ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନର୍ବାର ହେବ ତଦନ୍ତ : ଶୁଭେନ୍ଦୁ ଅଧିକାରୀ

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ପୁନର୍ବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ସୂଚନା ଅନୁଯାୟୀ ମୃତ ଡାକ୍ତରଙ୍କ ମା’ ରତ୍ନା ଦେବନାଥ ବର୍ତ୍ତମାନ ବିଜେପି ବିଧାୟିକା ଅଛନ୍ତି l ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଝିଅ ସହିତ ହୋଇଥିବା ଅମାନବୀୟ ଘଟଣାର ପୁନଃ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ସଚିବ ଓ ବିଶେଷଜ୍ଞଙ୍କ ଏକ ଦଳ ସହିତ ବ୍ୟାପକ … Read more

IIRF-୨୦୨୬ ରାଙ୍କିଂ ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟସନାଲ ରାଙ୍କିଂ ଫ୍ରେମୱାର୍କ (IIRF)-୨୦୨୬ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ଏହି ରାଙ୍କିଂ ରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନ, ଭିମସାର ୬୪ତମ ସ୍ଥାନ ଏବଂ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୭୪ତମ ସ୍ଥାନ ହାସଲ କରିଛି l ପ୍ରଥମ ଥର ପାଇଁ ଓଡ଼ିଶାର ଏକ ସରକାରୀ ମେଡିକାଲ କଲେଜ ଏହାର ଏମ୍ସ ସମକକ୍ଷ ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇ … Read more

କାରକେଡ୍‌ରେ ସାମିଲ ସ୍କର୍ପିଓ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ଗାଙ୍ଗ୍ୟାଲରେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ କାରକେଡ଼ରେ ସାମିଲ ଥିବା ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ କାରକେଡ଼ରେ ଉପମୁଖ୍ୟମନ୍ତ୍ରୀ ନଥିଲ । କାରକେଡ଼ ତାଙ୍କୁ ଘରେ ଛାଡ଼ି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଶନିବାର ରାତି ପ୍ରାୟ ୮ଟା ୫୫ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ମୃତ ଯୁବକଙ୍କ ପରିଚୟ ବିହାରର ସମସ୍ତିପୁର ଅଞ୍ଚଳର ଭରତ କାପର … Read more

ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରାଘବ ଚଢା

ନୂଆଦିଲ୍ଲୀ: ଆଜି ସକାଳେ ରାଜ୍ୟସଭା ସାଂସଦ ରାଘବ ଚଢା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଶ୍ରୀ ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନାକୁ ବିସ୍ତୃତ ଏବଂ ଜ୍ଞାନବର୍ଦ୍ଧକ ବୋଲି ବର୍ଣ୍ଣନା କରିଛନ୍ତି। ରାଘବ ଚଢା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, “ଏହା ଏପରି ଏକ ସକାଳ ଯାହାକୁ ମୁଁ ସର୍ବଦା ମନେ ରଖିବି। ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସୁଯୋଗ … Read more

ପ୍ରତିରକ୍ଷା ତଥ୍ୟ ଲିକ୍ କରି ଗିରଫ ହେଲେ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ:ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ‘ହନିଟ୍ରାପ୍’ ରେ ଶିକାର ହୋଇ ଦେଶର ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ ଲିକ୍ କରିବା ଅଭିଯୋଗରେ ଜଣେ ୪୪ ବର୍ଷୀୟ ଭାରତୀୟ ବାୟୁସେନା (IAF) ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ କରାଯାଇଛି।ପୋଲିସ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଅଧିକାରୀ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ଅଜଣା ମହିଳାଙ୍କ ସମ୍ପର୍କରେ ଆସିଥିଲେ। ଉକ୍ତ ମହିଳା ଜଣକ ପ୍ରକୃତରେ ପାକିସ୍ତାନର ଜଣେ ଗୁଇନ୍ଦା ଏଜେଣ୍ଟ ଥିଲେ ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ଲଗାତାର … Read more

ସ୍ଥଗିତ ରହିଲା ପୁଲିସ ଡିଜି ଚୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ୟୁୂପିଏସସି କାର୍ଯ୍ୟାଳୟରେ ଶୁକ୍ରବାର ନୂଆ ପୁଲିସ ଡିଜି ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶା ପକ୍ଷରୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଓ ପୁଲିସ ଡିଜି ୱାଇବି ଖୁରାନିଆ ଯୋଗ ଦେଇଥିଲେ। ପୁଲିସ ଡିଜି ଚୟନ ପାଇଁ ରାଜ୍ୟ ସରକାର ପଠାଇଥିବା ଆଇପିଏସ୍ ଅଫିସରମାନଙ୍କ ନାଁକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଗତ ମଇ ୧୪ତାରିଖରେ ରାଜ୍ୟ ସରକାର ମୋଟ ୧୧ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ତାଲିକା ପଠାଇଥିଲେ ହେଲେ ଗତ … Read more

ମାନବିକତା ପାଇଁ ପୁଣି ଚର୍ଚ୍ଚାରେ ସଲମାନ ଖାନ, ୫୦୦ ଘର ନିର୍ମାଣ ଅଭିଯାନରେ ହେଲେ ସାମିଲ

ମୁମ୍ବାଇ: ଆସାମରେ ଭୟଙ୍କର ବନ୍ୟାରେ ସବୁକିଛି ହରାଇଥିବା ପରିବାରମାନଙ୍କ ପାଇଁ ସଲମାନ ଖାନ ସହାୟତାର ହାତ ବଢ଼ାଇଛନ୍ତି। ‘ଆଶିୟାନା ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ଶେଲ୍ଟର’ ଅଭିଯାନ ସହ ଯୋଡ଼ି ହୋଇ ସଲମାନ ବନ୍ୟା ପୀଡ଼ିତଙ୍କୁ ସୁରକ୍ଷିତ ବାସସ୍ଥାନ ଯୋଗାଇବାର ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ବନ୍ୟାରେ ଘର ହରାଇଥିବା ପରିବାରମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇ ଦେବା। ଆସାମର ନେପାଳୀ ଖୁଟି ଅଞ୍ଚଳରେ ଘର ନିର୍ମାଣ କାମ ଆରମ୍ଭ ହୋଇସାରିଛି। … Read more

ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୬ ସପ୍ତାହର ଇଣ୍ଟର୍ନସିପ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP)-୨୦୨୦ ଅନୁଯାୟୀ ଏଣିକି ସ୍ନାତକ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୬ ସପ୍ତାହ ବା ୩୫ କାର୍ଯ୍ୟଦିବସର ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ଏନ୍‌ଗେଜମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାକୁ ରାଜ୍ୟବ୍ୟାପୀ ସଫଳ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସରକାରୀ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଏହି ନୂଆ ବ୍ୟବସ୍ଥା ଅନୁସାରେ ସରକାରୀ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ (PSU), ଏମ୍‌ଏସ୍‌ଏମ୍‌ଇ, ଆଇଟି କମ୍ପାନୀ, ଷ୍ଟାର୍ଟଅପ୍, ଶିଳ୍ପ ସଂସ୍ଥା, ବ୍ୟାଙ୍କ, … Read more

ଆଇଟି ନିୟମରେ ହେବ ପରିବର୍ତ୍ତନ :୩ ଘଣ୍ଟାରେ ହଟାଇବାକୁ ପଡ଼ିବ ବେଆଇନ ଏଆଇ କଣ୍ଟେଣ୍ଟ

ନୂଆଦିଲ୍ଲୀ: ଦେଶର ଆଇଟି ନିୟମକୁ ଅଧିକ କଡ଼ାକଡ଼ି କରିବା ସହିତ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ। ବେଆଇନ ବିଷୟବସ୍ତୁର ପ୍ରଚାର ରୋକିବାକୁ ସରକାର ପ୍ରଣୟନ କରିବେ ନୂଆ ନିୟମ। ନୂଆ ନିୟମ ଆଧାରରେ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ସରକାର କିମ୍ବା ଅଦାଲତଙ୍କ ନିର୍ଦ୍ଦେଶ ମିଳିବାର ମାତ୍ର ୩ ଘଣ୍ଟା ମଧ୍ୟରେ ବେଆଇନ ଏଆଇ ଦ୍ୱାରା ତିଆରି ହୋଇଥିବା କଣ୍ଟେଣ୍ଟ ହଟାଇବାକୁ ପଡ଼ିବ। ବର୍ତ୍ତମାନ ବେଆଇନ … Read more

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚର ସୂଚନା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ: ସରକାର ୨୦୨୧ରୁ ୨୦୨୬ ମଧ୍ୟରେ ମୋଦିଙ୍କ ବିଦେଶ ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ବିସ୍ତୃତ ତଥ୍ୟ ଦେଇଛନ୍ତି। ସରକାର ପ୍ରକାଶ କରିଛନ୍ତି ଯେ ୨୦୨୧ ପରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ମୋଟ ୫୫୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଛି। ରାଜ୍ୟ ସଭାକୁ ଏକ ଲିଖିତ ଉତ୍ତରରେ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ଯାହା ଏହି ବର୍ଷ ସର୍ବାଧିକ ଖର୍ଚ୍ଚ କରିଛି ତାହା ହେଉଛି … Read more