ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ :ଆଜି ଭୋରରୁ ଦିଲ୍ଲୀର କାଲକାଜି ଅଞ୍ଚଳରେ ଗୋବିନ୍ଦପୁରୀ ଫ୍ଲାଏଓଭର ନିକଟରେ ଥିବା ‘ପଞ୍ଜାବୀ ତଡ଼କା’ ରେଷ୍ଟୁରାଣ୍ଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୪ଟା ୪୫ରେ ନିଆଁ ଲାଗିଥିଲା ଏବଂ ଶୀଘ୍ର ସମଗ୍ର ପରିସରରେ ବ୍ୟାପିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ସେବା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।ଅଗ୍ନିକାଣ୍ଡ ସମୟରେ ରେଷ୍ଟୁରାଣ୍ଟରେ ରଖାଯାଇଥିବା ତିନୋଟି ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଅଗ୍ନିକାଣ୍ଡର ଗମ୍ଭୀରତାକୁ ଦୃଷ୍ଟିରେ ରଖି … Read more

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିବେ । ଆସନ୍ତା ଜୁନ୍ ୩୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ୍ ସେଠ୍ ସ୍ଥଳସେନାର ଏହି ସର୍ବୋଚ୍ଚ ପଦବୀର କାର୍ଯ୍ୟଭାର ସମ୍ଭାଳିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି … Read more

ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାର ଯାଞ୍ଚ କରିବ SIT

ୟୁପି:ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ୭ କୋଟି ଟଙ୍କା ଚୋରି ହେବା ଅଭିଯୋଗ ପରେ ଆସିବା ପରେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛନ୍ତି।ଏହି ତଦନ୍ତକାରୀ ଦଳରେ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ ବିଶ୍ୱାସ ପନ୍ତ ଏବଂ ଆଇପିଏସ୍ କିରଣ ଏସ୍. ଏବଂ ଅନ୍ୟ ଜଣେ ଅଧିକାରୀ ସଦସ୍ୟ … Read more

ବାୟୁସେନାର AN-32 ବିମାନ କ୍ରାଶ୍, ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଆସାମର ଜୋରହାଟସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନରେ ଶନିବାର ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ‘AN-32’ ପରିବହନ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଭାରତୀୟ ବାୟୁସେନା (IAF) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, AN-32 ବିମାନଟି ଜୋରହାଟ ଏୟାରବେସରେ ଲ୍ୟାଣ୍ଡିଂ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ରନୱେ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣା ସମ୍ପର୍କରେ ଜଣେ … Read more

ସରକାରୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ଜଳିଗଲା ୪୦୦୦ରୁ ଅଧିକ EVM

ପଶ୍ଚିମବଙ୍ଗ:ଦକ୍ଷିଣ କୋଲକାତାର ଅଲିପୁରସ୍ଥିତ ଏକ ବହୁମହଲା ସରକାରୀ ବିଲ୍ଡିଂରେ ଗତ ବୁଧବାର ଦିନ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାୟ ୪,୦୦୦ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଜଳି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ, ଯେଉଁ ୯ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗିଥିଲା, ସେଠାରେ ଦକ୍ଷିଣ ୨୪ ପରଗଣା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମେତ ଅନ୍ୟ କେତେକ ସରକାରୀ ବିଭାଗ ରହିଥିଲା। ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ କୌଶିକ ଚୌଧୁରୀ ଘଟଣାସ୍ଥଳ ପରିଦର୍ଶନ କରିବା ପରେ … Read more

ପଶ୍ଚିମ ଏସିଆରେ ମହାଯୁଦ୍ଧ ପରିସ୍ଥିତି

ନୂଆଦିଲ୍ଲୀ:ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ନିକଟରେ ଆମେରିକାର ଏକ ଅପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଆମେରିକୀୟ ସେନା ପକ୍ଷରୁ ଇରାନର ଦକ୍ଷିଣାଞ୍ଚଳରେ ଥିବା ଏକାଧିକ ରଣନୈତିକ ସାମରିକ ଘାଟି ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ଏହାର ଜବାବରେ ଇରାନ ମଧ୍ୟ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ସେନାଘାଟିଗୁଡ଼ିକୁ ମିସାଇଲ ଓ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଥିବା ଦାବି କରିଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି … Read more

ଷ୍ଟିଲ୍ ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଗରମ ତରଳ ଧାତୁ, ୮ମୃତ

ବିଶାଖାପାଟନମ୍‌: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପ୍ଲାଣ୍ଟର ଏସଏମଏସ୍‌-୨ ଓ ଏସ୍‌ଟିସି-୩ ହିଟ୍‌ ୟୁନିଟରେ ଗରମ ତରଳ ଲୁହା ମାଡି ଯିବାରୁ ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଉତ୍ତପ୍ତ ତରଳ ଷ୍ଟିଲକୁ ଗୋଟିଏ ଲାଡଲେରେ ସ୍ଥାନାନ୍ତର କରାଯାଉଥିବା ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ପରେ ବିପୁଳ ପରିମାଣର ଉତ୍ତପ୍ତ ତରଳ ଷ୍ଟିଲ … Read more

କଂଗ୍ରେସକୁ ରାଜ୍ୟସଭା ଆସନ ଦେଲା ଟିଭିକେ; ରାହୁଲଙ୍କୁ ଥାଲାପତି ବିଜୟଙ୍କ ଉପହାର

ନୂଆଦିଲ୍ଲୀ: ସୁପରଷ୍ଟାର ତଥା ଟିଭିକେ (TVK) ମୁଖ୍ୟ ଥାଲାପତି ବିଜୟ ନିଜ ଦଳର ପ୍ରଥମ ରାଜ୍ୟସଭା ଆସନଟିକୁ କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୟଙ୍କ ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପରେ ଡିଏମକେ (DMK) ଆନୁଷ୍ଠାନିକ ଭାବେ ‘ଇଣ୍ଡିଆ’ (INDIA) ବ୍ଲକରୁ ଅଲଗା ହେଉଥିବା ଘୋଷଣା କରିଛି। ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସର ମନୋଭାବ ଯୋଗୁଁ ସେମାନଙ୍କ ଦଳୀୟ କର୍ମୀମାନେ ଆଘାତ ପାଇଛନ୍ତି ବୋଲି ଡିଏମକେ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟିଭିକେର ଏହି ପ୍ରଥମ ରାଜ୍ୟସଭା … Read more

ବିହାର ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବିହାର: ବିହାର ସରକାରଙ୍କ ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ମନ୍ତ୍ରୀଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ,ଖଜୌଲୀ ଥାନା ଅଧୀନରେ ଥିବା ଠାହର ଗ୍ରାମରେ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ବିଧାୟକ ତଥା ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦ ସେହି ମୃତ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବାକୁ ଯାଇଥିବା ବେଳେ … Read more

୨୯ ଟଙ୍କା ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ:ପୁଣି ବୃଦ୍ଧି ପାଇଲା ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ । ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୨୯ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବଢି ଏବେ ୯୪୨ ଟଙ୍କା ହୋଇଛି। ନୂତନ ଦର ଜୁନ୍ ୭ ତାରିଖରୁ ଅର୍ଥାତ୍ ଆଜି ଠାରୁ କାର୍ଯ୍ୟକାରୀ ହେବ। ତିନି ମାସରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି। ବିଶ୍ୱ ସ୍ତରରେ ଶକ୍ତି ମୂଲ୍ୟ … Read more