ମାଲେଗାଓଁ ବିସ୍ଫୋରଣ ମାମଲା:ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ମହାରାଷ୍ଟ୍ର: ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ନାସିକର ମାଲେଗାଓଁ ସହରରେ ଏକ ମସଜିଦ ନିକଟରେ ଏକ ମୋଟରସାଇକେଲରେ ବନ୍ଧା ହୋଇଥିବା ଏକ ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ପୂର୍ବରୁ, ଏନଆଇଏ ସ୍ଵତନ୍ତ୍ର ବିଚାରପତି ଏକେ ଲାହୋଟି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ। ଯେତେବେଳେ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ସ୍ଵତନ୍ତ୍ର ଏନଆଇଏ ବିଚାରପତି ଏକେ ଲାହୋଟିଙ୍କ କୋର୍ଟ ରାୟ ଶୁଣାଇଲେ, ସେତେବେଳେ ପୂର୍ବତନ … Read more

ଜନ୍ମଦିନରେ ଗିରଫ ହେଲେ ବଡ଼ ଘରର ପୁଅ; ଚୈତନ୍ୟ ବାଘେଲ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ ହେଲେ ଗିରଫ। ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା। କୁହାଯାଉଛି ଯେ, ଚଢ଼ାଉ ପରେ ଇଡି ଦଳ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି। ଏହା ସହ ଚଢ଼ାଉ ଏବେ ବି ଜାରି ରହିଥିବା ସାମ୍ନାକୁ ଆସିଛି। ସବୁଠୁ ବଡ଼ କଥା ହେଲା ଆଜି ହେଉଛି ଚୈତନ୍ୟ ବାଘେଲଙ୍କ ଜନ୍ମଦିନ। ଜନ୍ମଦିନରେ … Read more

ଓଏଏସ ଅଧିକାରୀ ଙ୍କୁ ମାଡ଼ ନିନ୍ଦା କଲେ ନବୀନ:ଛୁଟି ରେ ରହିବେ ଓଏଏସ ଅଧିକାରୀ

ଭୁବନେଶ୍ୱର: ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି । ଯେଉଁଠି ବରିଷ୍ଠଅଧିକାରୀକାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ନାଗରିକ ସରକାରଙ୍କଠୁ … Read more

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ

ବ୍ରହ୍ମପୁର: ଅବସର ନେବାକୁ ତିନି ଦିନ ଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଏକକାଳୀନ ୭ ଟି ସ୍ଥାନରେ ଚଢ଼ାଉ ଚାଲିଛି। ବ୍ରହ୍ମପୁର ରାମହରି ନଗରରେ ଥିବା ସୁଶୀଲଙ୍କ ବାସଭବନ, ଆଙ୍କୁଲି ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ, ପୁରୀ ଚୁଡଙ୍ଗ ସାହି, କବିସୂର୍ଯ୍ୟନଗର ଗୁଡିଆଳିର ତାଙ୍କର ପୈତୃକ ଘର, ପୁରୁଷୋତ୍ତମପୁର ବେଢ ଗାଁରେ ଥିବା … Read more

କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ‘ଲ’ କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର କୋଲକାତା ପୋଲିସ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ଚତୁର୍ଥ ଗିରଫ। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ହେଉଛି ଶାସକ ଦଳ ଟିଏମ୍‌ସିର ନେତା। ରିପୋର୍ଟ ଅନୁସାରେ ଘଟଣା ଜୁନ୍ ୨୫ ତାରିଖରେ ଘଟିଥିଲ। ପୀଡ଼ିତା ୨୪ ବର୍ଷିୟା … Read more

ବିଷ୍ଣୋଇଙ୍କ ଗୁରୁଙ୍କ ମା’ ସମେତ ୨ ଜଣଙ୍କୁ ଗୁଳି କରି ହତ୍ୟା

ପଞ୍ଜାବ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ବମ୍ବିହା ଗ୍ୟାଙ୍ଗ ମଧ୍ୟରେ ଛକାପଞ୍ଛା ଆରମ୍ଭ ହୋଇଛି। ଲରେନ୍ସ ବିଷ୍ଣୋଇଙ୍କ ଗୁରୁ ତଥା ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆଙ୍କ ମା’ ହରଜୀତ କୌରଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତି କରଣବୀର ସିଂହ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ବମ୍ବିହା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଜଗୁ ଏବେ ଜେଲରେ ଅଛନ୍ତି। ତେବେ ଏହି ଗୁଳିକାଣ୍ଡର ଦୃଶ୍ୟ ସେଠାରେ ଲାଗିଥିବା … Read more

ଅତିରିକ୍ତ ତହସିଲଦାରଙ୍କୁ ମାରଣାତ୍ମକ ଆକ୍ରମଣ

ମାଫିଆଙ୍କ ଦୌରାତ୍ମ୍ୟ। ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ, ଗାଡି ଭାଙ୍ଗିଲେ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ। କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଆଜି ସକାଳ ସମୟରେ ବେଆଇନ ଚୋରା ବାଲି ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ କାର ଧ ରି ବାହାରିଯିବା ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ।ଏହା ପରେ କପ୍ତିପଦା ଥାନାକୁ ଆସିବା ବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ରୁ … Read more

ସଲ୍‌ମାନ ଖାନ୍‌ଙ୍କ ବାସଭବନ ବାହାରେ ଗୁଳି ଫୁଟାଇଥିବା ୨ ଅଭିଯୁକ୍ତ ଗୁଜୁରାଟରୁ ଗିରଫ 

ମୁମ୍ବାଇ: ଏପ୍ରିଲ ୧୪ ତାରିଖ ଦିନ ବଲିଉଡ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ଘର ବାହାରେ ଗୁଳି ଫୁଟାଇ କିଛି ଅଜଣା ଦୁର୍ବୃତ୍ତ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ  ଉଦ୍ୟମ କରିଥିବା କୁହାଯାଉଥିଲା। ଏବେ ସେହି ବ୍ୟକ୍ତିଙ୍କୁ ଗୁଜୁରାଟରୁ ଗିରଫ କରାଯାଇଛି। ଗୁଜୁରାଟର ଭୁଜଠାରୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଅଭିଯୁକ୍ତ ଦ୍ବୟ ହେଉଛନ୍ତି ୨୪ ବର୍ଷୀୟ ଭିକି ସାହେବ ଗୁପ୍ତା ଓ ୨୧ ବର୍ଷୀୟ ଶ୍ରୀଯୋଗନ୍ଦ୍ରେ ବଲ୍‌। ସେମାନେ ଦୁହେଁ ହେଉଛନ୍ତି … Read more

ଅଧ୍ୟାପନାରୁ ମହା ଠକ, ଷଷ୍ଠ ଥର ପାଇଁ  ଜେଲ ଗଲା 

ଭୁବନେଶ୍ଵର: ଅଧିକ ଅର୍ଥ ଉପାର୍ଜନ ଲୋଭରେ ମହଠକ ପାଲଟିଗଲା ମନୋବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ଏହି ଲୋକ ଜଣକ। କେତେବେଳେ ନିଜକୁ ଭିଜିଲାନ୍‌ସ ଏସ୍‌ପି ବୋଲି ପରିଚୟ ଦେଲା ତ ପୁଣି କେତେବେଳେ ଅବକାରୀ ବିଭାଗର କମିସନର ବୋଲି ପରିଚୟ ଦେଲା। କାହାକୁ ଭିଜିଲାନ୍‌ସ ଚଢ଼ଉର ଭୟ ଦେଖାଇଲା ତ କାହାକୁ ଠିକା କାମ ଦେବ ବୋଲି କହି ଭୁତାଇଲା। ସେହିଭଳି କାହାକୁ ମଦ ଦୋକାନର ଲାଇସେନ୍‌ସ କରାଇଦେବ ବୋଲି କହି ଟଙ୍କା … Read more

ଆନ୍ତଃ ରାଜ୍ୟ  ଚାକିରି  ଘୋଟଲା: ଓଡିଶା ପୁଲିସ ହାତରେ ୩ ଗିରଫ 

ଭୁବନେଶ୍ଵର: ଓଡ଼ିଶାର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ବୁଧବାର ଦିନ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ଦେଶର ୬ ଟି ରାଜ୍ୟରେ ନକଲି ଚାକିରି ଦେବା ଘୋଟାଲା ସହ ଜଡିତ ଥିଲେ। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ହାଇଦ୍ରାବାଦର ମହମ୍ମଦ ସାନାଉଲ୍ଲା ଏବଂ ସାକ୍ଷୀ ଜୈନ  ଏବଂ ଓଡିଶାର ବାଲେଶ୍ଵରର ସୁରତ ଦଲାଇ।ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦରୁ ସଂଗଠିତ ଏହି ବେଆଇନ ଅପରେସନ ଓଡିଶା, ଜାମ୍ମୁ କାଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ … Read more