପ ବନ୍ଦରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଡ୍ରାଏ-ବଲକ୍ ବର୍ଥ ‘ସିକ୍ୟୁ-୧’ ଓ ‘ସିକ୍ୟୁ-୨’ର ବିକାଶ ତଥା ପରିଚାଳନା ପାଇଁ ଲେଟର ଅଫ୍ ଆୱାର୍ଡ ହାସଲ କରିଛି।ପ୍ରାୟ ୯୮୨ କୋଟି ଟଙ୍କା (୧୦୩ ନିୟୁତ ଡଲାର) ବ୍ୟୟ ଅଟକଳରେ ଏହି ମେଗା ପ୍ରକଳ୍ପଟି … Read more

ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ କ୍ଲାସରୁମରେ ବନ୍ଦ କଲେ ପ୍ରଧାନ ଶିକ୍ଷକ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟର ଅଫିସ ରୁମ ଭିତରେ ଚାଲିଛି ମଦ ସହ ମାଛ ଭାତର ଆସର । ଏହି ମଦ ନିଶା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷକ ଗତ ମଙ୍ଗଳବାର ଦିନ ଅତ୍ୟଧିକ ନିଶାସକ୍ତ ହୋଇ ପଡ଼ିଥିଲେ। ଏପରିକି ସେ ନିଶା ଗ୍ରସ୍ତ ଅବସ୍ଥାରେ ଶ୍ରେଣୀଗୃହ ଭିତରେ କୋମଳମତି ଶିଶୁମାନଙ୍କୁ ପୂରାଇ ବାହାରୁ କବାଟ ଦେଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। … Read more

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: ACFସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତିରୁ ଛାଡ଼ ଓ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ଦାଖଲ କରିଥିବା CRLMC ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଏହା ସହିତ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ନିମ୍ନ ଅଦାଲତରେ ହାଜର … Read more

କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ: ସୋଆ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନରେ ବୁଧବାର ଆଇଏଏସ୍‌ର ୨୦୨୨-୨୦୨୬ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୪- ୨୦୨୬ ବ୍ୟାଚ୍‌ର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର, ଏମ୍‌.ଏସ୍‌ସି (ହର୍ଟିକଲ୍‌ଚର) ଏବଂ ୧୨ଟି ସ୍ପେଶାଲିଷ୍ଟ ବିଭାଗର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ … Read more

ଆଇନ ଉଲ୍ଲଂଘନ କରି ଅଡୁଆରେ ବଡ଼ଗଡ଼ ପୋଲିସ ବାବୁ; ହାଇକୋର୍ଟ ରୁ ନୋଟିସ୍‌

କଟକ: ଆଇନ ଉଲ୍ଲଂଘନ ଓ ବେଆଇନ ଗିରଫଦାରୀ ଅଭିଯୋଗରେ ବଡ଼ଗଡ଼ ଥାନା ଅଧିକାରୀଙ୍କୁ ହାଇକୋର୍ଟରୁ ନୋଟିସ୍ । ୭ ବର୍ଷରୁ କମ୍‌ ଜେଲଦଣ୍ଡ ବ୍ୟବସ୍ଥା ଥିବା ଦଫାରେ ରୁଜୁ ମାମଲାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୩୫(୩)ରେ ନୋଟିସ ନଦେଇ ତଥା ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ କରି ଜଣେ ୧୯ ବର୍ଷୀୟ ଯୁବକଙ୍କୁ ବେଆଇନ ଭାବେ ଗିରଫ କରାଯିବା ଘଟଣାରେ ଭୁବନେଶ୍ୱର ବଡ଼ଗଡ ଆଇଆଇସିଙ୍କ ପାଇଁ ଅଡୁଆ ବଢିଛି । ଓଡ଼ିଶା ହାଇକୋର୍ଟ ମାମଲାଟିକୁ … Read more