ଫେବ୍ରୁଆରି ୧ରୁ କାମଚଳା ବଜେଟ୍ ପାର୍ଲାମେଣ୍ଟରେ 

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି।  ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ଏହାପରେ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ୨୦୨୪-୨୫ର ପ୍ରଥମ ୪ ମାସ ପାଇଁ ଏକ ଅନ୍ତରୀଣ ବା କାମଚଳା … Read more

ମୋଦୀ  ଦେଶର ଇତିହାସରେ ସବୁଠୁ ସଫଳ ପ୍ରଧାନମନ୍ତ୍ରୀ : ମୁକେଶଅମ୍ବାନୀ

ଗାନ୍ଧୀନଗର: ଦେଶର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଓ  ବର୍ତମାନ ସର୍ବଶ୍ରେଷ୍ଠ ବିଶ୍ଵନେତା ବୋଲି କହିଛନ୍ତି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଗାନ୍ଧୀନଗରରେ ଆୟୋଜିତ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ମୁକେଶ ଅମ୍ବାନୀ କହିଛନ୍ତି, ‘ମୁଁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ସହରରୁ ଆଧୁନିକ ଭାରତର ବିକାଶର ଗେଟ୍‌ ୱେ (ପ୍ରବେଶ ଦ୍ୱାର) ଗୁଜରାଟକୁ ଆସିଛି। ମୁଁ ଜଣେ ଗର୍ବିତ ଗୁଜରାଟୀ। ଯେତେବେଳେ ବିଦେଶୀମାନେ ନୂଆ ଭାରତ … Read more

ଯୋଗୀଙ୍କ ବଡ ଘୋଷଣା: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଉତ୍ତରପ୍ରଦେଶରେ ବିକ୍ରି ହେବନି ମଦ

ଲକ୍ଷ୍ନୌ: ଦେଶରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ୟୁପି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହା ସହ ମଦ ବିକ୍ରି ହେବ ନାହିଁ। ସରକାରୀ ଭବନ ସଜାଇବା ସହ ଆତସବାଜିର ବ୍ୟବସ୍ଥା ମଧ୍ୟ କରିବାକୁ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଦେଶବ୍ୟାପୀ ନିମନ୍ତ୍ରଣ ପତ୍ର … Read more

ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ୮୫ ଶିକ୍ଷକ ବହିଷ୍କୃତ

ଦେଓରିଆ: ଜାଲ ପ୍ରମାଣପତ୍ର ଦାଖଲ କରି ଚାକିରି କରିବା ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଜାଲ ପ୍ରମାଣପତ୍ରର ଏପରି ଏକ ମାମଲା ସାମନାକୁ ଆସିଛି ତାହାକୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଟିଏ ଜିଲ୍ଲାର ୮୫ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ, ତାହା ପୁଣି ଶିକ୍ଷକ ଚାକିରି । ରାଜ୍ୟର ଦେଓରିଆ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୮୫ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସମସ୍ତଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ … Read more

ପେଟ୍ରୋଲ୍‌, ଡିଜେଲ୍‌ ଦାମ୍ କମାଇବାର ଯୋଜନା ନାହିଁ: ହରଦୀପ ପୁରି

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟରେ ଆଗାମୀ ଦିନରେ କୌଣସି ହ୍ରାସ ହେବ ନାହିଁ। ଦୀର୍ଘ ୨୦ ମାସ ଧରି ଏହା ଅପରିବର୍ତ୍ତିତ ରହିଛି। ବିଶ୍ଵ ବଜାରରେ ଅଶୋଧିତ ତେଲ ଦାମ୍ କମିବା ଏବଂ ବିକ୍ରିରେ କଂପାନିଗୁଡ଼ିକ ଲାଭ କରୁଥିବା ସ୍ଥଳେ ସାଧାରଣ ଖାଉଟିଙ୍କ ଲାଗି ପୂର୍ବ ଦର ବଳବତ୍ତର ରହିଛି। ତେଲ ଦାମ୍ କମ୍ କରିବାର କୌଣସି ଯୋଜନା ନାହିଁ ବୋଲି ଆଜି ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଗଣମାଧ୍ୟମରେ ଯେଉଁ ରିପୋର୍ଟ … Read more

ପ୍ରଭୁ ରାମଚନ୍ଦ୍ର ଥିଲେ ଆମିଷାଶୀ: ‘ଏନ୍‌ସିପି’(ଶରଦ ପାୱାର)ବିଧାୟକ ଜିତେନ୍ଦ୍ର ଅହ୍ବାଡ଼

ମୁମ୍ବାଇ: ନିରାମିଷାଶୀ ହୋଇ ୧୪ ବର୍ଷ ବନସ୍ତରେ ରହିବା ସମ୍ଭବ ନ ଥିବାରୁ ପ୍ରଭୁ ରାମଚନ୍ଦ୍ର କଦାପି ନିରାମିଷାଶୀ ନ ଥିଲେ ବୋଲି ମହାରାଷ୍ଟ୍ରର ‘ଏନ୍‌ସିପି’ (ଶରଦ ପାୱାର୍‌ ଗୋଷ୍ଠୀ) ନେତା ଜିତେନ୍ଦ୍ର ଅହ୍ବାଡ଼ ଦେଇଥିବା ମନ୍ତବ୍ୟ ସମ୍ପ୍ରତି ବିବାଦୀୟ ହୋଇପଡ଼ିଛି।ଜାନୁଆରି ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ। ତେଣୁ, ସେ ଦିନକୁ ନିରାମିଷ ଦିନ ଭାବେ ଘୋଷଣା କରି ମହାରାଷ୍ଟ୍ରରେ ସମସ୍ତ ନିରାମିଷ ଖାଦ୍ୟ ନିଷିଦ୍ଧ କରାଯାଉ ବୋଲି ରାଜ୍ୟ … Read more

ସୁପ୍ରିମ୍‌କୋର୍ଟ ଆଦାନି-ହିଣ୍ଡେନ୍‌ବର୍ଗମାମଲାରେ ‘ସେବି’ ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି।ଶୁଣାଇ ଥିବା ରାୟରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ତଦନ୍ତକୁ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ରୁ (ସେବି) ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ସିଟ୍‌) କିଂବା ‘ସିବିଆଇ’କୁ ନେବାର କୌଣସି କାରଣ ନାହିଁ। ଏହାଛଡ଼ା, ୨୨ଟି ମାମଲାରୁ ‘ସେବି’ ୨୦ଟିର ମାମଲାର ତଦନ୍ତ ଶେଷ କରିସାରିଲାଣି। ସଲିସିଟର୍‌ ଜେନେରାଲ୍‌ଙ୍କ … Read more

ଅସାମରେ ବନ୍ଦ ହେବ ୧୦୦୦ ରୁ ଊର୍ଦ୍ଧ୍ଵ  ବେସରକାରୀ ମଦ୍ରାସା

ଗୌହାଟୀ: ଆସାମର 1000 ରୁ ଅଧିକ ବେସରକାରୀ ମଦ୍ରାସା ବନ୍ଦ ହେବାକୁ ଯାଉଛି।  ଦୈନିକ ଇଂଗ୍ଲିଶ ଖବର କାଗଜ  ‘ଦି  ଷ୍ଟେଟସମ୍ୟାନ’ ଖବର ଅନୁସାରେ    ମୁଖ୍ୟମନ୍ତ୍ରୀ ହିମନ୍ତ  ବିଶ୍ଵଶର୍ମା  ଏହା ଘୋଷଣା କରିଛନ୍ତି। ଆସାମ ସରକାର ଏହି ବେସରକାରୀ ଧାର୍ମିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାଧାରଣ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଭାରତୀୟ ସମ୍ବିଧାନ  ଦ୍ଵାରା ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଅନୁଷ୍ଠାନଗୁଡିକୁ ଦିଆଯାଇଥିବା ସୁରକ୍ଷାକୁ ଦୃଷ୍ଟିରେ ରଖି ଆସାମ ସରକାର ସେଗୁଡିକର  ବନ୍ଦ ଏବଂ ପରବର୍ତ୍ତୀ ପରିବର୍ତ୍ତନ … Read more

କଂଗ୍ରେସରେ ଯୋଗଦେବେ ଜଗନଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା 

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା ଜାନୁଆରି ୪ ତାରିଖରେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି। ୱାଇଏସ୍‌ ଶର୍ମିଲା ଏବେ ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏହାର କିଛି ଦିନ ପରେ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଗୁରୁତ୍ବ ଶେଷ ହୋଇଛି। ଏହାରି ମଧ୍ୟରେ ୱାଇଏସ୍‌ ଶର୍ମିଲା ଆଜି ସକାଳ ୧୧ଟାରେ ଦଳର ସମସ୍ତ ନେତାଙ୍କ … Read more

ଟୋକିଓ ଏୟାରପୋର୍ଟରେ ଦୁର୍ଘଟଣା : ରନୱେ ରେ ଜଳିଗଲା ବିମାନ

ବିମାନଟି ଏକ ତଟରକ୍ଷୀ ବାହିନୀ ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା ଟୋକିଓ : ଜାପାନରେ ଅବତରଣ ସମୟରେ ଏକ ବିମାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଟୋକିଓ ବିମାନ ବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଜାପାନ ନ୍ୟୁଜ୍ ଏଜେନ୍ସି ଏନଏଚକେ ଏହି ଦୁର୍ଘଟଣା ସମ୍ପର୍କରେ ବଡ଼ ସୂଚନା ଦେଇଛି।  ଏନଏଚକେ ସାମ୍ବାଦିକଙ୍କ କହିବାନୁସାରେ, ବିମାନଟି ଏକ ତଟରକ୍ଷୀ ବାହିନୀ ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା।  … Read more