February 26, 2026 10:47 am

ବିଷ୍ଣୋଇଙ୍କ ଗୁରୁଙ୍କ ମା’ ସମେତ ୨ ଜଣଙ୍କୁ ଗୁଳି କରି ହତ୍ୟା

ପଞ୍ଜାବ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ବମ୍ବିହା ଗ୍ୟାଙ୍ଗ ମଧ୍ୟରେ ଛକାପଞ୍ଛା ଆରମ୍ଭ ହୋଇଛି। ଲରେନ୍ସ ବିଷ୍ଣୋଇଙ୍କ ଗୁରୁ ତଥା ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆଙ୍କ ମା’ ହରଜୀତ କୌରଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତି କରଣବୀର ସିଂହ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ବମ୍ବିହା ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଜଗୁ ଏବେ ଜେଲରେ ଅଛନ୍ତି। ତେବେ ଏହି ଗୁଳିକାଣ୍ଡର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହାର ଫୁଟେଜ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।

ପୁଲିସ ସୂଚନା ଅନୁସାରେ, ଗତ ଗୁରୁବାର କାଦିଆନ ରୋଡରେ ଏହି ହତ୍ୟାକାଣ୍ଡ ଘଟିଛି। ହରଜୀତ ଏବଂ କରଣବୀର କାରରେ ବସିଥିବାବେଳେ ବାଇକରେ କିଛି ଅଜଣା ଦୁର୍ବୃତ୍ତ ଆସି ସେମାନଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ କରଣବୀର ପ୍ରାଣ ହରାଇଥିବାବେଳେ ହରଜୀତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ଡିଏସପି କହିଛନ୍ତି।