ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ । ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଭାରତୀୟ ନିର୍ବାଚନ ଆୟୋଗ ବା ଇସିଆଇଙ୍କ ତରଫରୁ ଆଜି ଏନେଇ ସୂଚନା ଦିଆଯାଇଛି । ସେହିପରି ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ନୂଆପଡା ଉପନିର୍ବାଚନ ନେଇ ଆଜି ବିଗୁଲ ବାଜିଛି । ବିଧାୟକ ରାଜେନ୍ଦ୍ର … Read more

ଗୁଳିମାଡ଼ରେ ବିଜେପି ନେତା ମୃତ

ଭୁବନେଶ୍ବର: ବ୍ରହ୍ମପୁରରେ ଚାଞ୍ଚଲ୍ୟ। ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼। ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଗୁଳିମାଡ଼ କରିଥିଲେ। ଘର ନିକଟ ବୈକୁଣ୍ଠନଗର ମୁଖ୍ୟଗଳିରେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ଶ୍ରୀ ପଣ୍ଡାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ପୀତବାସ ବିଜେପି ଦଳର ସକ୍ରିୟ … Read more

ବାଲେଶ୍ଵର ସହରରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ବାଲେଶ୍ବର: ବାଲେଶ୍ଵର ସହରରେ ଲାଗୁ ହେଲା ନାଇଟ କର୍ଫ୍ୟୁ। ସୋମବାର ଠାରୁ ଲାଗୁ ହୋଇଥିବା ଏହି ନାଇଟ କର୍ଫ୍ୟୁ ଅନୁସାରେ, ଆସନ୍ତା ୨୧ ତାରିଖ ଯାଏ ରାତି ୧୦ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବି। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବାବେଳେ, ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ପୋଲିସ ମାଇକ ଯୋଗେ ଲୋକଙ୍କୁ … Read more

ନୂଆପଡ଼ା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆପଡ଼ା:ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ବତନ୍ତ୍ର ବିମାନରେ ଆସି ଖରିଆରରୋଡ ଗୋତମାସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ l ସେଠୁ ସଡ଼କ ପଥରେ ନୂଆପଡ଼ା ଆସି ମିନି ଷ୍ଟାଡିୟମଠାରେ ଆୟୋଜିତ ସଭାରେ ସାମିଲ ହୋଇଛନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ … Read more

କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ

କଟକ:ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଦରଘା ବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗୁ ହେବ, ଯାହା ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, … Read more

ବାତିଲ ହୋଇଥିବା ପରୀକ୍ଷାର ତାଲିକା ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର : ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପରେ ସରକାରଙ୍କ ବଡ଼ ପଦକ୍ଷେପ । ବାତିଲ ହୋଇଥିବା ପରୀକ୍ଷାର ତାଲିକା ମାଗିଲେ ସରକାର। ୨୦୨୪ ଜୁନ ଠାରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ସମସ୍ତ ପରୀକ୍ଷାର ତଥ୍ଯ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ବିଭାଗକୁ ଚିଠି ଲେଖି ତାଲିକା ମାଗିଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ରିପୋର୍ଟ ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା … Read more

ପୁରୀରେ ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ସ୍ଥାନରେ ବ୍ୟବସ୍ଥା

ପୁରୀ: ମଙ୍ଗଳବାର ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ । ହବିଷ୍ୟାଳୀ ମାନେ ଆରମ୍ଭ କରିବେ କାର୍ତ୍ତିକ ବ୍ରତ । ସେଥିପାଇଁ ପୁରୀରେ କାର୍ତ୍ତିକ ହବିଷ୍ୟାଳୀ ମାନଙ୍କ ପାଇଁ ଆବାସିକ ସୁବିଧା କରାଯାଇଛି । ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ସ୍ଥାନ ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ କଲ୍ୟାଣ ମଣ୍ଡପ , ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରହଣି ବ୍ୟବସ୍ଥା ହୋଇଛି । ହବିଷ୍ୟାଳିଙ୍କ ରହଣି ସ୍ଥାନରେ ପୋଲିସର ସୁରକ୍ଷା, ଶୃଙ୍ଖଳା … Read more

ବାପାକୁ ମାରିଦେଲା ପୁଅ

ବଡ଼ବିଲ :ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟା କରିଦେଲା ପୁଅ । ମୃତକଙ୍କ ନାମ ମନୋଜ ବେହେରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମନୋଜଙ୍କ ପ୍ରଥମ ସ୍ତ୍ରୀ ଗାଁରେ ରହୁଥିବା ବେଳେ ୫ ବର୍ଷ ହେବ ଜଣେ ବିଧବା ମହିଳାଙ୍କୁ ବିବାହ କରି ଘରେ ରଖିଥିଲେ । ମନୋଜ ୨ୟ ବିବାହ କରିଥିବା ପତ୍ନୀଙ୍କର ଜଣେ ୧୫ ବର୍ଷିୟ ନାବାଳକ ପୁଅ ମଧ୍ୟ ରହୁଥିଲେ । କୌଣସି ନା କୌଣସି କାରଣ ନେଇ ସାବତ ବାପା … Read more

ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ ।

କଟକ:କଟକ ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଇଛି ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି ।ସୂଚନାଯୋଗ୍ୟ ଯେ, କଟକ ଦରଘା ବଜାରରେ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷରେ ଡିସିପିଙ୍କ ସମେତ ୬ ଆହତ ହୋଇଥିଲେ । ଗୁରୁବାର … Read more

ମହିଳାଙ୍କୁ ଅପହରଣ ଘଟଣା: ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ଜାତୀୟ ରାଜପଥ ଚରମ୍ପା ନିକଟରେ ବିଳମ୍ବିତ ରାତିରେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା । ଅପହୃତା ମହିଳାଙ୍କୁ କେନ୍ଦୁଝର ଆନନ୍ଦପୁର ବରପଦାରୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୁଲିସ୍‌। ସେପଟେ ଅପହରଣ କରିଥିବା ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିବା ସହ ଟ୍ରକ୍‌କୁ ଜବତ କରିଛି ପୁଲିସ୍‌ । ଟ୍ରକ୍‌ଟି ଏବେ ଭଦ୍ରକ ସହରାଞ୍ଚଳ ଟାଉନ୍ ଥାନାରେ ରହିଛି। କେଉଁ କାରଣରୁ ଏଭଳି କାର୍ଯ୍ୟ କଲା ଅଭିଯୁକ୍ତ ସେନେଇ ପୁଲିସ୍ ତଦନ୍ତ କରୁଛି । … Read more