FIDE ମହିଳା ଚେସ୍‌ ବିଶ୍ୱକପ ଟାଇଟଲ ଜିତିଲେ ଦିବ୍ୟା ଦେଶମୁଖ

ନୂଆଦିଲ୍ଲୀ: ଭାରତର ଦିବ୍ୟା ଦେଶମୁଖ ଫିଡେ ମହିଳା ବିଶ୍ୱକପ୍‍ ଚେସ୍‍ ଚାମ୍ପିୟାନ୍‍ସିପ୍‍ ଟାଇଟେଲ୍‍ ହାସଲ କରିଛନ୍ତି । ଜର୍ଜିଆର ବାଟୁମି ଠାରେ ଅନୁଷ୍ଠିତ ତିନି ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ୍‍ ମ୍ୟାଚ୍‍ରେ ଟାଇବ୍ରେକର ମାଧ୍ୟମରେ ଦିବ୍ୟା ଦେଶମୁଖ ଭାରତର କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି । ପ୍ରଥମ ଦୁଇଟି ଫାଇନାଲ୍‍ ମ୍ୟାଚ୍‍ ଅମିମାଂଶିତ ଭାବେ ଶେଷ ରହିବା ସହ ପ୍ରଥମ ଟାଇବ୍ରେକ୍‍ ପ୍ରତିଯୋଗିତା ମଧ୍ୟ ଡ୍ର’ ରହିଥିଲା ଟାଇବ୍ରେକରର ଦ୍ୱିତୀୟ ରାପିଡ୍‍ ଖେଳରେ ଦିବ୍ୟା ଦେଶମୁଖ ବିଜୟୀ ହୋଇଥିଲେ … Read more

ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍ ୨୦୨୫

ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ଖେଳାଳୀଙ୍କ ପ୍ରତି କଠୋର ମନୋଭାବ ଦେଖାଇଛି ଭାରତୀୟ ଟିମ୍ । ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ର ଆୟୋଜକମାନେ ଏକ ସରକାରୀ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ କରାଯାଇଛି। ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିବାରୁ ଡବ୍ଲୁସିଏଲ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ଯୁବରାଜ ସିଂହଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ଚାମ୍ପିଅନ୍ସର … Read more

ଆଜିଠୁ ଭାରତ ବନାମ ଇଂଲଣ୍ଡ ଲଢ଼େଇ

ଭାରତୀୟ କ୍ରିକେଟ୍‌ରେ ଆନୁଷ୍ଠାନିକ ଭାବେ ଗିଲ୍ ଯୁଗର ଶୁଭାରମ୍ଭ ହେବ । ୨୫ ବର୍ଷୀୟ ଶୁବମନ ଗିଲ୍‌ଙ୍କ ନେତୃତ୍ବରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳା ଖେଳି ନୂଆ ଅଭିଯାନ ଆରମ୍ଭ କରିବ। ଦୁଇ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଗିଲ୍ ଆନୁଷ୍ଠାନିକ ଭାବେ ଏହି ଟେଷ୍ଟ୍‌ରୁ ଭାରତୀୟ କ୍ରିକେଟ୍‌ର ମଙ୍ଗ ଧରିବେ। ମୁଖ୍ୟ ପ୍ରଶିକ୍ଷକ ତଥା … Read more

ବେଙ୍ଗାଲୁରୁରେ RCBର ବିଜୟ ଉତ୍ସବ ବେଳେ ଦଳାଚକଟା

ବାଙ୍ଗାଲୁରୁରେ ଘଟିଛି ବଡ଼ ଅଘଟଣ । RCBର ବିଜୟ ଉତ୍ସବ ବେଳେ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ୧୧ ଜଣଙ୍କ ମୃତ୍ୟୁ ସୂଚନା ମିଳି ଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଷ୍ଟାଡିୟମରେ ବିଜୟ ଉତ୍ସବ ବେଳେ ବହୁତ ସଂଖ୍ୟାରେ କ୍ରିକେଟ୍‌ ଫ୍ୟାନ୍‌ ଭିଡ଼ ଜମାଇବାରୁ ଅଘଟଣ ଘଟିଛି । IPLରେ ଦମଦାର ବିଜୟ ପରେ ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା … Read more

IPLର ୧୮ ତମ ସିଜନରେ ଚାମ୍ପିଅନ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷ ପରେ ପ୍ରଥମଥର ପାଇଁ ପିନ୍ଧିଛି ଆଇପିଏଲ୍ ମୁକୁଟ । ପଞ୍ଜାବ କିଙ୍ଗ୍ସକୁ ୬ ରନରେ ହରାଇ ଆରସିବି ଜିତି ନେଇଛି ଆଇପିଏଲ ମୁକୁଟ । ୧୮ ବର୍ଷ ପରେ ବି ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି ଆରସିବି । ତା’ ସହିତ ଅଷ୍ଟାଦଶ ସଂସ୍କରଣରେ ୧୮ ନମ୍ବର ଜର୍ସି ପିନ୍ଧୁଥିବା ବରିଷ୍ଠ ଖେଳାଳି ତଥା କିଂବଦନ୍ତି ତାରକା ବିରାଟ କୋହଲିଙ୍କୁ ବହୁ ପ୍ରତୀକ୍ଷିତ ବିଜୟ ଭେଟି … Read more

ଇଂଲଣ୍ଡ୍-ଭାରତ ୫ମ ଟେଷ୍ଟ୍ ବର୍ଷା ଦ୍ଵାରା ବାଧାପ୍ରାପ୍ତ ହେବାର ଆଶଙ୍କା 

ଧର୍ମଶାଳା: ବର୍ଷା ଦ୍ଵାରା ବାଧାପ୍ରାପ୍ତ  ହୋଇପାରେ ଭାରତ ଏବଂ ଇଂଲଣ୍ଡ୍ ମଧ୍ୟରେ ମାର୍ଚ୍ଚ ୭ରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍।  ହିମାଚଳପ୍ରଦେଶର ଧର୍ମଶାଳାର ହିମାଚଳ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଧୋଇ ହୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ମ୍ୟାଚ୍ ପୂର୍ବରୁ ପାଣିପାଗ ବିଭାଗ ଦ୍ବାରା ଜାରି ହୋଇଥିବା ପୂର୍ବାନୁମାନ ରିପୋର୍ଟରୁ ଜଣାପଡ଼ିଛି ବର୍ଷା ଯୋଗୁ ମ୍ୟାଚ୍ ବାଧା ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ କହିଛି ଏଠାରେ ବର୍ଷା … Read more

ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ଫେବ୍ରୁୟାରୀ ୩ ରୁ  

ଭୁବନେଶ୍ଵର: ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ପୁଣି ଫେରିଛି ଓଡିଶାକୁ। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ରାଜ୍ୟରେ ଆୟୋଜନ ହେଉଥିବାରୁ ରାଜଧାନୀ ଭୁବନେଶ୍ବର ଓ ଇସ୍ପାତ ନଗର ରାଉର‌କେଲା ଚଳଚଞ୍ଚଳ ହୋଇଛି। ଚଳିତ ମାସ ୩ରୁ ୨୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ମହିଳାଙ୍କ ମ୍ୟାଚ୍‌ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏବଂ … Read more

ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ ୨୫ରୁ  ଆରମ୍ଭ  

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ । ଆଫଗାନିସ୍ତାନକୁ ଟ୍ବେଣ୍ଟି-୨୦ରେ ସମ୍ପୂର୍ଣ ଚିତ୍ପଟାଙ୍ଗ କରିବା ପରେ ଭାରତୀୟ ଦଳ ଏହି ଗୁରୁତ୍ବପୂର୍ଣ ସିରିଜ ପାଇଁ ପ୍ରସ୍ତୁତ ହେଉଛି। ତେଣୁ ପୁଣି ଥରେ ଆକ୍ସନ୍‌ ମୁଡ୍‌ରେ ଅଛନ୍ତି ତାରକା ଖେଳାଳି। ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ଗତ ୧୦ ବର୍ଷ ଧରି ଆଧିପତ୍ୟ ବିସ୍ତାର କରି ଆସୁଛି। ଶେଷ ଥର ପାଇଁ ଇଂଲଣ୍ଡ ହିଁ ଭାରତକୁ ହରାଇଥିଲା। ୨୦୧୨-୧୩ … Read more

ଧୋନୀଙ୍କ ରୋଜଗାର କେତେ, ସେ କେତେ ଧନୀ ?

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟକୁ ଏକ ନୂତନ ଶିଖରକୁ ପହଞ୍ଚାଇଥିବା ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ଵ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଚେନ୍ନାଇ ସୁପର କିଙ୍ଗସ ପାଇଁ … Read more

ଧୋନୀଙ୍କୁ ଠକିଲେ ପୂର୍ବତନ ବ୍ୟବସାୟିକ ସହଯୋଗୀ, ଧୋନୀ କଲେ  କେସ 

ରାଞ୍ଚି: ପୂର୍ବ ବିଜନେସ ପାର୍ଟନରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଧୋନି ତାଙ୍କ ବିରୋଧରେ ୧୫କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଥିବା ଜଣାପଡ଼ିଛି। ୨୦୧୭ରେ ହୋଇଥିବା ବ୍ୟବସାୟିକ ଚୁକ୍ତିକୁ ନେଇ ରାଞ୍ଚି କୋର୍ଟରେ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଏବଂ ସୌମ୍ୟା ବିଶ୍ୱାସଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଧୋନିଙ୍କ ଅଭିଯୋଗ ମୁତାବକ, ମିହିର ଦିବାକର କ୍ରିକେଟରଙ୍କ ନାମରେ ଭାରତ ତଥା … Read more